ପାହାଡ ଲୁଟ ନେଇ ଧର୍ମଶାଳାରେ ବଢୁଛି ଅସନ୍ତୋଷ; ସତୀଶଙ୍କ ନେତୃତ୍ୱରେ ଗଣଧାରଣା

ଯାଜପୁର,୧୯/୧୨(ଉ. ନ୍ୟୁଜ୍ ବ୍ୟରୋ): ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ ପାହାଡ ଲୁଟ ନେଇ ନିୟମିତ ଖବର ପ୍ରକାଶ ପାଇ ଆସୁଥିବାରୁ ଜନଅସନ୍ତୋଷ ପାଇଁ ସରକାର ପ୍ରଶ୍ନବାଚୀର ସମ୍ମୁଖୀନ ହୋଇଛନ୍ତି । ଚାରଗୋଠ ଗ୍ରାମ ସଂଲଗ୍ନ କେଠୌଣି ପାହାଡ ନାମରେ ପରିଚିତ ସାହାଣିଢିହ ପାହାଡରେ ପି.ଆର.ପି.ଏଲ ନାମକ କମ୍ପାନୀ ଲୁଟତରାଜ ଚଲାଇଛି । ଏହାର ପ୍ରତିବାଦରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ପାହାଡ ଉପରେ ଧାରଣା ଦିଆଯିବା ସହ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯିବା ପରେ ଏଥିନେଇ ସୃଷ୍ଟି ହେଉଥିବା ଜନଅସନ୍ତାଷ ଏବେ ବିସ୍ପୋରକ ମୋଡ ନେଇଛି ।
    ଖବରରୁ ପ୍ରକାଶ, ଚାରଗୋଠ ଗାଁ ଓ ତହିଁରେ ଥିବା ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳା ମନ୍ଦିର, ଭାଗବତ ଟୁଙ୍ଗୀରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏହି ପାହାଡରେ ବେଆଇନ ଭାବେ ୱାଗନ ହୋଲ ବ୍ଲାଷ୍ଟିଂ ହେବା ଫଳରେ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସଂପୂର୍ଣ୍ଣ ବେଆଇନ ଭାବେ ବିପଦଜନକ ଏବଂ ଭୟଙ୍କର ବ୍ଲାଷ୍ଟିଂ ହେବା ଫଳରେ ଆଖପାଖ ଗାଁର ମାଟି ଥରି ଉଠୁଥିବା ବେଳେ ଗରୀବ ଲୋକଙ୍କ ଘର ଦ୍ୱାର ଆଦି ଫାଟି ଯାଉଛି । ଏଥିସହ ପାହାଡ ଚାରିପାଖରେ ଥିବା ଚାଷଜମି ସଂପୂର୍ଣ୍ଣ ପ୍ରଦୂଷିତ ହୋଇ ଜମି ଉପରେ ପଥର ଗୁଣ୍ଡର ମୋଟା ଆସ୍ତରଣ ଜମି ଯାଉଛି । ଏହାର ପ୍ରତିବାଦରେ ଆଜି ସୋମବାର ଏହି ପାହାଡ ତଳେ ଗୋଟିଏ ପ୍ରତିବାଦ ସଭା ହୋଇଥିଲା । ଏଥିରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚର ସଭାପତି ସତୀଶ ବିଶ୍ୱାଳ ଯୋଗଦେଇ ପାହାଡ ଗୁଡିକରେ କମ୍ପାନୀରାଜ ପାଇଁ ଆମ ଅଂଚଳର ଲୋକଙ୍କ ଜୀବନ ଜୀବିକା ବୁଡିବାକୁ ଯାଉଛି ବୋଲି ବିଷୋଦ୍‌ଗାର କରିଥିଲେ । ସେ କହିଥିଲେ ଯେ, ପାହାଡ ଚାରିପାଖରେ ଥିବା ଗାଁଗୁଡିକରେ ବସବାସ କରୁଥିବା ଲୋକମାନଙ୍କର ଆଉ ପାହାଡ ଉପରେ କୌଣସି ଅଧିକାର ରହୁନାହିଁ । ସେମାନଙ୍କ ପାହାଡ ଦିନକୁ ଦିନ ଶେଷ ହେଉଥିବା ବେଳେ ସେମାନେ ପାହାଡରେ ଆଉ ଶ୍ରମିକଟିଏ ବି ହୋଇ ପାରୁ ନାହାନ୍ତି । ଏ ଅଂଚଳର ସବୁ ଛୋଟ କ୍ରସର, କମ୍ପ୍ରେସର, ଖଣ୍ଡିକିଆ ଛୋଟ ଗାଡିମାଲିକଙ୍କୁ ଶେଷ କରି ଦିଆଯାଇଛି । ଧର୍ମଶାଳାରେ ରାଜୁତି କରୁଥିବା ଧର୍ମଶାଳା ବାହାରର ନେତା ଏବଂ ପ୍ରଶାସକଙ୍କ ପାଇଁ ଧର୍ମଶାଳାର ପାହାଡ ପର୍ବତ ମାଟିରେ ମିଶିଥିବା ବେଳେ ଧର୍ମଶାଳା ଲୋକଙ୍କ କୌଣସି ଉନ୍ନତି ହେଲା ନାହିଁ । ଏହି ପାହାଡରେ ରାଜ୍ୟ ବାହାରର କମ୍ପାନୀ ମେସର୍ସ ପ୍ରମିୟର ରକ ପ୍ରଡକ୍ଟ ଲିମିଟେଡ (ପି.