ଲାୟନ୍ ଗିରିଧାରୀ ବାରିକଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ

ବ୍ୟାସନଗର, ୧୨/୨(ଟିକାୟତ ପାଲଙ୍କ ଠାରୁ): ଆମ ଗହଣରେ ଲାୟନ୍ ଗିରିଧାରୀ ବାରିକ ଆଉ ନାହାନ୍ତି । ଆଜି ମଧ୍ୟ ରାତ୍ର ୨ଟା ୧୫ମି ପାଖାପାଖି ସମୟରେ ସେ ଯାଜପୁରରୋଡ଼ ନିକଟବର୍ତୀ ତାଙ୍କ ରାଛିପୁର ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି । ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ‘ଲାୟନ୍ସ କ୍ଲବ’ ଯାଜପୁରରୋଡର ସଭାପତି ଲାୟନ ବସନ୍ତ କୁମାର ପାତ୍ର, ‘ଲାୟନ୍ସ କ୍ଲବ’, ଷ୍ଟିଲ ସିଟିର କୋଷାଧ୍ୟକ୍ଷ ଲାୟନ ଟିକାୟତ ପାଲ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ‘ଉଦୟବଟ’ର ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ ବାରିକ, ‘ଉଦୟବଟ’ ପରିବାରର ସୁମନ ରାୟ, ଗୈାରୀଶଙ୍କର ପତି, ବିଦ୍ୟୁତ୍‌ପ୍ରଭା ରାୟ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close