କୋଭିଡ ମୁକାବିଲାରେ ଆଶା, ଅଙ୍ଗନୱାଡି କର୍ମୀ, ଗାଁ କଲ୍ୟାଣ ଓ ଆରୋଗ୍ୟ ସମିତିର ଅବଦାନ ପ୍ରଶଂସନୀୟ : ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜେନା

ଯାଜପୁର, ୧୦/୦୩(ନି ପ୍ର ):ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଚ୍ଥି । ରୋଗୀ ସେବା ଓ ରୋଗ ବିଷୟରେ ତୃଣମୂଳ ସ୍ତରରୁ ବିକାଶଶୀଳ ସମାଜ ପର୍ଯ୍ୟନ୍ତ ସଚେତନତା ଦିଗରେ ଆଶା, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟ ଅନୁୁଷ୍ଠାନ ଗୁଡିକର ଗୁରୁଦାୟିତ୍ୱ ରହିଚ୍ଥି । ବିଗତ ବିଶ୍ୱ ମହାମାରୀ କୋଭିଡ ମୁକାବିଲାରେ ଯାଜପୁର ଜିଲ୍ଳ୍‌ାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାମାନେ ନିଜ ଜୀବନକୁ ବିପନ୍ନ କରି ଘର ଘର ବୁଲି କୋଭିଡ ମହାମାରୀରୁ ପ୍ରତ୍ୟେକ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ କିଭଳି ସୁରକ୍ଷାର ସହ ସୁସ୍ଥ ରଖିପାରିବେ ସେ ସମ୍ୱନ୍ଧରେ ଯେଭଳି ନିଃସ୍ୱାର୍ଥପର ସେବା ଯୋଗାଇ ଜିଲ୍ଲାକୁ ବିଶ୍ୱ ମହାମାରିରୁ ସୁରକ୍ଷା ଦେଲେ ତାହା ସେମାନଙ୍କର ପ୍ରଶଂସନୀୟ ସେବା ପରାକାଷ୍ଟାର ପରିଚୟ ମିଳେ ବୋଲି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ଯୋଗଦେଇ କହିଲେ ଯେ,ଏହି ସଭା ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ସ୍ୱାସ୍ଥ୍ୟ ସେବିକା ଓ କର୍ମୀ ମାନଙ୍କୁ ନିରବଚ୍ଚ୍ଥିନ୍ନ ଭାବେ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରେରଣା ଯୋଗାଇବ ବୋଲି ଉଦ୍‌ବୋଧନ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀ ମାନେ ଗ୍ରାମୀଣ ସ୍ତରରେ ପରିଷ୍କାର ପରିଚ୍ଚ୍ଥନ୍ନତା, ପୋଷଣ, ଟୀକାକରଣ, ଡେଙ୍ଗୁ, ଡାଇରିଆ ଏବଂ ମେଲେରିଆ, କୋଭିଡ ସଚେତନତା କରିବାରେ ସେମାନଙ୍କର ଉତ୍କୃଷ୍ଟ ସେବାପାଇଁ ଆଜି ଯେଉଁ ପୁରସ୍କାର ଦିଆଯାଉଚ୍ଥି ତାହା ସେମାନଙ୍କ ପାଇଁ ଏକ କ୍ଷୁଦ୍ର ଉପହାର ହୋଇଥିବା ବେଳେ ସେମାନେ ସମାଜ ଦ୍ୱାରା ସଦାସର୍ବଦା ସମ୍ମାନର ପାତ୍ର ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ଦୃଢୋକ୍ତି ବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣାଙ୍କ ପୈାରହିତ୍ୟରେ ଏବଂ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ଆବାହକତ୍ୱରେ ଅନୁୁଷ୍ଠିତ ଉକ୍ତ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ରାଜ କିଶୋର ପଣ୍ଡା ଯୋଗଦେଇ କହିଲେ ଯେ, ଆଶା କର୍ମୀ ମାନଙ୍କର ସେବା ମନୋଭାବ, ରୋଗ ସମ୍ୱନ୍ଧରେ ଜନସାଧାରଙ୍କୁ ସଚେତନ କରାଇବାର କଳା ଓ ପ୍ରତିଭା ଅତି ଉଚ୍ଚ କୋଟୀର ।