ଆଇନଜୀବୀମାନଙ୍କ ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଂକଳ୍ପନାମା; ରାଜ୍ୟ କାର୍ଯ୍ୟକାରୀ ବୈଠକରେ ୨୫ ଦଫା କାର୍ଯ୍ୟକ୍ରମ ପାରିତ

 

ଭୁବନେଶ୍ୱର, ୧୧.୩: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ସ୍ଵାଭିମାନୀ, ସଂଗ୍ରାମୀ ଲଢ଼ୁଆ ଆଇନଜୀବୀ ସମାବେଶମାନ ଏବଂ ସଭା ସାରା ଓଡ଼ିଶାର ବିଭନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ନିମ୍ନଲିଖିତ ଲକ୍ଷ୍ୟ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମସବୁକୁ ଖୁବଶୀଘ୍ର ଅର୍ଥାତ୍ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ପାର୍ଟିର ଲିଗାଲ ଫ୍ରଣ୍ଟ ତାର ସଂଗ୍ରାମ ଜାରି ରଖିଛି ଏବଂ ରଖିବ ବୋଲି ଘୋଷିତ ହୋଇଛି ।

          ସାରା ଓଡ଼ିଶାର ଆଇନଜୀବୀ ଭାଇ ଭଉଣୀମାନଙ୍କର ସମର୍ଥନ ରହିଲେ ଏହା ସମ୍ଭବ ହେବ ବୋଲି ଦଳ ପକ୍ଷରୁ ଆଶା ଓ ବିଶ୍ୱାସ ରଖାଯାଇଛି । 
 ୧. ଆଇନଜୀବୀ ସ୍ୱାଭିମାନ ଏବଂ ଆଇନଜୀବୀ ଏକତା ରକ୍ଷା। ଦଳମତ ନିର୍ବିଶେଷରେ ଆମେ ସବୁ ପ୍ରଥମେ ଆଇନଜୀବୀ। ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ, ବିଚାର ବିଭାଗର ନିରପେକ୍ଷତା ରକ୍ଷା ଏବଂ ବିଚାର ବିଭାଗର ସ୍ଵାଧୀନତା ରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ।
 ୨. ଆଇନଜୀବୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ସ୍ବତନ୍ତ୍ର ସ୍କିମ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବା ।
 ୩ . ବାର୍ କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆଇନଜୀବୀମାନଙ୍କ ପାଇଁ ସର୍ବନିମ୍ନ ମାସିକ ଟ ୩୦,୦୦୦/ ରୋଜଗାର ସ୍କୀମର ପ୍ରଚଳନ ଓ କାର୍ଯ୍ୟକାରୀ କରିବା ।
 ୪. ଆଇନଜୀବୀ ଏବଂ ସାମ୍ବାଦିକମାନଙ୍କୁ ଅଦାଲତ ଅବମାନନା ଆଇନ୍ର ପରିସର ବାହାରେ ରଖିବା ।
 ୫. ବରିଷ୍ଠ ଆଇନଜୀବୀ ଏବଂ କନିଷ୍ଠ ଆଇନଜୀବୀମାନଙ୍କୁ ବିଭିନ୍ନ କମିଶନ ଓ କମିଟି ର ସଦସ୍ୟ , ସଦସ୍ୟା ଏବଂ ସରକାରୀ ପକ୍ଷ ଆଇନଜୀବୀ ଆରବିଟ୍ରେଟର ଏବଂ ଆମିକସ୍‌ କ୍ୟୁରି ପଦବୀରେ ନିଯୁକ୍ତି ଦିଆଯିବ ।
