
ପିଲାଙ୍କର ପଢ଼ାରେ ମନ ଲାଗୁନାହିଁ କି? କଣ କରିବେ ଉପାୟ
ଭୁବନେଶ୍ୱର; ୧୫/୧୨ (ନି ପ୍ର ) : କରୋନା ମହାମାରୀ ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବ୍ୟତିକ୍ରମ ଦେଖାଦେଇଛି। ପିଲା ମାନଙ୍କର ପାଠପଢା ପ୍ରତି ଆଗ୍ରହ ବହୁତ ମାତ୍ରାରେ କମିଥିବା ପରିଲକ୍ଷିତ ହୋଇଛି। କିଛି ପିଲାଙ୍କର ପାଠରେ ବେଶ୍ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇ ପିଲାଙ୍କର ପାଠ ପ୍ରତି ଏକାଗ୍ରତା ବଢ଼ାଇ ପାରିବା।କୁହାଯାଏ ବିଶ୍ୱାସ ହି ସବୁଠାରୁ ବଡ଼ ଜିନିଷ। ବିଶ୍ୱାସ ଥିଲେ ସବୁକିଛି ସମ୍ଭବ ହୋଇପାରିବ।
💐ପିଲାମାନେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସି ପଢ଼ିଲେ, ଏକାଗ୍ରତା ବୃଦ୍ଧି ହେବା ସହ ସେମାନଙ୍କର ପାଠ ପଢ଼ାରେ ଆଗ୍ରହ ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ପିଲାର ଶୁଭମନାସୀ ପ୍ରତି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ କିଛି ଧାର୍ମିକ ପୁସ୍ତକ ଓ ପେନ୍ ଦାନ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।
💐ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ପିଲାର ପାଠରେ ମନ ଲାଗୁନାହିଁ ତା’ର ପକେଟ୍ରେ ସବୁବେଳେ ଫିଟିକିରି ଖଣ୍ଡେ ରଖିବା ସହ ପ୍ରତ୍ୟହଃ ତା’ର ମଥା ଏବଂ ନାଭିରେ କେଶରର ତିଳକ ଲଗାଇଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।
💐ଅନ୍ୟପକ୍ଷେ କୁହାଯାଇଛି ଭଗବାନ ବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ନିକଟରେ ଦୀପ ଜାଳିବା ସହ କଦଳୀ ଗଛ ମୂଳରେ ପ୍ରତ୍ୟେକ ଦିନ ଜଳ ଢାଳି ସେଠାରୁ ମାଟି ଆଣି ପିଲାର ମଥାରେ ତିଳକ ଲଗାଇଲେ ବି ପିଲାଙ୍କର ପଢ଼ା ପ୍ରତି ଆଗ୍ରହ ଆସିଥାଏ।
💐 ପିଲାଙ୍କ ଷ୍ଟଡି ରୁମ୍ର ପୂର୍ବ, ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ ପାର୍ଶ୍ୱରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ମହମବତି ଜାଳିଲେବି ସେମାନେ ପାଠ ପ୍ରତି ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।
ଖାଲି ପ୍ରତିକାର କରିଦେଲେ ଯେ ପିଲା ପଢ଼ିନେବେ ତାହା ନୁହଁ ପ୍ରତିକାର ସହ ଆମକୁ ପିଲାଙ୍କ ଯତ୍ନ ନେବା ଦରକାର।ପିଲାମାନଙ୍କୁ ସବୁ କ୍ଷେତ୍ରରେ ବୁଝାଇବା ବି ଦରକାର।।କର୍ତ୍ତବ୍ୟ ଯାହା ସବୁ କରିବା କଥା ତାହା ସଠିକ ଭାବରେ କରି ପାରିଲେ ଆମେ ସଠିକ ଫଳ ପାଇ ପାରିବା ବୋଲି ବିଶ୍ୱାସ ରହିଛି। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ରେ ପିଲାଙ୍କ ପାଠ ପଢା କେତେ କ୍ଷତି ହୋଇଛି ତାକୁ ଆମେ କିପରି ପୁରା କରିପାରିବା ତାହା ପ୍ରଥମେ ଅଭିଭାବକ କୁ ବୁଝିବା ନିହାତି ଦରକାର। ସେଥିପାଇଁ ଆମକୁ ଧର୍ଯ୍ୟ ସହକାରେ ସମସ୍ତ ପଦକ୍ଷେପ ନେବା ଉଚିତ।