ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ; ସମଗ୍ର ରାଜ୍ୟ ସ୍ତବ୍ଧ

ଭୂବନେଶ୍ୱର, ୨୯/୧(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ପ୍ରଭାବଶୀଳ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ ଦାସଙ୍କ ଉପରେ ତାଙ୍କ ଅଙ୍ଗ ରକ୍ଷୀ ତଥା ପୋଲିସ ଏ.ଏସ.ଆଇ ଗୋପାଳକୃଷ୍ଣ ଦାସ ଆଜି ପୂର୍ବାହ୍ନରେ ଅତିର୍କିତ ଓ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗୁଳି ଚଳାଇବା ପରେ ମନ୍ତ୍ରୀ ସଂଗେ ସଂଗେ ଟଳି ପଡ଼ିଥିଲେ । ଗୁଳିଟି ତାଙ୍କୁ ଭେଦ କରିଯାଇଥିଲା । ତାଙ୍କୁ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲ ‘ଆପୋଲୋ’କୁ ସଂଗେ ସଂଗେ ଏୟାରଲିପ୍ଟିଂ କରାଯାଇ ଅଣାଯାଇ ଚିକିତ୍ସା ଚାଲିଥିଲା । ହେଲେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଏହି ଘଟଣାଟି ସମଗ୍ର ରାଜ୍ୟ ଓ ତଥା ରାଜ୍ୟ ବାହାରେ ଆଲୋଡ଼ନ ସୃଷ୍ଟି କରିଛି । ଓଡ଼ିଶା ରାଜନୀତି ଏକ ପ୍ରକାରର ସ୍ତବ୍ଧ ହୋଇଯାଇଛି । ଛାତ୍ର ଜୀବନରୁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ୨୦୧୯ରେ ବିଜେଡ଼ି ଟିକେଟରେ ଲଢ଼ି ଦାୟିତ୍ୱ ସଂପନ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇପାରିଥିଲେ । ଏହି ଅଭିଜ୍ଞତା ସଂପନ୍ନ ମନ୍ତ୍ରୀଙ୍କ ବିୟୋଗରେ ଓଡ଼ିଶା ରାଜନୀତି ଏକ ପ୍ରକାରର ସ୍ତବ୍ଧ ହୋଇଯାଇଛି । ଶହ ସଂଖ୍ୟାରେ ତାଙ୍କ ଅନୁଗାମୀ ଓ ନେତା ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close