ବ୍ୟାସନଗର ଷ୍ଟାଡ଼ିୟମରେ ୩ୟ ତେଜ ହୋଣ୍ଡା କଳିଙ୍ଗନଗର ପ୍ରିମିୟର ଲିଗ୍ ଉଦ୍‌ଘାଟିତ

ବ୍ୟାସନଗର,୨୩/୩: ସ୍ଥାନୀୟ ବ୍ୟାସନଗର ଷ୍ଟାଡ଼ିୟମ ଠାରେ କଳିଙ୍ଗନଗର ସ୍ପୋର୍ଟ୍ସ ଏକାଡ଼େମୀ ଆନୁକୁଲ୍ୟରେ
ତୃତୀୟ ତେଜ ହୋଣ୍ଡା କଳିଙ୍ଗନଗର ପ୍ରିମିୟର ଲିଗ୍ (କେ.ପି.ଏଲ) ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି ।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ସମ୍ମାନିତ ଅତିଥି ଭାବେ
କୋରାଇର ବିଧାୟକ ଅଶୋକ କୁମାର ବଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର
ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ସଂବିତ୍ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ନିରଞ୍ଜନ ପୃଷ୍ଟି
ଧନ୍ୟବାଦ ଦେଇଥିଲେ ।
        ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କେ.ପି.ଏଲ୍‌ ଟୁର୍ଣ୍ଣାମେଚା ପ୍ରଥମ ଦିନର ଖେଳ
ମା’ ଦୁର୍ଗା ୱାରିଅର୍ସବ୍ୟାସ ଟାଇଗରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସରେ ବିଜୟୀ ହୋଇ ବ୍ୟାସ ଟାଇଗରସ୍‌
ଫିଲ୍‌ଡ଼ିଙ୍ଗ କରିବାକୁ ନିଷ୍ପଚାି ନେଇଥଲେ । ମା’ ଦୁର୍ଗା ୱାରିଅର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୩୭
ରନ୍ କରିଥିଲା । ଦଳ ତରଫରୁ ରୋମିଓ ସାଗର ୬୫ ଓ ମୁକେଶ କୁମାର ୩୬ ରନ୍ କରିଥିଲେ । ସୌମ୍ୟ ଲେଙ୍କା ୨
ଉଇକେଟ୍ ଓ ମନୋଜ ବାରିକ ୧ ଉଇକେଟ୍ ନେଇଥିଲେ । ଏହାର ଜବାବରେ ବ୍ୟାସ ଟାଇଗରସ୍‌ର୍ ୧୯.୨ ଓଭରରେ
ଦିବ୍ୟପ୍ରକାଶ ୪୩ ଓ ମୋଜାକିର ଅଲ୍ଲୀଙ୍କ ୩୯ ରନ୍ ଜରିଆରେ ୧୩୮ ରନ୍ କରିଥିଲେ । ବ୍ୟାସଟାଇଗରସ୍‌ର୍ ୩
ଉଇକେଟ୍‌ରେ ବିଜୟୀ ହୋଇଥିଲା ।
      ଏହି ଅବସରରେ ଯାଜପୁର ଜିଲ୍ଲାର ପୂର୍ବତନ କ୍ରିକେଟ୍ ଖେଳାଳୀ ପବିତ୍ର ମଲ୍ଲିକ, କାର୍ଚାୀକ ଚନ୍ଦ୍ର ଦଚା,
ବଚନ ସାମଲ, ନିରଞ୍ଜନ ମଲ୍ଲିକ, ସ୍ୱଦେଶ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଖେଳକୁ ବିସିସିଆଇ ପ୍ୟାନେଲ୍‌
ଅମ୍ପେୟାର ଅସିତ୍ ପଟ୍ଟନାୟକ, ଆଶୁତୋଷ ପାଣି ପରିଚାଳନା କରିଥିବା ବେଳେ ଅସିମ୍ ଦାସ ସ୍କୋରର ଭାବେ
କାର୍ଯ୍ୟ ତୁଲାଇଥିଲେ । କମେଟେଟରର୍ସ ଭାବେ ବୁବୁ ସିନ୍ନା ଓ ଭାଗିରଥୀ ପାତ୍ର କାର୍ଯ୍ୟ ତୁଲାଇ ଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close