ଖଇରା ବ୍ଲକ ରଟିଣା ପଞ୍ଚାୟତ ରଟିଣା ଗ୍ରାମରେ ଜଗଜ୍ଜନନୀ ମା’ ବାସନ୍ତୀ ପୂଜା ଅନୁଷ୍ଠିତ

ଖଇରା; ୩୧/୦୩ (ମୁକ୍ତିକାନ୍ତ ଙ୍କ ଠାରୁ) : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ରଟିଣା ଗ୍ରାମରେ ଜଗଜ୍ଜନନୀ ମା’ ବାସନ୍ତି ଙ୍କର ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ଯଥା ବିଧି ରୀତି ନୀତି ମତେ ଚଣ୍ଡୀ ପାଠ ପୂଜା ଅର୍ଚ୍ଚନା କରାଯାଇଥିଲା।ପ୍ରତିବର୍ଷ ଏହି ପୂଜା ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରୁ ଆରମ୍ଭ କରାଯାଇଥାଏ। ମା ଙ୍କ ର ଏହି ପୂଜାରେ ଅଷ୍ଟମୀ ଦିନ କୁଷ୍ମାଣ୍ଡ ବଳି ସମର୍ପଣ କରିବାର ପ୍ରଥା ରହିଛି। ମୁଖ୍ୟ କର୍ତ୍ତା ଭାବେ ରମେଶ ଚନ୍ଦ୍ର ଜେନା (ଜଗୁ ଜେନା) ରାଧାଶ୍ୟାମ ମହାପାତ୍ର ଥିବାବେଳେ ପୂଜା କାର୍ଯ୍ୟରେ ବାବୁଲି ପାଢ଼ୀ, ଗୋପୀନାଥ ପାଢ଼ୀ, ପ୍ରଫୁଲ୍ଲ ମହାନ୍ତି,କୈଳାସ ବାରିକ, ନିରଞ୍ଜନ ମହାପାତ୍ର,ଉମାକାନ୍ତ ସାହୁ,ଅରୁଣ ଜେନା,ଶ୍ରୀଧର ସାହୁ,ସୁଭାଷ ବାରିକ,ନରେନ୍ଦ୍ର ଦାସ,ଚଞ୍ଚଳା ଅପା, ଗୋବିନ୍ଦ ସେନାପତି,ସନ୍ଧ୍ୟାରାନି ସେନାପତି,ଗଣେଶ ପାଣିଗ୍ରାହୀ,ପ୍ରତିମା ପାଣିଗ୍ରାହୀ, ବ୍ରହ୍ମାନନ୍ଦ ନାୟକ ରହିଥିଲେ। ପରିଚାଳନାରେ ଦାୟୀତ୍ୱରେ ଅକ୍ଷୟ ଜେନା, ଗିରିଧାରୀ ମହାପାତ୍ର, ବିଷ୍ଣୁପଦ ବାରିକ,ରାଜୁ ପଣ୍ଡା,ସିରିଆ ସେଠୀ,ଅଚ୍ୟୁତ ପଣ୍ଡା ଥିବା ବେଳେ ପୁଜାକ ଭାବେ ବିଜୁ ନନା,ନିରା ନନା, ସୁଧା ନନା,ଦୁଃଖ ନନା ମା ଙ୍କ ର ଯଥା ବିଧି ହୋମ ପୂଜା କରିଥିଲେ। କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିବାରେ ଲାଗିଥିଲେ। ମା’ ଜଗତରୁ ଦୁଃଖ ହରଣ କରନ୍ତୁ, ସମାଜରୁ କୁସଂସ୍କାରୀ, ପାପୀମାନଙ୍କୁ ଦମନ କରି ସୁସ୍ଥ ସମାଜ ପ୍ରଦାନ କରନ୍ତୁ ଏହା ହିଁ ପୂଜାର ମହାତ୍ମ୍ୟ ଥିଲା। ଗ୍ରାମର ଶୁଭାଶିଷ କାମନା ଉଦେଶ୍ୟ ରେ ଏହି ପୂଜା ସୁଚାରୁ ରୂପେ ସମ୍ପନ୍ନ କରାଯାଇଥାଏ। ବାସନ୍ତି ଦୁର୍ଗା ପୂଜା କମିଟି ତରଫରୁ ଭକ୍ତ ଙ୍କ ମନୋରଞ୍ଜନ କୁ ଦୃଷ୍ଟିରେ ରଖି ଦୁଇ ଦିନିଆ ଯାତ୍ରା ପରିବେଷଣ କରାଯାଇଥାଏ।ଏଥି ସହ କୁନି କୁନି ପିଲାମାନଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ,ଦୋଳି,ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ମଧ୍ୟ ବିଶେଷ ଆକର୍ଷଣ ଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close