କର୍ମଚାରୀଙ୍କ ଅବସର ଦିବସରେ ସାମୟିକ ବୃତ୍ତିପତ୍ର ଦେବା ପ୍ରତ୍ୟେକ ଡିଡିଓଙ୍କ ପ୍ରଧାନ କର୍ତ୍ତବ୍ୟ : ଜିଲ୍ଲାପାଳ – ଶ୍ରୀ ରାଠୋର


ଯାଜପୁର; ୧୬/୦୨(ନି ପ୍ର ): ଗୁରୁବାର ପୂର୍ବାହ୍ନରେ ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ପେନ୍‌ସନ୍ ସଂକ୍ରାନ୍ତୀୟ  ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲାର ବିଭିନ୍ନ ବିଭାଗରେ ଥିବା ଅବସରକାଳୀନ ପେନ୍‌ସନ୍ ସମସ୍ୟା ଗୁଡିକୁ ତର୍ଜମା ପୂର୍ବକ କେଉଁ କାରଣରୁ ପେନ୍‌ସନ୍ କେଶ୍ ଗୁଡିକ ସମାଧାନ ହୋଇପାରି ନାହିଁ ସେ ସମ୍ୱନ୍ଧରେ ସଂପୃକ୍ତ ଡି.ଡି.ଓ. ମାନଙ୍କ ଦ୍ୱାରା ଆଲୋଚନା କରି ଅନେକ ପେନ୍‌ସନ୍ କେଶ୍ ଗୁଡିକର ବିଚାର କରି ସମାଧାନ ଦିଗରେ ସଂପୃକ୍ତ ଡି.ଡି.ଓ. ମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।କେବଳ ଭିଜିଲାନ୍ସ, ବିଭାଗୀୟ ପ୍ରୋସିଡିଂ ଏବଂ କୋର୍ଟ ଅଧୀନରେ ଥିବା ବିଚାରଗତ ପେନ୍‌ସନ୍ କେଶ୍ ଗୁଡିକୁ ଚ୍ଥାଡି ଅନ୍ୟ ସମସ୍ତ ପେନ୍‌ସନ୍ କେଶ୍ ଗୁଡିକୁ ଡି.ଡି.ଓ. ମାନେ ଅଗ୍ରାଧିକାର ଭିତ୍ତିରେ ଚଳିତ ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ ସାମୟିକ ବୃତ୍ତିପତ୍ର ପ୍ରଦାନ କରି ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ଯେଊଁ ଡି.ଡି.ଓ. ମାନେ ଏଥିରେ ଅବହେଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ତାଗିଦ୍ କରିଥିଲେ ।କର୍ମଚାରୀମାନେ ସରକାରୀ ସେବାରେ ଯୋଗଦାନ ଦେବା ଦିନ ଠାରୁ ୬୦ ବର୍ଷ ପର୍ଯ୍ୟନ୍ତ ସରକାରୀ ସେବା ନିରବଚ୍ଚ୍ଥିନ୍ନ ଭାବେ ଯୋଗାଇ ଦେଇଥିବାରୁ ତାଙ୍କର ଅବସର ଦିବସ ଦିନ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଓ ଖୁସି ସାମୟିକ ବୃତ୍ତି ପତ୍ର (ପ୍ରୋଭିଜିନାଲ ପେନ୍‌ସନ୍ ଅର୍ଡର) ପ୍ରଦାନ କରିବା ପ୍ରତ୍ୟେକ ଡି.ଡି.ଓ. ମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ଜିଲ୍ଲାପାଳ ଉଲ୍ଳେଖ ଓ ଆହ୍ୱାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ସଂପୃକ୍ତ ଡି.ଡି.ଓ. ମାନଙ୍କ ଅଧିନରେ ଥିବା ପେନ୍‌ସନ୍ କେଶ୍ ଗୁଡିକର ପୁଙ୍ଖାନୁପୁଙ୍ଖ ଭାବେ ଗୋଟି ଗୋଟି ସମୀକ୍ଷା କରିବା ସହ ପ୍ରତ୍ୟେକ ଡି.ଡି.ଓ. ପେଂବୃୟାରୀ ୨୦ ତାରିଖ ସୁଦ୍ଧା ପେନ୍‌ସନ୍ ହେଲ୍ପ ଡେସ୍କ (ପେନ୍‌ସନ୍ ସହାୟତା ଟେବୁଲ) ଗଠନ କରି ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେଉରିଆ ଯୋଗଦେଇ ସ୍ଥଗିତ ଥିବା ବିଭିନ୍ନ ପେନ୍‌ସନ୍ କେଶ୍ ଗୁଡିକୁ ଡି.ଡି.ଓ. ମାନେ ଆନ୍ତରିକତାର ସହ ବିଚାରକୁ ନେଇ ସମାଧାନ ଦିଗରେ ଆଗେଇ ଆସିଲେ ନିଶ୍ଚିତ ଭାବେ ଆମ ଜିଲ୍ଲାର ସମସ୍ତ ପେନ୍‌ସନ୍ କେଶ୍ ଗୁଡିକ ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ବୈଠକରେ ଡେପୁଟୀ କଲେକ୍ଟର, ପ୍ରତିଷ୍ଠାନ ଶ୍ରୀମତୀ କାଜଲ ପ୍ରଧାନ, ସଂସ୍ଥା ଅଧିକାରୀ ଶ୍ରୀ ଅଲେଖ ମହାରଣା ଯୋଗ ଦେଇଥିବା ବେଳେ ଏଚ୍‌.ଆର.ଏମ୍‌.ଏସ୍‌. ସଂଯୋଜକ ଶ୍ରୀ ସୁଧାଂଶୁ ଶେଖର ଦାସ ଅବସର କର୍ମଚାରୀ ମାନଙ୍କ ନିମନ୍ତେ ଅନ୍‌ଲାଇନ୍ ଏସ୍‌.ଓ.ପି. ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ଡି.ଡି.ଓ. ଏବଂ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଡି.ଡି.ଓ. ତଥା ସେମାନଙ୍କ ପ୍ରତିଷ୍ଠାନ କର୍ମଚାରୀମାନେ ଯୋଗ ଦେଇଥିଲେ ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close