ପ୍ରଦୀପ ଜେନା ହେବେ ରାଜ୍ୟର ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ରଙ୍କୁ ଓଇଆରସିର ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର, ୨୬/୨(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜରିଆରେ ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟର ସର୍ବୋଚ୍ଚ ପଦବୀ ବୋଲାଯାଉଥିବା ମୁଖ୍ୟ ଶାସନ ସଚିବ ପଦଭାର ଅର୍ପଣ କରିଛନ୍ତି । ବରିଷ୍ଠ ତଥା ଦକ୍ଷ ଆଇଏଏସ ଅଧିକାରୀ ଶ୍ରୀଯୁକ୍ତ ଜେନା ଆସନ୍ତା ମାର୍ଚ୍ଚ ୦୧ ତାରିଖ ଠାରୁ ଏହି ପଦବୀରେ ଅଭିଷିକ୍ତ ହେବେ । ଅବସର ପରେ ମଧ୍ୟ ୦୨ ଥର ୦୬ମାସ ଲେଖାଏ ମୁଖ୍ୟ ଶାସନ ସଚିବ ଭଳି ମର୍ଯ୍ୟଦାଜନକ ପଦରେ କାର୍ଯ୍ୟ ସମ୍ପ୍ରସାରଣ ବଳରେ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହି ପଦରେ ରହିଆସିଥିଲେ । ଏ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିଲା । ହେଲେ ତାଙ୍କର ଆଉ କାର୍ଯ୍ୟକାଳ ସମ୍ପ୍ରସାରଣ ହେଉ ନ ଥିବାରୁ ସେ ଆସନ୍ତା ୨୮/୦୨/୨୦୨୩ରେ ଏହି ପଦରୁ ଅବ୍ୟାହତି ନେବେ । ସେ ଅବସର ପରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ (ଓଇଆରସି)ର ଅଧ୍ୟକ୍ଷ ଭାର ତୁଲାଇବେ । ଶ୍ରୀଯୁକ୍ତ ମହାପାତ୍ର ପୂର୍ବରୁ ଶକ୍ତି ସଚିବ, ଓପିଜିସି, ଓଏଚପିସି, ଓପିଟିସିଏଲ, ଗ୍ରୀଡ଼କୋର ଭଳି ସଂସ୍ଥାର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ଯେବେ ଓଇଆରସିରେ ଯୋଗ ଦେବେ ସେବେଠାରୁ ଏହାର ଅଧ୍ୟକ୍ଷ ଭାର ତୁଲାଇବେ । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଜେନା ରାଜ୍ୟର ଜଣେ ଦକ୍ଷ, ସଚ୍ଚୋଟ ଓ କର୍ମଠ ଅଧିକାରୀ ଭାବେ ବେଶ ଜଣାଶୁଣା । ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିଝାଟି ଗ୍ରାମର ଜଣେ ସାଧାରଣ ପରିବାରରୁ ଆସି ଦକ୍ଷତାର ସହ କାର୍ଯ୍ୟ କରିବା ସହ ଲୋକାଭିମୁଖି ହୋଇ ବହୁ ସୁନାମ ଅର୍ଜ୍ଜନ କରିଛନ୍ତି । ଦୁର୍ନୀତିକୁ ସେ ବରଦାସ୍ତ କରନ୍ତି ନାହିଁ । ଆଗାମୀ ଦିନରେ ନିର୍ବାଚନ ରହିଛି । ବହୁ ଘଟଣାକୁ ସେ ସାମନା କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ଭରସା ତାଙ୍କ ଉପରେ ଯଥେଷ୍ଟ ଥିବାରୁ ସେ ନୂତନ ଶାସନ ସଚିବ ହେବାକୁ ଯାଉଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close