 ୬. ସମସ୍ତ କୋର୍ଟ (ନିମ୍ନ ଅଦାଲତ ଠାରୁ ସୁପ୍ରିମକୋର୍ଟ)ର ଜଜ, କମିଶନ, ସରକାରୀ ଓକିଲ ଇତ୍ୟାଦି ନିଯୁକ୍ତିରେ ୫୦ ପ୍ରତିଶତ ମହିଳା ଆଇନଜୀବୀମାନଙ୍କୁ ନିଯୁକ୍ତି ଦେବା । ପଛୁଆ ବର୍ଗ, ଆଦିବାସୀ, ଦଳିତ, ଭିନ୍ନକ୍ଷମ ଓ ସଂଖ୍ୟା ଲଘୁ ଆଇନଜୀବୀମାନଙ୍କ ପାଇଁ ଜନସଂଖ୍ୟାର ଆନୁପାତିକ ସଂରକ୍ଷଣ ଲାଗୁ କରିବା ।
 ୭. ଆଡଭୋକେଟସ୍ ଆକଟର ସଂଶୋଧନ କରି ସର୍ବନିମ୍ନ ୨୦ ବର୍ଷ ଓକିଲାତି କରିଥିବା ଏବଂ ୫୦ ବର୍ଷ ବୟସରେରେ ପଦାର୍ପଣ କରିଥିବା ଆଇନଜୀବୀମାନଙ୍କୁ ବରିଷ୍ଠ ଆଇନଜୀବି ବା ସିନିଅର ଆଡଭୋକେଟ୍ ଭାବେ ବାର କାଉନସିଲ୍ ଭାବେ ଘୋଷଣା କରିବା ।
 ୮. ନୋଟାରୀମାନଙ୍କୁ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟମାନଙ୍କରେ ଗୋଟିଏ ଲେଖାଏଁ ଚାମ୍ବର ଏବଂ ମାସିକ ଟ୧୦.୦୦୦(ଦଶ ହଜାର ଟଙ୍କା)ର ସ୍ବତନ୍ତ୍ର ଭତ୍ତା ଦିଆଯାଉ । ନୋଟରୀମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦,୦୦୦/୦୦ ଟଙ୍କା ପେନସନ ଦିଆଯାଉ ।
 ୯. ସମସ୍ତ ତହସିଲ୍ ବାରଆସୋସିଏସନ୍ ଗୁଡ଼ିକୁ ସ୍ଵୀକୃତି ଏବଂ ଅନୁବନ୍ଧନ (Affiliation) ଦେବା । ତହସିଲ ଲିଗାଲ ଏଡ୍ ଆଇନଜୀବୀମାନଙ୍କୁ ଏବଂ ରାଜ୍ୟ ଏବଂ ଜିଲ୍ଲା ଲିଗାଲ ଏଡ୍ ଆଇନଜୀବୀମାନଙ୍କୁ ମାସିକ ୧୦/୦୦୦ ଟଙ୍କା ସ୍ବତନ୍ତ୍ର ଭତା ଦିଆଯାଉ ।
 ୧୦. ସମସ୍ତ ବାର୍ ଆସୋସିଏସନ୍ ପାଇଁ ଆବଶ୍ୟକୀୟ ବାର୍ଷିକ ଓ ସ୍ବତନ୍ତ୍ର ସରକାରୀ ଅନୁଦାନ ଦିଆଯାଉ ।
 ୧୧.ସାରା ଓଡ଼ିଶାର ପେନସନ ଏବଂ ଫାମିଲି ପେନସନ ସ୍କିମ୍, ସ୍ବାସ୍ଥ୍ୟବୀମା, ଜୀବନ ବୀମା ଓ ଗ୍ରାଚୁଇଟି ସ୍କିମ୍ ଲାଗୁ କରାଯାଉ । ୬୦ ବର୍ଷ ବୟସ ପରେ ମାସିକ ୩୦,୦୦୦ ଟଙ୍କାର ପେନସନ ସ୍କିମ୍ ଲାଗୁ କରାଯାଉ ଏବଂ ମୃତ୍ୟୁ ପରେ ମାସିକ ୧୫,୦୦୦ ଟଙ୍କାର ଫାମିଲୀ ପେନସନ ସ୍କୀମ ଲାଗୁ କରାଯାଉ ।
 ୧୨. ପ୍ରତ୍ୟେକ ବାର୍ ଆସୋସିଏସନ୍ ରେ ଉନ୍ନତ ମାନର ଲାଇବ୍ରେରୀ ନିର୍ମାଣ ଓ କାର୍ଯ୍ୟକାରୀ କରାଯାଉ ।
 ୧୩. ରାଜ୍ୟର ସରକାରୀ ଓକିଲ ସଂଖ୍ୟା ବର୍ତ୍ତମାନ ପଦବୀ ସଂଖ୍ୟାର ୩ ଗୁଣ ବୃଦ୍ଧି କରାଯାଉ ।