ସେମାନଙ୍କର ନୈତିକତା ପାଇଁ ଡା. ପଣ୍ଡା ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶା-ଅଙ୍ଗନୱାଡି କର୍ମୀ- ଏବଂ ଏଏନ୍‌ଏମ୍ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବାରେ ଏମାନେ ତିନୋଟି ମୁଖ୍ୟ ଅଙ୍ଗ ବୋଲି ଉଲ୍ଳେଖ କରିଥିଲେ । ସଭାପତି ଭାଷଣରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା କହିଲେ ଯେ, ଯାଜପୁର ଜିଲ୍ଲାର ପାଖାପାଖି ୨୦ ଲକ୍ଷ ଜନସାଧରଣଙ୍କୁ ତୃଣମୂଳ ସ୍ତରରେ ସେବା ଯୋଗାଇ ଦେବାପାଇଁ ୧୯୦୦ ଆଶା କର୍ମୀ କାର୍ଯ୍ୟ କରୁଚ୍ଥନ୍ତି । କୁଷ୍ଠ ରୋଗ, କର୍କଟ ରୋଗ ଓ ମଧୁମେୟ ରୋଗ ଭଳି ଦୂରାରୋଗରେ ପୀଡିତ ରୋଗୀ ମାନଙ୍କୁ ଚିହ୍ନଟ କରିବା, ଶିଶୁ ଓ ମାତୃ ମୃତ୍ୟୁହାର ସୁରକ୍ଷା ସହ ୫୫ ଗୋଟି ରୋଗ ସେବାରେ ସେମାନଙ୍କୁ ନିୟୋଜିତ କରାଯାଇଅଚ୍ଥି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହାରଣା ସ୍ୱାଗତ ଭାଷଣ ଓ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(କୁଷ୍ଠ) ଡା. ଶିବ ପ୍ରସାଦ ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭିଭିଡି) ଡା. ପ୍ରଦୀପ୍ତ କୁମାର ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ଦେବରାଜ ହାଂସଦା, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀମତୀ ରୁକ୍ମିଣୀ ବେହେରା, ଉପ-ପରିଚାଳକ (ଆର୍‌ସିଏଚ୍‌) ଶ୍ରୀ ଲକ୍ଷ୍ମୀଧର ମହାପାତ୍ର, ସହକାରୀ ପରିଚାଳକ ଗୋଷ୍ଠୀ ପ୍ରକ୍ରିୟା ଶ୍ରୀ ନେତ୍ରାନନ୍ଦ ଯେନା, ଜିଲ୍ଲା ସ୍ୱାସ୍ଥ୍ୟ ତଥ୍ୟ ପରିଚାଳକ ସୁଶ୍ରୀ ମଧୁସ୍ମିତା ପାଢୀ, ସହକାରୀ ପରିଚାଳକ (ଅଣସଂକ୍ରାମକ ରୋଗ) ଶ୍ରୀମତୀ ସସ୍ମିତା ରାଉତ, ପିପିଏମ୍ ସଂଯୋଜକ ଶ୍ରୀ ମାନସ ରଂଜନ ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବନବିହାରୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଦିବସ ଅବସରରେ ସୁସ୍ଥ ଗାଁ ପୁରସ୍କାର ଭାବେ ତହରପୁର, ନରଣପୁର, ପଦ୍ମନାଭପୁର, କଳାମାଟିଆ, ମାର୍ଥାପୁର, ସିଦ୍ଧେଶ୍ୱର, ଇଚ୍ଚ୍ଥାପୁର ଓ ଭାଲୁଖାଇ ଆଦି ୧୦ ଗୋଟି ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଲେଖାଏଁ ଚେକ୍ ଅର୍ଥ ରାଶି, ମାନପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଶା କର୍ମୀ ଭାବେ ସସ୍ମିତା ବେହେରା(ପ୍ରଥମ), ନନ୍ଦିନୀ ଦାସ (ଦ୍ୱିତୀୟ), ଶୁଭଶ୍ରୀ ଦାସ ଓ ସଂଯୁକ୍ତା ତ୍ରିପାଠୀ (ଯୁଗ୍ମ ତୃତୀୟ) ସ୍ଥାନ ଅଧିକାର କରିଥିବାରୁ ଯଥାକ୍ରମେ ୧୦ ହଜାର, ୮ ହଜାର ଓ ୬ ହଜାର ଲେଖାଏଁ ପ୍ରତ୍ୟେକଙ୍କୁ ଚେକ୍ ଅର୍ଥ ରାଶି, ମାନପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାର ୩୩ ଜଣ ଆଶା କର୍ମୀଙ୍କୁ ସେମାନଙ୍କର ସପଂଳ କାର୍ଯ୍ୟଧାରା ପାଇଁ ଅର୍ଥ ରାଶି ପୁରସ୍କାର, ପ୍ରଶଂସାପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ସଂଗୀତ ପରିବେଷଣ ପୂର୍ବକ ମା’ ବିରଜାଙ୍କ ପଂଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close