
ନବୀନଙ୍କ ଓକିଲ, ସାମ୍ବାଦିକ, ଶିକ୍ଷକ/ଶିକ୍ଷୟିତ୍ରୀ,ସରକାରୀ କର୍ମଚାରୀ, ବିଜୁ ମାରଣ ନୀତିକୁ ନିନ୍ଦା କଲା ଆଇ. ସି. ପି; କୁଶ ପୁତ୍ତଳିକା ଦାହ ପାଇଁ ଆହ୍ବାନ
![]() ଭୁବନେଶ୍ୱର, ୧୫.୩: ନବୀନ ପଟ୍ଟନାୟକ ଦୀର୍ଘ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏକଛତ୍ରବାଦୀ ଏବଂ କ୍ଷମତାନ୍ଧ ହୋଇପଡ଼ିଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ । ନବୀନ ପଟ୍ଟନାୟକ ପ୍ରଥମେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ଉଚ୍ଛେଦ କରି ଓକିଲ ମାରଣ ନୀତିର ଏବଂ ରାଜ୍ୟ ସରକାରୀ କର୍ମଚାରୀ ମାରଣ ନୀତିର ଶୁଭ ଦେଇଥିଲେ । ତା ପରେ ବିଜୁ ଓଡ଼ିଶାରୁ ବିଜୁଙ୍କୁ ଉଚ୍ଛେଦ କରି ନବୀନ ଓଡ଼ିଶା ଗଠନ ଆରମ୍ଭ କରି ସାରା ଓଡ଼ିଶାକୁ ଏକ ଅସାମାଜିକ ଓ ଅପସଂସ୍କୃତି ସମ୍ପନ୍ନ ବାର୍ତ୍ତା ଦେଇଛନ୍ତି ବୋଲି ପାର୍ଟିର ସଭାପତି ଶ୍ରୀ ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଯାହା ଫଳରେ ଓଡ଼ିଶାରେ ପୁଅମାନେ ନିଜର ବାପା, ମାଆମାନଙ୍କୁ ଆକ୍ରମଣ ଓ ହତ୍ୟା କରିବା ଆରମ୍ଭ କଲେଣି । ପିତୃ ହତ୍ୟାକାରୀମାନଙ୍କୁ ଓଡ଼ିଶା ସରକାର ଉତ୍କଳ ରତ୍ନ ଉପାଧି ଦିଅନ୍ତୁ ଏବଂ କେନ୍ଦ୍ର ସରକାର ଭାରତ ରତ୍ନ ଉପାଧି ଦିଅନ୍ତୁ ବୋଲି ଶ୍ରୀ ରାଉତ୍ ଅଟ୍ଟହାସ୍ୟ କରି କହିଛନ୍ତି । ଏବେ ପୁଣି ନବୀନ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ କରିବାକୁ ଉଦ୍ୟମ କରି ଶିକ୍ଷକ/ଶିକ୍ଷୟିତ୍ରୀ ମାରଣ ଯଜ୍ଞ ଏବଂ ଓକିଲ ମାରଣ ଯଜ୍ଞ ଆରମ୍ଭ କରିଛନ୍ତି । ସାରା ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅସନ୍ତୋଷର ବହ୍ନି ଜଳୁଛି । ତେଣୁ ପ୍ରଶାସନିକ ନ୍ୟାୟାଧିକରଣର ଉଚ୍ଛେଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ ଓକିଲ ମାରଣ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ମାରଣ ନୀତି ବୋଲି କହି ପାର୍ଟି ଏହାର ଦୃଢ଼ ନିନ୍ଦା କରିଛି । କୋଭିଡ ଆଳରେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲୋକ ସେବା ଭବନ ଭିତରକୁ ପ୍ରବେଶ ନିଷେଧ କରିବା ନବୀନ ସରକାରର ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାରଣ ନୀତି ବୋଲି ଶ୍ରୀ ରାଉତ୍ କହିଛନ୍ତି । ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ପୁନ ପ୍ରତିଷ୍ଠା ନ ହେଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ ବନ୍ଦ ନ ହେଲେ ଓଡିଶା ସାରା ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ପାଇଁ ସମଗ୍ର ଓଡିଶାବାସୀଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ଶ୍ରୀ ରାଉତ ଆହ୍ଵାନ ଦେଇଛନ୍ତି ।
![]()
|
Live Share Market