 ୧୪. ପ୍ରତ୍ୟେକ ବାର୍ ଆସୋସିଏସନ୍ ଏବଂ ବାର୍ କାଉନସିଲ୍ ର କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ପଦପଦବୀରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆଦିବାସୀ, ଦଳିତ, ପଛୁଆବର୍ଗ, ଭିନ୍ନକ୍ଷମ ଓ ସଂଖ୍ୟାଲଘୁମାନଙ୍କ ପାଇଁ ସେମାନଙ୍କର ଜନସଂଖ୍ୟାର ଆନୁପତିକ ସଂରକ୍ଷଣ ଲାଗୁ କରାଯାଉ ।
 ୧୫. ଅଭାବ, ଅନଟନ ଓ ସମସ୍ୟା ଜର୍ଜରିତ ଦିବଙ୍ଗତ ଆଇନଜୀବୀମାନଙ୍କର ପରିବାରଗୁଡ଼ିକୁ ଆବଶ୍ୟକୀୟ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉ।ଏଥିପାଇଁ ଏକ ସରକାରୀ ପାଣ୍ଠି ଗଠନ କରାଯାଉ ।
 ୧୬. ଆଇନଜୀବୀଙ୍କ ମୃତ୍ୟୁର ଏକ ଘଣ୍ଟା ମଧ୍ୟରେ ତାଙ୍କ ପରିବାରକୁ ୧୦,୦୦୦ ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଉ ଏବଂ ସରକାରୀ ସମ୍ମାନ ପ୍ରଦାନ କରାଯାଉ ।
 ୧୭. ଦିବଙ୍ଗତ ଆଇନଜୀବୀମାନଙ୍କୁ ସମସ୍ତ ବୃତ୍ତିଗତ ସୁବିଧା ସୁଯୋଗ ଦିଆଯାଉ ।
 ୧୮. ବାର୍ କାଉନସିଲ୍ ଓ ବାର୍ ଆସୋସିଏସନ୍ ରେ ପ୍ରତ୍ୟେକ ଆଇନଜୀବୀଙ୍କର ଜନ୍ମଦିନ ପାଳନ କରାଯାଉ ।
 ୧୯. ବାର୍ କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ରେ ପ୍ରତ୍ୟେକ ଦିବଙ୍ଗତ ଆଇନଜୀବୀଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉ ।
 ୨୦. ବାର୍ କାଉନସିଲ୍ ଲାଇସେନ୍ସ ପାଇଁ ଏବଂ ବାର୍ ଆସୋସିଏସନ୍ ସଦସ୍ୟତା ପାଇଁ ଆଦୌ ଆୟକର ଦେଉ ନ ଥିବା କିମ୍ବା ସର୍ବାଧିକ ୧୦ ପ୍ରତିଶତ ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ପୁଅ, ଝିଅ ଆବେଦନକାରୀମାନଙ୍କର ଫି ସରକାର ବହନ କରନ୍ତୁ ।
 ୨୧. ଆଇନଜୀବୀମାନଙ୍କ ପାଇଁ ଫାମିଲି ପେନସନ ସ୍କିମ ପ୍ରଣୟନ କରାଯାଉ ଏବଂ କାର୍ଯ୍ୟକାରୀ କରାଯାଉ ।
 ୨୨. ଆଦୌ ଆୟକର ଦେଉନଥିବା କିମ୍ବା ସର୍ବାଧିକ ୧୦ ପ୍ରତିଶତ ଆୟକର ଦେଉଥିବା ପରିବାରର ନବାଗତ ଆଇନଜୀବୀମାନଙ୍କୁ ପ୍ରଥମ ୫ ବର୍ଷ ପାଇଁ ମାସିକ ଟ ୧୦,୦୦୦ (ଦଶ ହଜାର ଟଙ୍କା)ର ଆଇନଜୀବୀ ପ୍ରୋତ୍ସାହନ ଭତ୍ତା ଦିଆଯାଉ ।
 ୨୩. ବାର କାଉନସିଲ୍ ଗଠନ ଦିନଠାରୁ ଏପର୍ଯ୍ୟନ୍ତ ସମସ୍ତ ଆୟ ବ୍ୟୟର ହିସାବ ଆଇନଜୀବୀମାନଙ୍କୁ ଦିଆଯାଉ ; ଏବଂ ଅନଲାଇନ୍ ରେ ପ୍ରଦର୍ଶନ କରାଯାଉ । ବାର କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ର ପ୍ରତିଦିନ ର ଆୟ, ବ୍ୟୟର ହିସାବ ପ୍ରତିଦିନ* *ଅନଲାଇନ୍ ରେ ପ୍ରଦର୍ଶନ କରାଯାଉ ।
