ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାନ୍ତି

ଭୁବନେଶ୍ୱର;୦୨/୦୩ (ଜ୍ୟୋତି ରଞ୍ଜନଙ୍କ ଠାରୁ ) : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଖବର ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି ।ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ସୂଚନା ଅନଯାୟୀ ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ନିକଟରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇ ଚାଲିଥିଲା। ଶେଷରେ ସେ ସମସ୍ତ ଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲି ଯାଇଛନ୍ତି।
କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ଓଡ଼ିଆ ଆଲବମ୍‌ ଗୀତରେ ଅଭିନୟ କରି ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ହେ ଗୌରା କଣ ଖାଉଛୁ… ଗୀତରେ ଅଭିନୟ ପାଇଁ ତାଙ୍କୁ ଦର୍ଶକ ଏବେ ବି ମନେ ରଖନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ଦୁଃଖର କଥା ଜଣେ ପରେ ଜଣେ କଳାକାର ସଂସାର ରୁ ବିଦାୟ ନେଇ ଚାଲିଛନ୍ତି।କଳା ଜଗତରେ ସତେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ିଚାଲିଛି।ସିନେ ଜଗତରୁ ଆରମ୍ଭ କରି ସଙ୍ଗୀତ,ଯାତ୍ରା ଜଗତ ପର୍ଯ୍ୟନ୍ତ ହର ପଟ୍ଟନାୟକ, ଦେବୁ ବୋଷ,ଅନିତା ଦାସ,ବିଜୟ ମହାନ୍ତି, ରବି ମିଶ୍ର,ମିହିର ଦାସ,ରାଇ ମୋହନ ପରିଡ଼ା,ମିନ କେତନ ଦାସ, ପାର୍ବତୀ ଘୋଷ,ଅଜିତ ଦାସ,ଝରଣା ଦାସ, ତିଳୋତ୍ତମା ଖୁଣ୍ଟିଆ,ଅକ୍ଲାନ୍ତ ଦାସ,ରଶ୍ମି ରେଖା ଓଝା, ରାଜେଶ୍ୱରି, ଦୀପା ସାହୁ,ରଜତ କୁମାର କର,ମହେନ୍ଦ୍ର ଦାସ, ଜଗା ରାଉତ,ଅରବିନ୍ଦ ମୁଦୁଲି,ପଦ୍ମଶ୍ରୀ ପ୍ରଫୁଲ୍ଲ କର, ,ମୁରଲୀ ମହାପାତ୍ର, ପାର୍ବତୀ ରଥ,ଚିତ ଜେନା,ନିର୍ମଳା ମିଶ୍ର, ଅମରେନ୍ଦ୍ର ମହାନ୍ତି,ଶାନ୍ତନୁ ମହପାତ୍ର, ତପୁ ମିଶ୍ର,ସୁନନ୍ଦା ପଟ୍ଟନାୟକ,ପ୍ରବଚକ୍ ଚାରଣ ରାମଦାସ ଏମିତି ଅନେକ ଖ୍ୟାତନାମା କଳାକାର ଆଉ ନାହାନ୍ତି।କଳା ଜଗତରେ ଅନେକ ଶୂନ୍ୟସ୍ଥାନ ଘଟିଛି।ବିଧିର ଏ କି ପରିବର୍ତ୍ତନ।କରୋନା ମହାମାରି ବି ଅନେକ କଳାକାରଙ୍କୁ ଆମ ଠାରୁ ଛଡାଇ ନେଇଛି।ସୃଷ୍ଟିର ନିୟମ ସୃଷ୍ଟିକର୍ତ୍ତା ହି ଜାଣନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close