
ବଡଚଣା ବ୍ଳକରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଯାଜପୁର : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ବଡଚଣା ବ୍ଳ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲାଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଚ୍ଥି । ଊକ୍ତ ଜନ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଡଃ. ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେଉରିଆ, ଡେପୁଟି କଲେକ୍ଟର, ଅଭିଯୋଗ ନଭ କିଶୋର ନାୟକ, ଅତିରିକ୍ତ ଜିଲ୍ଲା ଜନସା୍ୱ୍ସ୍ଥ୍ୟ ଅଧିକାରୀ(କୁଷ୍ଠ) ଡା. ଶିବ ପ୍ରସାଦ ସାହୁ, ବି.ଡି.ଓ, ବଡଚଣା ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର, ଦର୍ପଣ ଶୁଭଦର୍ଶନ ମିଶ୍ର, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୪୪ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୩୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୫ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୨ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୦୩ ଗୋଟି ଅଭିଯୋଗ ଥିଲା । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଯୋଗ ସ୍ଥଳରେ ୧୩ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ ।
ପ୍ରକାଶଥାଉ କି, ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୋମବାର ବିଂଝାରପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ ଏବଂ ୨୭ ତାରିଖ ସୋମବାର ବରୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଏହି ସମସ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂପୃକ୍ତ ବ୍ଳକର ଜନସାଧାରଣମାନେ ନିଜ ନିଜର ଆପତି ଅଭିଯୋଗ ଥିଲେ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଊପସ୍ଥିତ ରହି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଚ୍ଥି ।