ସରକାରୀ କର୍ମଚାରୀମାନଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ୧୫ ଦଫା ଦାବି  

ଭୁବନେଶ୍ୱର: ୩/୦୩(ଉ.ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ରାଜ୍ୟରେ ସରକାର ଗଢିଲେ ଆସନ୍ତା ୨୦୨୪ ଜୁନରୁ ନିମ୍ନଲିଖିତ ଦାବୀସମୂହ କାର୍ଯ୍ୟକାରୀ ହେବ ବୋଲି  ପାର୍ଟିର ଓଡିଶା ରାଜ୍ୟ କମିଟିର କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ରମେଶ ଚନ୍ଦ୍ର ରାଉତ ଘୋଷଣା କରିଛନ୍ତି । ଶ୍ରୀଯୁକ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ କର୍ମଚାରୀମାନଙ୍କ ପାଇଁ ୧୫ ଦଫା କାର୍ଯ୍ୟକ୍ରମ ଦାବି କରାଯାଇଛି । ନିର୍ବାଚନରେ ଦଳ ଓଡ଼ିଶାରେ ସରକାର ଗଢିଲେ ଏ ସମସ୍ତ ୧୫ ଦଫା କାର୍ଯ୍ୟକ୍ରମ ଆସନ୍ତା ୨୦୨୪ ଜୁନ୍ ମାସ ରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
 ୧. ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ, ମର୍ଯ୍ୟାଦା ଓ ଜୀବିକାର ଶତପ୍ରତିଶତ ସୁରକ୍ଷା ଓ ନିରାପତ୍ତା ପାଇଁ ନୀତି, ନିୟମ ଏବଂ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ।
 ୨. ଅତ୍ୟଧିକ ସରକାରୀ କାର୍ଯ୍ୟ ର ଚାପମୁକ୍ତ ରଖାଯାଉ । ସଂପତ୍ତି ବିବରଣୀ ଦେବା ଆଇନ୍ଓ  ନିର୍ଦ୍ଦେଶାବଳୀ ସରକାର ପ୍ରତ୍ୟାହାର କରନ୍ତୁ ।
 ୩. ନୂତନ ପେନସନ୍ ଏବଂ ପୁରୁଣା ପେନସନ୍ ବ୍ୟବସ୍ଥାରୁ ଯେ କୌଣସି ଗୋଟିଏ ବାଛିବାକୁ ଅଧିକାର ଦିଆଯାଉ ।
 ୪. ଋଣଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସରଳ ସୁଧରେ ଏବଂ ଦୀର୍ଘ ମିଆଦି ସୂତ୍ରରେ ଋଣ ପ୍ରଦାନ କରାଯାଉ ।
 ୫. ସମାନ କାମକୁ ସମାନ ଦରମା ଓ ସମାନ ଚାକିରୀ ପ୍ରାପ୍ୟ ପାଇବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ଏବଂ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଚାକିରୀରେ ଯୋଗଦେବା ଦିନଠାରୁ ହିସାବ କରି ସେମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ।
 ୬. ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ମାଗଣା ବସ୍ ଓ ଟ୍ରେନ୍ ପାସ୍ ଦିଆଯାଉ ।
 ୭. ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ଅତିକମ୍ ରେ ୪ ଟି ପଦୋନ୍ନତି ଦିଆଯାଉ ।
 ୮ . ସମସ୍ତ ବର୍ତ୍ତମାନର ଏବଂ ପୂର୍ବତନ ରାଜନେତାଙ୍କ ଆୟ ବର୍ହିଭୁତ ସଂପତ୍ତି ଜବତ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଭିଜଲାନ୍ସ ରେଡ୍ ସ୍ଥଗିତ ରହୁ ।
 ୯. ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀଙ୍କୁ ତିନିଥର ଲିଖିତ ସତର୍କ (WARNING) ନିର୍ଦ୍ଦେଶ ଦେଲା ପରେ ଭିଜଲାନ୍ସ ରେଡ୍ କରାଯାଉ ।
 ୧୦. ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଭିଜିଲାନ୍ସ ମାମଲା ପ୍ରତ୍ୟାହାର କରାଯାଉ ।
 ୧୧. କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ମୃତ୍ୟ ହେଲେ ତାଙ୍କର ପୁଅ କିମ୍ବା ଝିଅଙ୍କୁ ଏକ ମାସ ମଧ୍ୟରେ ଥଇଥାନ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ । ଆସନ୍ତା ଜୁନରୁ  ନିମ୍ନଲିଖିତ  ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ଘୋଷଣା କରିଛନ୍ତି । 
 ୧୨. ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦.୦୦(ଏକ ହଜାର ଟଙ୍କା) ଚିକିତ୍ସା ଓ ଔଷଧ ଖର୍ଚ୍ଚ ପ୍ରଦାନ କରାଯାଉ। ଅଧିକ ଖର୍ଚ୍ଚର ଆବଶ୍ୟକତା ଥିଲେ, ଆବଶ୍ୟକୀୟ ପରିମାଣ ଦେବା ପାଇଁ ଅବସର ନେଇଥିବା କାର୍ଯ୍ୟାଳୟ ଅଧିକାରୀଙ୍କୁ କ୍ଷମତା ଦିଆଯାଉ ।
 ୧୩. ସରକାରୀ କର୍ମଚାରୀ ମାନଙ୍କ ପିଲାମାନଙ୍କର ପାଠ ପଢିବା ପାଇଁ ବାଧ୍ୟତାମୂଳକ ଶିକ୍ଷା ବୀମା ସ୍କିମ୍ କାର୍ଯକାରୀ କରାଯାଉ ।
 ୧୪.ମହିଳା କର୍ମଚାରୀ ମାନଙ୍କ ପାଇଁ ଧନ ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା, ନିରାପତ୍ତା ପାଇଁ ସ୍ବତନ୍ତ୍ର ସ୍କିମ ପ୍ରଚଳନ କରାଯାଉ ।
 ୧୫. ସରକାରୀ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ମୃତ୍ୟୁରେ ମର୍ଯ୍ୟାଦାଜନକ ଶବ ସତ୍କାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନ ପ୍ରଦାନ କରାଯାଉ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close