‘ଉଦୟବଟ’ ତରଫରୁ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ବ୍ୟାସନଗର, ୧୧/୩(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ତଥା ‘ଅଂଜନା’ର ସଭାନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟଙ୍କ ଅଧ୍ୟକ୍ଷତାରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ବିଜ୍ଞାନ ଶିକ୍ଷକ ସୈାଭାଗ୍ୟ ମୁଦୁଲି, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡ଼ା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ନାରୀ ନେତ୍ରୀ ତିଳୋତମା ମହାନ୍ତି, ଦମୟନ୍ତୀ ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିବା ସଂଗେ ସଂଗେ ମହିଳାମାନଙ୍କର ଉତୋରତର ମଂଗଳ କାମନା କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅତିଥି ପରିଚୟ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବୟତ୍ରୀ ସୁମିତ୍ରା ମିଶ୍ର ମହିଳାମାନଙ୍କ ଉପରେ ଆଧାରିତ ଏକ ସୁନ୍ଦର କବିତା ପାଠ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ବାରିକ, ଶ୍ରମିକ ନେତା ଅରୁଣ ଦାସ, ସନାତନ ମଲ୍ଲିକ, ସୁମନ ରାୟ, ହରଦୟାଲ ସିଂହ, ଜି. ସୁରେନ୍ଦ୍ରନ ପିଲାଇ, ଗୋଲାପ ମଲ୍ଲିକ, ମିଟି ମହାରଣା, ସସ୍ମିତା ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ, ଗୋଲାପ ମୁଣ୍ଡା, ରମା ସାମଲ, ମନ୍ଦାକିନୀ ପଣ୍ଡିତ, ଇନ୍ଦୁମତି ସାହୁ, ଭାରତୀ ବେହେରା, ଆରତୀ ବାରିକ, ଜୟନ୍ତୀ ବେହେରା, କେତକୀ ବାରିକ, ବାସନ୍ତୀ ବେହେରା, କାଂଚନ ନାୟକ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସର୍ତକତା ଉପରେ ଆଲୋଚନା କରିଥିଲେ । ନାରୀ ନେତ୍ରୀ ରୀନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

           ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ସିନେତାରକା ପିଂଟୁ ନନ୍ଦ, ବର୍ଷିୟାନ ଧର୍ମପରାୟଣ ମହିଳା ମାଳତି ମିଶ୍ର, ବରିଷ୍ଠ ଆଇନଜୀବୀ ନାରାୟଣ ଚନ୍ଦ୍ର ଧିର, କୁଆଖିଆ ଅଂଚଳର ଯୁବ ସମାଜସେବୀ ଦିଲୀପ କୁମାର ସେଠୀଙ୍କ ବିୟୋଗରେ ସଭା ଆରମ୍ଭରେ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close