ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ରୈାଦ୍ରତାପ ମୁକାବିଲା ପ୍ରସ୍ତୁତି ବୈଠକ; ଶୂନ୍ୟ ମୃତ୍ୟୁହାର ପାଇଁ ଅଧିକାରୀ ଏବଂ ଜନସାଧାରଣ କାର୍ଯ୍ୟ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଆହ୍ୱାନ

ଯାଜପୁର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକରାର ସବୁବେଳେ ଶୂନ୍ୟ ମୃତ୍ୟୁହାର ଦିଗରେ ପ୍ରାଧାନ୍ୟ ଦେଇ ଆସୁଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଚକ୍ରଓର୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନାଙ୍କ ସହ-ଅଧ୍ୟକ୍ଷତାରେ ଜିଲ୍ଲାରେ ରୈାଦ୍ରତାପ ମୁକାବିଲା ଜନିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ବ୍ଳ୍‌କର ବିଡିଓ, ତହସିଲଦାରମାନଙ୍କ ସହ ଅନୁଷ୍ଠିତ ହୋଇଯାଇଅଚ୍ଥି । ରାଜ୍ୟ ସରକାରଙ୍କ ଅଭିପ୍ରୟାସ ଶୂନ୍ୟ ମୃତ୍ୟୁହାରକୁ ବଜାୟ ରଖିବା ପାଇଁ ରୈାଦ୍ରତାପ ମୁକାବିଲାକୁ ଉତରଦାୟୀ ଭାବେ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣମାନେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ଆହ୍ନାନ ଦେଇଥିଲେ । ଜିଲ୍ଲାରେ ମନୁଷ୍ୟ ଠାରୁ ପଶୁ ପକ୍ଷୀ ପର୍ଯ୍ୟନ୍ତ ରୈାଦ୍ୟତାପରୁ ସୁରକ୍ଷା ଦେବା ଏବଂ ସେମାନଙ୍କ ନିମନ୍ତେ ବିଶୁଦ୍ଧ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବା ନିମନ୍ତେ ବିଡିଓ ମାନେ ଏବଂ ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବିଜୁଳି ବିଭାଗ ଉତରଦାୟୀ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ଟାଟା କମ୍ପାନୀ ବିଜୁଳି ଶକ୍ତି ବିଭାଗ ତରପଂରୁ ସ୍ୱତନ୍ତ୍ର ଭାବେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପଶୁ ସମ୍ପଦ ବିଭାଗ ତରପଂରୁ ଚ୍ଥକ ସ୍ଥାନମାନଙ୍କରେ ବୁଲା ଗାଈ ଗୋରୁମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାଣି କୁଣ୍ଡର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସୂଚୀତ କରିଥିଲେ । ବ୍ଳ୍‌କ ସ୍ତରରେ ବିଡିଓ ମାନେ ସେମାନଙ୍କ ଅଞ୍ଚଳରେ ଥିବା ପାଣିର ସମସ୍ୟା ୧୫ ଦିନ ମଧ୍ୟରେ ସମାଧାନ କରି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଯେଉଁ ପାନୀୟ ଜଳ ପ୍ରକଳ୍ପ ଗୁଡିକ କାର୍ଯ୍ୟ କରୁଚ୍ଥି ସେଗୁଡିକର ଖର୍ଚ୍ଚ ସରକାରଙ୍କ ନିତିନିୟମ ଭାବେ କାର୍ଯ୍ୟକାରୀ କରାଯିବାପାଇଁ ଆର୍‌ଡବ୍ଳୁଏସ୍‌ଏସ୍ କର୍ତ୍ତୃୃପକ୍ଷ ଏବଂ ବିଡିଓ ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ପୈାରାଞ୍ଚଳରେ ବିଭିନ୍ନ ସ୍ଥାନରେ ଏବଂ ଗ୍ରାମ ପଞ୍ଚାୟତର ଜନ ସମାଗମ ସ୍ଥାନ ମାନଙ୍କରେ ବିଶୁଦ୍ଧ ଜଳଚ୍ଥତ୍ର କରିବାକୁ ନିର୍ବାହୀ ଅଧିକାରୀ, ପୈାର ପରିଷଦ ଏବଂ ବିଡିଓ ଓ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ, କଲେଜ ମାନଙ୍କରେ ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରପଂରୁ ବସ୍ ମାନଙ୍କରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଓଆର୍‌ଏସ୍ ପ୍ୟାକେଟ ଏବଂ ବିଶୁଦ୍ଧ ପାନୀୟ ଜଳ ରଖିବା ସହ ବସ୍ ଷ୍ଟାଣ୍ଡ୍ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଟାଙ୍କି ରଖିବାର ବ୍ୟବସ୍ଥା କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ନିର୍ବାହୀ ଅଧିକାରୀ, ପୈାର ପରିଷଦଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବ୍ଳ୍‌କରେ, ପୈାରାଞ୍ଚଳରେ, ଗ୍ରାମ୍ୟ ଊନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଅଧିନରେ ଚାଲୁଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟରେ ଶ୍ରମିକ ମାନଙ୍କ ପାଇଁ ଶ୍ରମ ବିଭାଗ ତରପଂରୁ ଆସୁଥିବା ନିର୍ଦ୍ଦେଶନାମା ତୁରନ୍ତ ସେମାନଙ୍କୁ ଜଣାଇବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ହାଇସ୍କୁଲ ସାର୍ଟିପିଂକେଟ ପରୀକ୍ଷା ଚାଲୁଥିବାରୁ ଏବଂ ବିଭିନ୍ନ ପରୀକ୍ଷା ଋତୁ ହୋଇଥିବାରୁ ବିଜୁଳି କଟାକୁ ନିବୃତ୍ତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅଚାନକ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ସୁବିଧାର ଉପଲବ୍ଧତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଉପନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ଶ୍ରମ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କାରଖାନା ମାନଙ୍କରେ ଶ୍ରମିକ ମାନଙ୍କର କାର୍ଯ୍ୟଧାରା ପରଖିବାକୁ କହିଥିଲେ । ତହସିଲ ଅପିଂସ ଏବଂ ରାଜସ୍ୱ ନିରିକ୍ଷକଙ୍କ ନିଜ ନିଜ ଅପିଂସ ଗୃହର ମରାମତି ଏବଂ ନିର୍ମାଣ କାର୍ଯ୍ୟ ସମ୍ୱନ୍ଧୀୟ ରିପୋର୍ଟ ତହସିଲଦାରମାନେ ଆସନ୍ତା ୧୫ ତାରିଖ ମଧ୍ୟରେ ପ୍ରଦାନ କରିବାକୁ କହିଥିଲେ । ଜିଲ୍ଲା ଜରୁରୀ ବିଭାଗ ତରପଂରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ନିମନ୍ତେ ଆଲୋଚନା ସହ ଶ୍ରମିକ ମାନଙ୍କ ପାଇଁ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୦୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।
       ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡଃ. ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେଉରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ୍‌.ସି. ବାରିକ, ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର, ଆଞ୍ଚଳିକ ପରିବହନ ଅଧିକାରୀ ଦୀପକ କୁମାର ସେଠୀ, ଅଧକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଂ. ଏସ୍‌.କେ. ଘଡାଇ, ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଇଂ. କାମଦେବ ଦାସ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡଃ ପି.ଏନ୍‌. ଦାସ, ଅଧିକ୍ଷଣ ଯନ୍ତ୍ରୀ, ଡ୍ରେନେଜ ଡିଭିଜନ ଇଂ. ଦିଲିପ କୁମାର ମହାପାତ୍ର, ଅଧୀକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ଇଂ. ଆଲୋକ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ, ଯାଜପୁର ପୈାର ସଂସ୍ଥା ସୂର୍ଯ୍ୟମଣି ପାଟଯୋଶୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଡେପୁଟୀ କଲେକ୍ଟର, ଜରୁରୀ ଉମେଶ ଚନ୍ଦ୍ର ଲେଙ୍କା, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜିଲ୍ଲା ଶାଖା କାର୍ଯ୍ୟକ୍ରମ ଅଧିକାରୀ ନିମାଇଁ ଚରଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close