ମହାବିନାୟକ ପୀଠରେ କୋତପୁର ଜାଗୁଳାଇ ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ ବ୍ୟାଚର ସହପାଠୀଙ୍କ ପରିବାର ମିଳନ ଓ ବଣଭୋଜି

ଚଣ୍ଡିଖୋଲ, ୨୩/୩(ଉ. ନ୍ୟୁଜ୍ ବ୍ୟୁରୋ): ଗତ କାଲି ବୁଧବାର ପୂର୍ବାହ୍ନଠାରୁ ଅପରାହ୍ନ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ କୋତପୁର ସ୍ଥିତ “ମା’ ଜାଗୁଳାଇ ଉଚ୍ଚ ବିଦ୍ୟାପୀଠ”ର ୧୯୯୩ ମାଟ୍ରିକ୍ ବ୍ୟାଚ୍‌ର ସହପାଠି ଓ ସହପାଠିନୀମାନେ ଚଣ୍ଡିଖୋଲ ସ୍ଥିତ ପବିତ୍ର ମହାବିନାୟକ ପୀଠରେ ଏକତ୍ରିତ ହୋଇ ଦୀର୍ଘ ୩୦ ବର୍ଷର ପୁରୁଣା ଅନୁଭୂତି ଓ ଅନ୍ତରଙ୍ଗ ବନ୍ଧୁତାର ପରିପ୍ରକାଶ କରି ଯଥେଷ୍ଟ ଖୁସି ହୋଇଥିବାର ଦେଖାଯାଇଥିଲା । ଦିନ ତମାମ ମଉଜ ମଜଲିସ ସାଙ୍ଗକୁ ରୁଚିକର ଖାଦ୍ୟପ୍ରେୟରେ ଆପାୟିତ ହୋଇଥିଲେ ଏହି ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କ ପତ୍ନୀ/ପତି ଏବଂ ପିଲାଛୁଆମାନେ । ସମସ୍ତଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିଜ ନିଜର ପୁରୁଣା ଅନୁଭୂତିକୁ ବଖାଣି କେତେକ ଭାବ ବିହ୍ୱଳ ହୋଇଯାଇଥିଲେ । ଟେଂଟ ତଳେ ଉଚ୍ଚ ଡାକବାଜି ଯନ୍ତ୍ରରେ ବଖାଣି ଚାଲିଥିଲେ ବିଦ୍ୟାଳୟ ଜୀବନର ବିଭିନ୍ନ ଘଟଣାବଳୀଗୁଡିକୁ । କୋମଳିଆ ଛାତ୍ର ଜୀବନର ସେଇ ପୁରୁଣା ଘଟଣାବଳୀକୁ ବର୍ଣ୍ଣନା କଲାବେଳେ ଓ ଶୁଣିଲା ବେଳେ ସେମାନେ ଏପରି ମଜ୍ଜି ଯାଇଥିଲେ ଯେ, ଟେଂଟ୍ ଉପର ଗଛର ଡାଳରେ ଅସଂଖ୍ୟ ପାତି ହନୁଙ୍କ ଉତ୍ପାତ ଓ ଖେଳକୁଦକୁ ବାରିପାରି ନ ଥିଲେ ! ଏଠାରେ ସଂଗୀତ ଗାନ କରାଯାଇଥିବା ବେଳେ କୌତୁକିଆ କଥାରେ ହସର ଲହରୀ ସୃଷ୍ଟି କରାଯାଇଥିଲା । ଭବିଷ୍ୟତରେ ପରସ୍ପରର ଭଲ, ମନ୍ଦରେ ଭାଗିଦାରୀ ହୋଇ ପରସ୍ପରକୁ ନିଜ ସାମର୍ଥ୍ୟ ମୁତାବକ ସହଯୋଗର ହାତ ବଢ଼ାଇବା ପାଇଁ ଏହି ପବିତ୍ର ପୀଠ ସ୍ଥଳୀରେ ସମସ୍ତେ ଏକମତ ହୋଇଥିଲେ । ହସ ଖୁସି, ମିଳାମିଶାରେ ଚାହୁଁ ଚାହୁଁ ସମୟ କିପରି ଅତିବାହିତ ହୋଇଯାଇଥିଲା ପାୟତଃ କେହି ଜାଣିପାରି ନ ଥିଲେ । ଏହି ପୁରାତନ ଛାତ୍ର ଛାତ୍ରୀମାନେ ଗୋଟିଏ ପରିବାରର ସଦସ୍ୟ ଭଳି ସମୟ ବିତାଇଥିଲେ । ଏଥିପାଇଁ କିଏ କେରଳରୁ ତ କିଏ ନୂଆଦିଲ୍ଲୀରୁ, କିଏ ଭୁବନେଶ୍ୱରୁ ତ କିଏ କଟକ, ଯାଜପୁରୋଡ, ବରୀ, ପାରାଦୀପ ଆଦି ସ୍ଥାନରୁ ଧାଇଁ ଆସିଥିଲେ ସାଂଗଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଟିକିଏ ଦେଖିବା ପାଇଁ । ଅଧିକାଂଶ ଧର୍ମଶାଳା ଓ ବଡ଼ଚଣା ଅଂଚଳରୁ ହିଁ ଆସିଥିଲେ । ଏଠାରେ ପ୍ରାୟ ୪୦ ରୁ ୫୦ ଜଣ ସହପାଠି ଓ ସହପାଠିନୀମାନଙ୍କ ସହ ପରିବାରର ସଦସ୍ୟଙ୍କୁ ମିଶାଇ ୧୫୦ ପାଖାପାଖି ଏକତ୍ରିତ ହୋଇଥିଲେ । ଏଥର ନୂଆକରି ଆସିଥିବା ପୁରାତନ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ଅନ୍ୟମାନଙ୍କ ସହ ପରିଚିତ ହୋଇଥିଲେ । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close