ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ “ଟାଟା ଷ୍ଟିଲ୍ ଫାଉଣ୍ଡେସନ” ଓ “ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ” ମଧ୍ୟରେ ସହଭାଗିତା

ଯାଜପୁର, ୧୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଭାଗିତାରେ ଓଡ଼ିଶାର ଯାଜପୁର ଜିଲ୍ଲାରେ “ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ’ କାର୍ଯ୍ୟକାରିତାର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୯ ତାରିଖରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ୨୦୨୩ ମସିହା ଅକ୍ଟୋବର ମାସରେ ଏହି ଅଭିଯାନ ଶେଷ ହେବାର ଯୋଜନା କରାଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଓଡ଼ିଶା ମୁଖ୍ୟ ଡଃ. ଅମ୍ବିକା ନନ୍ଦ କହିଛନ୍ତି ଯେ, “ଟିବି”ରେ ପୀଡ଼ିତ ଲୋକମାନଙ୍କଭ ପାଖରେ ପହଂଚି ସେମାନଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଟିଏସ୍‌ଏଫ୍‌, ଓଡ଼ିଶାର ଯାଜପୁର ଜିଲ୍ଲା ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛି । ପ୍ରାରମ୍ଭିକ ସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଯାଜପୁର ଜିଲ୍ଲାର ୭୯୭ ଜଣ ଲୋକଙ୍କୁ ଏହି ଖାଦ୍ୟ ଯୋଗାଇ ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।
   ଏଠାରେ ସୂଚନାଯୋଗ୍ୟ ଯେ, ଏହି ସହଭାଗିତାର ଅଂଶ ବିଶେଷ ଭାବେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ବ୍ଲକ୍‌ରୁ ଚିହ୍ନଟ ହୋଇଥିବା ମାମଲାଗୁଡ଼ିକ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ନି-କ୍ଷୟ ପୋର୍ଟାଲ୍‌ରେ ପଂଜୀକୃତ ହୋଇଛି । ଚିହ୍ନଟ ହୋଇଥିବା ଟିବି ରୋଗୀଙ୍କୁ ପ୍ରତି ମାସରେ ଏକ ପୁଷ୍ଟିକର ଖାଦ୍ୟ ଥିବା କିଟ୍ ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ଏହି ପ୍ରସ୍ତାବିତ କିଟ୍‌ରେ ଅଧିକାଂଶ ପୁଷ୍ଟିସାର ଯୁକ୍ତ ଆହାର ଯଥା ଚଣା ଡାଲି (୧.୫ କେଜି), ହରଡ଼ ଡାଲି (୧.୫ କେଜି), ମସୁର ଡାଲି (୧.୫ କେଜି), ବାଦାମ (୦.୫ କେଜି), ସୋୟାବିନ (୩୦୦ ଗ୍ରାମ) ଏବଂ ଗୁଡ଼ (୧ କେଜି) ରହିବ ।÷
    ସୂଚନାଯୋଗ୍ୟ, ୨୦୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କ ସଂପୃକ୍ତିକୁ ବଢାଇବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ (ଏମ୍‌ଓଏଚ୍‌ଏଫ୍‌ଡବ୍ଲୁ) ପକ୍ଷରୁ “ଟିବି ରୋଗୀଙ୍କୁ ଗୋଷ୍ଠୀ ସହାୟତା-ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ’ର ଶୁଭାରମ୍ଭ କରାଯାଇଛି । ଏକ ଅନଲାଇନ୍ ୱେବ୍ ପରିଚଳନା ପ୍ରଣାଳୀ ସହାୟତାରେ ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମରେ ଟିବି ରୋଗୀମାନଙ୍କୁ ଗୋଷ୍ଠୀଗତ ସହାୟତା ପ୍ରଦାନ କରିବା ଲାଗି ଚିକିତ୍ସା ନିମନ୍ତେ ବିଭିନ୍ନ ନି-କ୍ଷୟ ଦାତାମାନଙ୍କ ସହ ସଂଯୁକ୍ତ କରାଯାଇଛି । ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ସମବାୟ ସଂସ୍ଥା, କର୍ପୋରେଟ, ନିର୍ବାଚିତ ପ୍ରତିନିଧି, ବ୍ୟକ୍ତିବିଶେଷ, ସଂସ୍ଥା ଏବଂ ଅଣ ସରକାରୀ ସଂସ୍ଥା ଗୁଡ଼ିକ ଅନ୍ତର୍ଭୁକ୍ତ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close