
ବ୍ୟାସନଗର ଆଇଜିଏମ ଡିଗ୍ରୀ କଲେଜର ଆଥଲେଟିକ୍ ମିଟ୍ ଉଦ୍ଯାପିତ; ଶିବାନୀ ଚମ୍ପିଆନ ଓ ରମାଦେବୀ ଗ୍ରୁପ ଚମ୍ପିଆନ
ବ୍ୟାସନଗର, ୮ା୧୨(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସ୍ଥିତ ‘ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ’ ଆନୁକୂଲ୍ୟରେ ଭୁବନେଶ୍ୱରର “ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ”ର ୫ମ ବାର୍ଷିକ ୩ଦିନିଆ ଆନ୍ତଃକଲେଜ ଆଥଲେଟିକ ମିଟ୍ ଉଦ୍ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ଘଯାନୀ ସଭା ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଉପ-ଜିଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଗୋପିନାଥ କୁଅଁର ଯୋଗଦେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତା’ର ଆଥଲେଟିକ ମିଟ ଯାଜପୁରରେ କରିଥିବାରୁ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ଇନ୍ଦିରା ଗାନ୍ଧି ମହିଳା ଡିଗ୍ରୀ ମହାବିଦ୍ୟାଳୟ ତାହାକୁ ସୁଚାରୁରୂପେ ନିର୍ବାହ କରିଥିବାରୁ ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ତଥା ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକ, ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଙ୍କଜିନୀ ପାଣି, ଏନଆଇସି କୋଚ ଚିତରଞ୍ଜନ ମହାପାତ୍ର, ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ମନମୋହନ ରାଉତ, ଯାଜପୁର ଜିଲା ଆଥେଲେଟିକ ଆସୋସିଏସନର ସାଧାରଣ ସଂପାଦକ ସମ୍ବିତ ମହାନ୍ତି, ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ କ୍ରୀଡାର ଆବଶ୍ୟକତା ସଂପର୍କରେ ଅଭିଭାଷଣ ଦେଇଥିଲେ । ଅଧ୍ୟାପିକା ଝୁନୁମଣି ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଆଥେଲେଟିକ ଆସୋସିଏଟ ଉପସଭାପତି ଅରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦୦, ୨୦୦, ୪୦୦,୮୦୦,୧୫୦୦ମିଟର, ଲଙ୍ଗଜମ୍ପ, ହାଇ ଜମ୍ପ, ଜାଭେଲିନ, ସଟଫୁଟ, ଡିସକସ୍ ଥ୍ରୋ, ରିଲେ ରେସ ଆଦି ବିବଧ ଖେଳରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରୁ ଭାଗନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ପୁଷ୍ପଗୁଚ୍ଛ ଓ ମେଡାଲ ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଆଥେଲେଟ ମିଟ୍ରେ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଶିବାନୀ ମଲ୍ଲିକ ବ୍ୟକ୍ତିଗତ ଭାବେ ଚମ୍ପିଆନ ହୋଇଥିଲା ବେଳେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗ୍ରୁପ ଚମ୍ପିଆନ ଆଖ୍ୟା ଅର୍ଜ୍ଜନ କରି ପୁରସ୍କୃତ ହୋଇଥିଲେ । ସଭା ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ଉଦ୍ଯାପନୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ରୋଜାଲିନ ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣ କୁମାର ମିଶ୍ର, ମଳୟ କୁମାର ମଲ୍ଲିକ, ସନ୍ତୋଷ କୁମାର ଜେନା, ସୁବାସ ଚନ୍ଦ୍ର ସ୍ୱାଇଁ, ପଦ୍ମଭୁଷଣ ରାଉତରାୟ, ଜ୍ୟୋତିପ୍ରକାଶ ରାଉତ, ଚିତରଞ୍ଜନ ବଳ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ତାରିଣୀ ତନୟା ସର, ଲିପ୍ସା ମିଶ୍ର, ରୋଜାଲିନ ଦାସ, ସୁଚିସ୍ମିତା ବେହେରା, ଅନିମା ପ୍ରଧାନ, ମମତାମୟୀ ଦାଶ, ରାଜଲକ୍ଷ୍ମୀ ଦାସ, ପ୍ରଦୀପ କୁମାର ପରିଡା, ପ୍ରଶାନ୍ତ କୁମାର ପଲେଇ, ଦୁର୍ଗାବତୀ ସ୍ୱାଇଁଙ୍କ ସମେତ ବିଚିତ୍ର ଦଳେଇ, ପବିତ୍ରମୋହନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଶ୍ୱ ବିଦ୍ୟାଳୟ ପକ୍ଷରୁ କ୍ରୀଡା ପର୍ଯ୍ୟବେକ୍ଷକ ଭାବେ ପାର୍ବତୀ ଘୋଷ ଯୋଗଦେଇଥିଲା ବେଳେ ଚିତରଞ୍ଜନ ମହାପାତ୍ର, ମନିନ୍ଦ୍ର ଧଳ, ନିରଞ୍ଜନ ପୃଷ୍ଟି, ଶ୍ୱାତିସୁଚରିତା ପତି, ବାବାଜୀ ଚରଣ ସାହୁ, ସଞ୍ଜୟ ଦାସ, ଦେବବ୍ରତ ମିଶ୍ର, ରମେଶ ଦାସ, ସୁରେଶ ପରିଡା, ସଞ୍ଜିବ ମିଶ୍ର, ସୁରେଶ ସାହୁ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ନିମନ୍ତେ ଯାଜପୁରରୋଡ ଥାନା ପକ୍ଷରୁ ଆବଶ୍ୟକୀୟ ପୋଲିସ ଫୋର୍ସ ଯୋଗାଇ ଦିଆଯାଇଥିଲା ।