ପଞ୍ଚଭୂତରେ ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ

ନୂଆଦିଲ୍ଲୀ ; ୩୦/୧୨ (ନି ପ୍ର ) : ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ। ୧୦୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ମୋଦିଙ୍କ ମା। ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।ନିଜେ ପ୍ରଧାନମନ୍ତ୍ରୀ ମୋଦି ଶେଷକୃତ୍ୟରେ ସାମିଲ ହେବା ସହ ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି। ହୀରା ବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ। ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ।ଘର ପାଖରୁ ଗୋଟିଏ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା। ଶ୍ମଶାନ ନିକଟରେ ମଧ୍ୟ ପୁଣିଥରେ ମୋଦି ଓ ତାଙ୍କ ଭାଇମାନେ ମା’ଙ୍କ କୋକେଇକୁ ସଂସ୍କାର ଗୃହ ଯାଏ କାନ୍ଧରେ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମୋଦି ମା’ଙ୍କୁ ମୁଖାଗ୍ନି ଦେବାର ବେଳର ଭିଡିଓ ସାମ୍ନାକୁ ଆସିଛି। ସେ ମୁଖାଗ୍ନି ଦେବା ପରେ ଏହାର ଚାରି ପାଖରେ ବୁଲି ମା’ଙ୍କୁ ଅନ୍ତିମ ବିଦାୟ ଓ ପ୍ରଣାମ ଜଣାଇଥିଲେ।ଶେଷଥର ପାଇଁ ମୋଦି ନିଜ ମା’ଙ୍କୁ ଡିସେମ୍ବର ୪ରେ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସେ ମା’ଙ୍କୁ ଭେଟି ବେଶ କିଛି ସମୟ ବିତାଇଥିଲେ। ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରାବେନ୍‌ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଜି ଭୋର ସମୟରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି।ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଦେହାନ୍ତକୁ ନେଇ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିବରାଜ ସିଂ ଚୌହାନ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ରାଜନେତା ଗୁଲାମୀ ନବୀ ଆଜାଦଙ୍କ ଶୋକ ପ୍ରକାଶ କରିଛନ୍ତି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close