ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ “କିର୍ତିୟାନ” ରେ ଝୁମିଲେ ଛାତ୍ରଛାତ୍ରୀ
ବ୍ୟାସନଗର;୦୬/୦୨ (ନି ପ୍ର ) : ଯାଜପୁରରୋଡ ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଯୋଡାବର ଠାରେ ଥିବା କଳିଙ୍ଗ ଜାଭିୟର୍ସ କଲେଜ ଗ୍ରାଉଣ୍ଡରେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝିମିଲେ କୁନିକୁନି ଛାତ୍ରଛାତ୍ରୀ। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଭାଇସ ଚାନ୍ସେଲର ପ୍ରଫେସର ଡ଼ ବିନାୟକ ରଥ, ମୁଖ୍ୟ ବକ୍ତା ଭାବେ ଭୁନେଶ୍ବରସ୍ଥିତ ନାଇଜରର ଅଧିକାରୀ ଡ଼ ଅଭୟ କୁମାର ନାୟକ ,ସମ୍ମାନିତ ଅତିଥି ଭାବେ ଲଳିତ କଳା ଏକାଡେମୀ ର ଅଧ୍ୟକ୍ଷ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ଜିନ୍ଦଲ ଷ୍ଟିଲର ଉପାଧ୍ୟକ୍ଷ ବିଶ୍ୱଜିତ୍ ତ୍ରିପାଠୀ, ଚଣ୍ଡିଖୋଲ ଜାଭିୟର ବିଦ୍ୟାଳୟର ପ୍ରଧାନାଚାର୍ୟ ଚକ୍ରଧର ପାଣି ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ବାଗତ ଗୀତ ମାଧ୍ୟମରେ ଅତିଥିଗଣଙ୍କୁ ସ୍ବାଗତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କର୍ମ ହିଁ ଭଗବାନ ଏବଂ ଛାତ୍ରଙ୍କୁ କ୍ଷମା ଦେବା ଜଣେ ଶିକ୍ଷକ ର ପ୍ରଥମ କର୍ତ୍ତବ୍ୟ ବୋଲି ପ୍ରଫେସର ରଥ ନିଜ ବକ୍ତବ୍ୟରେ କହିଥଲେ। ପିଲାମାନଙ୍କର ବିଜ୍ଞାନ ପ୍ରତି ଆଗ୍ରହ ରହିବା ଦରକାର ତେଣୁ ବିଜ୍ଞାନ କୁ ଆପଣାନ୍ତୁ ,ଆଉ ସମୟ କୁ ଯେଉଁମାନେ ଠିକ୍ ଉପଯୋଗ କରିପାରିବେ ସେମାନେ ହିଁ ବିଜ୍ଞାନ କୁ ଆପଣାଇ ପାରିବେ ବୋଲି ଡ଼ ନାୟକ ନିଜ ବକ୍ତବ୍ୟରେ କହିଥିଲେ। କଳିଙ୍ଗ ଜାଭିୟର୍ସ କଲେଜର ଛାତ୍ର ଛାତ୍ରୀ କରୋନା ଉପରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ।ଦେଶଭକ୍ତି ରୁ ଆରମ୍ଭ କରି ଆଧ୍ୟାତ୍ମିକ ଓ ଆଧୁନିକ ନୃତ୍ୟରେ କୁନି କୁନି ପିଲାମାନେ ନିଜ ଭିତରେ ଲୁଚି ରହିଥିବା ସୁନ୍ଦର ପ୍ରତିଭାକୁ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ। ଛାତ୍ର ଛାତ୍ରୀ ସୁନ୍ଦର ପିରାମିଡ୍ ମଧ୍ଯ ପ୍ରଦର୍ଶନ କରିଥିଲେ।କୁନିକୁନି ପିଲାମାନଙ୍କର ସୁନ୍ଦର ନୃତ୍ୟ ପ୍ରଦର୍ଶନକୁ ଖୁବ୍ ଉପଭୋଗ କରିଥିଲେ ଅଭିଭାବକ ଓ ଦର୍ଶକ। ସମସ୍ତ ଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଝଲକ ଦେଖାଦେଇଥିଲା । ଏହି କାର୍ଯ୍ୟକ୍ରମରେ ଅଭୟ କୁମାର ମିଶ୍ର ଏବଂ ତାଙ୍କ ସହିତ ଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁନ୍ଦର ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ରଙ୍କ ଦ୍ଵାରା ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପାଠ କରାଯାଇଥିଲା। ଏକାଡେମିକ ମୁଖ୍ୟ ବିଜୟିନୀ ପଣ୍ଡା ଏବଂ ଶିକ୍ଷୟତ୍ରୀ ବନ୍ଦନା ଝା , ସସ୍ମିତା ମହାନ୍ତି, ଗୀତାଞ୍ଜଳି ପଣ୍ଡା,ପ୍ରଭାତ ପରିଡ଼ା,ଆଲୋକ ବିହାରୀ,ମୁକ୍ତିରଞ୍ଜନ ବିଶ୍ବାଳ, ରବୀନ୍ଦ୍ର କୁମାର ପ୍ରମୁଖ ଙ୍କ ଦ୍ଵାରା ମଞ୍ଚ ପରିଚାଳନା ସୁଚାରୁ ରୂପେ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପିଲାଙ୍କ ନୃତ୍ୟରେ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଉଭୟ ଜାଭିୟର୍ସ କଲେଜ ଓ ସ୍କୁଲର ସଂପାଦକ ରାଜୀବ କୁମାର ମହାନ୍ତି ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଙ୍କୁ ଧନ୍ୟବାଦ୍ ଦେବାସହ ଛାତ୍ରଛାତ୍ରୀ ଙ୍କ ଏଭଳି ପ୍ରତିଭାକୁ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀଙ୍କ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।