ଦେଭ ଇଣ୍ଟର ନେସନାଲ ସ୍କୁଲରେ ବିଜ୍ଞାନ ଓ ବାଣିଜ୍ୟ ପାଇଁ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା

ବ୍ୟାସନଗର; ୨୭/୦୩(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେଭ ଇଣ୍ଟର ନେସନାଲ ସ୍କୁଲ ଠାରେ ୨୬ ମାର୍ଚ୍ଚ ରବିବାର ଦିନ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବହୁ ଦୂର ଦୁରାନ୍ତରରୁ ଅନେକ ଆଶା ରଖି ପ୍ରବେଶିକା ପରୀକ୍ଷା ପାଇଁ ୫୦୦ରୁ ଉର୍ଦ୍ଧ୍ବ ଆଶାର୍ଥି ପରୀକ୍ଷା ଦେବାକୁ ଆସିଥିଲେ।ମୟୂରଭଞ୍ଜ, ବାଲେଶ୍ୱର, ରାଇରଙ୍ଗପୁର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଭୁବନେଶ୍ୱର ସମେତ ଜିଲ୍ଲାର ଅବସ୍ଥିତ ବହୁ ପ୍ରତିଷ୍ଠିତ ବିଦ୍ୟାଳୟରୁ ଏଠାକୁ ପ୍ରବେଶିକ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ଆସିଥିଲେ। ଛାତ୍ରଛାତ୍ରୀ ଙ୍କୁ ସାଢେ଼ ୧୦ ଟାରେ ପରୀକ୍ଷା ହଲ ଭିତରକୁ ପ୍ରବେଶ କରାଯାଇଥିଲା। ୧୧ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ପରୀକ୍ଷା ଶେଷରେ ପିଲା ମାନଙ୍କ ମଧ୍ୟରେ ଅନେକ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପୂର୍ବ ପରୀକ୍ଷା ପରିଣାମ ଯେପରିକି ଆଇଆଇଟି,ମେଡିକାଲ,ନାଇଜର ଭଳି ସଫଳତାକୁ ଆଖି ଆଗରେ ରଖି ଅଭିଭାବକଙ୍କ ଭିଡ ଜମିଥିଲା।
      ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣ ଆଶାୟୀ ଙ୍କୁ ଚୟନ କରି ପ୍ରବେଶ ଦିଆଯିବାର ଯୋଜନା କରାଯାଇଛି। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପରୀକ୍ଷାର ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପାଧ୍ୟକ୍ଷ ଆର ଏନ ରୟତ ସିଂ , ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ ପରୀକ୍ଷାର ସୁପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close