ଯାଜପୁର ଜିଲ୍ଲାରେ ନିଯୁକ୍ତି ପାଇଲେ ସହକାରୀ ରାଜସ୍ୱ ନିରୀକ୍ଷକ ଓ ଅମିନ

ଯାଜପୁର, ୧୪ା୧୨: ଓଡିଶା ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ମିଳିତ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୬୮ ଜଣ ସହକାରୀ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କୁ ଯାଜପୁର ଜିଲ୍ଲାରେ ନିଯୁକ୍ତି ମିଳିଚ୍ଥି । ଆଜି ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ୩୫ ଜଣ ସହକାରୀ ରାଜସ୍ୱ ନିରୀକ୍ଷକ ଓ ୩୩ ଜଣ ଅମିନ ମୋଟ ୬୮ ଜଣଙ୍କୁ ଜିଲ୍ଲାପାଳ ଚଳ୍ରୱର୍ତୀ ସିଂହ ରାଠୋର ନିଯୁକ୍ତି ପତ୍ର ପ୍ରଦାନ କରିଚ୍ଥନ୍ତି । ଜିଲ୍ଲାରେ ଚଳିତ ୨୦୨୨ ମସିହା ଜାନୁୟାରୀ ୩୦ ତାରିଖରେ ଆୟୋଗ ତରପଂରୁ ଲିଖିତ ପରୀକ୍ଷା ଆୟୋଜନ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କୃତିତ୍ୱର ସହ ପରୀକ୍ଷାରେ ଉତିନ୍ନ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ତା ୩ା୬ା୨୦୨୨ ରିଖରେ ପ୍ରମାଣ ପତ୍ର ଯାଂଚ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ମଧ୍ୟରୁ ଆଜି ୬୮ ଜଣଙ୍କୁ ନିଯୁକ୍ତି ମିଳିଚ୍ଥି । ସେମାନେ ଯାଜପୁର ଜିଲ୍ଲାର ସମସ୍ତ ତହସିଲ ଅଧିନରେ କାର୍ଯ୍ୟ କରିବେ, ଯାହା ପଂଳରେ ତହସିଲ ମାନଙ୍କରେ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବା ସଂଗେ ସଂଗେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ପ୍ରକାଶ କରିଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ, ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସଂସ୍ଥା ଅଧିକାରୀ ଅଲେଖ ପ୍ରସାଦ ମହାରଣା ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close