ଆର.ପି.ଏଲ) କମ୍ପାନୀର ସ୍ୱେଚ୍ଛାଚାରିତା ବଢ଼ି ବଢ଼ି ଚାଲିଥିବା ବେଳେ ପାହାଡରୁ ହାତଗଣତି କେଇଖଣ୍ଡ ଗାଡି କେବଳ ଭଢା ପାଉଥିବାର ଦେଖାଯାଉଛି । ଅନ୍ୟପକ୍ଷରେ ପାହାଡରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ପଥର ଲୁଟ ହେଉଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ର ସଂଖ୍ୟା-୫୪୯୭, ତା୧୪.୧୨.୨୨ରେ ଯେଉଁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ଗତ ତା୨୩.୦୬.୨୨ ରିଖରେ ଏହି ସଂସ୍ଥା ପରିବେଶ ମଂଜୁରୀ ପାଇଁ ଆବେଦନ କରିଥିବାର ଦର୍ଶାଇଛନ୍ତି । ପି.ଆର.ପି.ଏଲ ଖାଦାନ ନିକଟରୁ କେତେକ ଲୋକ ପଥର ଚୋରୀ କରୁଥିବାର ତହସିଲଦାର ଦର୍ଶାଇଛନ୍ତି । ହେଲେ ଏହାର ବହୁ ପୂର୍ବରୁ ଅର୍ଥାତ୍ ପ୍ରାୟ ୨୦୧୫ରୁ ଏହି ପାହାଡରୁ କମ୍ପାନୀ ରୀତିମତ ଭାବେ ପଥର ଲୁଟ କରିଚାଲିଛି । ଆଶ୍ଚର୍ଯ୍ୟଜନକ ଭାବେ ପି.ଆର.ପି.ଏଲ ଖାଦାନ ଏରିଆର ସୀମା ଚିହ୍ନଟ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଖାଦାନ ଚାଲୁଥିବା ନେଇ କୌଣସି ସୂଚନା ଫଳକ ମଧ୍ୟ ନାହିଁ । ଖାଦାନ ନିକଟରୁ ପଥର ଚୋରୀ ହେଲେ ସଂଲଗ୍ନ ଖାଦାନ ଇଜିରାଦାର ଏଥିନେଇ ଏତଲା ନ ଦେବା କିମ୍ବା ରାଜସ୍ୱ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ହୋଇଥିବା ଅଭିଯୋଗ ଉପରେ ତହସିଲଦାର ମହୋଦୟ ଜବାବ ନ ରଖି ରାଜ୍ୟ ସରକାରକଙ୍କ ଛାପକୁ ଅଯଥାରେ ଖରାପ ଓ ଜନବିରୋଧୀ କରୁଛନ୍ତି । ଏଥିନେଇ ତହସିଦାରଙ୍କ ନୀରବତା ଅନ୍ତରାଳରେ ତହସିଲ ଓ କମ୍ପାନୀ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି । ଫଳରେ ସରକାର ହରାଇଥିବା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଉତରଦାୟୀ କରାଯିବା ଉଚିତ । ଜଙ୍ଗଲ ବିଭାଗର ରିପୋର୍ଟ ଅନୁସାରେ ଏହି ପାହାଡଟି ମଉଳାଭଞ୍ଜ ପାହାଡ ନାମରେ ପରିଚିତ ଏବଂ ଏହା ଜଙ୍ଗଲ କିମସ ପାହାଡ ଅଟେ । ଏହି ଆଧାରରେ ଏହି ଖାଦାନ ନିକଟରେ ମଧ୍ୟ ଜଙ୍ଗଲ ବିଭାଗ ତରଫରୁ ନିଜର ସୀମା ଚିହ୍ନଟ କରାଯାଇଛି । ତେଣୁ ଏହି ପାହାଡକୁ ସୁରକ୍ଷିତ କରାଯାଇ ବୃକ୍ଷରୋପଣ ସହ ଚୋରୀ ହୋଇଥିବା ପଥର ତଥା ଏକସେସ ମାଇନିଂ ପାଇଁ ତୁରନ୍ତ ଡ୍ରୋନ କ୍ୟାମେରା ସର୍ଭେ କରାଯିବାକୁ ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି । ଆବଶ୍ୟକ ହେଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି । ଏହାପରେ ଏକ ଶୋଭାଯାତ୍ରାରେ ସତୀଶଙ୍କୁ ପାହାଡ ଉପରକୁ ନିଆଯିବା ସହ ପାହାଡ ଉପରେ ନୀରବ ପ୍ରତିବାଦ କରାଯାଇ ଗଣଧାରଣା କରାଯାଇ ଥିଲା । ଏହି ଗଣଧାରଣାରେ ବହୁ ସଂଖ୍ୟାରେ ମହିଳା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close