 ୨୪. ଆଡଭୋକେଟସ, କ୍ଲର୍କ ବା ଲିଗାଲ ଆସିଷ୍ଟାଣ୍ଟ ,ଡିଡ୍* *ରାଇଟର ଏବଂ କୋର୍ଟ ପରିସର* *ଡ଼ିଟିପି ଅପରେଟରମାନଙ୍କ ପାଇଁ ଏକ କଲ୍ୟାଣକାରୀ* ପାଣ୍ଠି , ବୀମା ଗ୍ରାଚୁଇଟି ଏବଂ ପେନସନ ସ୍କୀମ କାର୍ଯ୍ୟକାରୀ* *କରାଯାଉ ।
ଉପରୋକ୍ତ ୨୫ ଦଫା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆଇନଜୀବୀ ସମାବେଶ ମାନ ଅନୁଷ୍ଠିତ ହେବ । ଆଗ୍ରହୀ ଆଇନଜୀବୀ ଭାଇ ଭଉଣୀମାନେ ସମାବେଶରେ ଯୋଗ ଦେବାକୁ ଅନୁରୋଧ। ଏବଂ ସେମାନଙ୍କର ନାମ ଠିକଣା, ମୋବାଇଲ୍ ନମ୍ବର୍, ହ୍ବାଟ୍ସ୍ ଆପ୍ ନମ୍ବର୍ ଓ ଇମେଲ ଆମ ହ୍ବାଟ୍ସ୍ଆପ୍ ନମ୍ବର
       8480266003, 8480266005, 9438565043ରେ ପଠାଇବାକୁ ଅନୁରୋଧ ।
 ୨୦୨୪ ସାଧାରଣ ନିର୍ବାଚନରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର ଗଠନ କଲେ ଉପରୋକ୍ତ ସମସ୍ତ ୨୫ ଦଫା କାର୍ଯ୍ୟକ୍ରମ ୨୦୨୪ ମସିହା ଜୁଲାଇ ମାସ ଠାରୁ କାର୍ଯ୍ୟକାରୀ ହେବ ।
ଆଇନଜୀବୀ ଭାଇ ଭଉଣୀମାନଙ୍କ ଠାରୁ ନୂତନ ପ୍ରସ୍ତାବ ମିଳିଲେ ଏଥି ସହଯୋଗ କରାଯିବ ଏବଂ ଆମର କିଛି ତ୍ରୁଟି ଥିଲେ ତାହାର ସଂଶୋଧନ କରାଯିବ ।
 ଆଗାମୀ ୨୦୨୪ ମଇ ମାସ ସୁଦ୍ଧା ହେବାକୁ ଥିବା ଇଣ୍ଡିଆର ସାଧାରଣ ନିର୍ବାଚନ (General Election) ଏବଂ ଓଡ଼ିଶା ବିଧାନ ସଭା (Odisha Legislative Assembly) ନିର୍ବାଚନରେ ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସିଟିଜେନସ୍ ପାର୍ଟିର ପାର୍ଥୀ ଓ ପ୍ରାଥିନୀମାନେ ପ୍ରତିଦ୍ବନ୍ଦିତା କରିବେ ।
ଆଗ୍ରହୀ ପାର୍ଥୀ ଓ ପ୍ରାଥିନୀମାନେ ଯୋଗାଯୋଗ କରିବା ପାଇଁ ଅନୁରୋଧ । କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ ଏବଂ ୨୫ ଦଫା କାର୍ଯ୍ୟକ୍ରମ ଆଗତ କରିଥଲେ । ଆଲୋଚନା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହେଲା । ଶେଷରେ କୋଷାଧ୍ୟକ୍ଷ ସନାତନ ଗ୍ରହାଚାଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।
               
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close