ରାଜ୍ୟ ବିଜେପିର ମଂଗ ଧରିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ

ଭୂବନେଶ୍ୱର, ୨୩/୩(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ରାଜନୀତି ଏବେ ଯେପରି ପଡ଼ୁଛି ଆଉ ଉଠୁଛି ଜଣାଯାଉଛି ଯେପରି ଓଡ଼ିଶାରେ ସାଧାରଣ ନିର୍ବାଚନ ଖୁବ ନିକଟରେ ! ସେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ହେଉ କି, ଅର୍ଚ୍ଚନା ନାଗର କେଳେଙ୍କାରୀ ଘଟଣା ହେଉ ଏସବୁକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ସବୁକୁ ସଠିକ୍ ଢ଼ଙ୍ଗରେ ସାଧାରଣ ଲୋକଙ୍କ ପାଖକୁ ନେଇଯିବାର ଭୂମିକା ରହିଛି ବିରୋଧି ଦଳର । ପ୍ରମୁଖ ବିରୋଧି ଦଳ ଭାବେ ବିଜେପି ବହୁ ଘଟଣାରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ଆହୁରି ଶାଣିତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଆଜି ଦଳର ମୁଖିଆ ପଦରେ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ବସାଇଛି । ଉପକୂଳ ଭଦ୍ରଖ ଜିଲ୍ଲାର ସେ ଜଣେ ଜଣାଶୁଣା ଚେହେରା । ଦେଖାଯାଉ ରାଜ୍ୟରେ ତାଙ୍କ ମାର୍ଫତରେ ବିଜେପି ଆଗକୁ କିପରି ଅଧିକ ସଂଗଠିତ ହେବା ସହ ଲାଭବାନ ହେଉଛି……!

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close