
ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ‘ଟାଟା ଷ୍ଟିଲ ଫାଉଣ୍ଡେସନ’ ସହଯୋଗରେ ସବଳ ଅଭିଯାନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଓ ସହାୟତା ଉପକରଣ ବଂଟନ
ସୁକିନ୍ଦା, ୨୮/୧୧: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ପକ୍ଷରୁ “ଟାଟା ଷ୍ଟିଲ ଫାଉଣ୍ଡେସନ” ସହଯୋଗରେ ସବଳ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଓ ସହାୟତା ଉପକରଣ ବଂଟନ ଶିବିର ଗତ କାଲି ରବିବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳର ୬୫ ଦିବ୍ୟାଙ୍ଗ ବ୍ୟକ୍ତି (ପିଡବ୍ଲୁଡି)ଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ ବଂଟନ କରାଯାଇଛି (୪୭ ଜଣ ଲୋକୋମୋଟର ଦିବ୍ୟାଙ୍ଗ, ୧୦ ଜଣ ଶ୍ରବଣ ଏବଂ ବାକ୍ ସମସ୍ୟା, ୩ ଜଣ ସେରେବ୍ରାଲ୍ ପାଲ୍ସି, ୩ ଜଣ ଦୃଷ୍ଟିଶକ୍ତି ସମସ୍ୟା, ଜଣେ ଅଟିଜିମ୍ ସ୍ପେକ୍ଟ୍ରମ ସମସ୍ୟା ଏବଂ ଜଣେ ବୌଦ୍ଧିକ ସମସ୍ୟା) ।
ସୁକିନ୍ଦାର ୩୪ ଏବଂ କଳିଙ୍ଗନଗର ଅଂଚଳର ୪୨ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏସ୍ଭି ନିରତାର ସହଯୋଗରେ ସହାୟତା ଉପକରଣ ଏବଂ ଆପ୍ଲାଏନ୍ସେସ୍ ବଂଟନ କରାଯାଇଥିଲା (୩୪ ଟ୍ରାଇସାଇକଲ୍, ୮ ବୟୋଜ୍ୟେଷ୍ଠଙ୍କ ପାଇଁହ୍ୱିଲ୍ଚେୟାର, ଶିଶୁମାନଙ୍କ ୨ ହ୍ୱିଲ୍ଚେୟାର, ୧୮ (୯ ଯୋଡ଼ା) (ସାଇଜ ୪୦) ଅକ୍ସିଲାଜରି କ୍ରଚ୍, ୧୨ (୬ ଯୋଡ଼ା) (ସାଇଜ୍-୩୯) ଅକ୍ସିଲାରି କ୍ରଚ୍, ୨ ୱାକିଂ ଷ୍ଟିକ୍ ଏବଂ ୪୮ ( ୨୪ ଯୋଡ଼ା) ଶ୍ରବଣ ଯନ୍ତ୍ର) ।
ପୂର୍ବରୁ, କଟକ ସ୍ଥିତ ଏସ୍ଭି ନିରତାର ସହଯୋଗରେ ୨୦୨୨ ଅଗଷ୍ଟରେ ସହାୟତା ଉପକରଣ ଏବଂ ଆପ୍ଲାଏନ୍ସ ବଂଟନ ପାଇଁ ଆୟୋଜିତ ଦୁଇ ଦିନିଆ ଦିବ୍ୟାଙ୍ଗ ଆକଳନ ଶିବିର ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୌଶଳ ବିକାଶ, ବୈଷୟିକ ଶିକ୍ଷା ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଇଂ. ପ୍ରୀତି ରଂଜନ ଘଡ଼ାଇ, ଯାଜପୁର ସିଡିଏମ୍ଓ ଡକ୍ଟର ଶିବାଶିଷ ବେହେରା, ଏସ୍ଏସ୍ଇପିଡି ଅଣ୍ଡର ସେକ୍ରେଟାରି ସନ୍ୟାସୀ ବେହେରା ଏବଂ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଇଂ. ଘଡ଼ାଇ କହିଛନ୍ତି ଯେ, “ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ, ସମ୍ମାନକୁ ନିଶ୍ଚିତ କରିବା ଏବଂ ସହାନୁଭୂତିର ଏକ ପରିବେଶ ସୃଷ୍ଟି କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ମୁଁ ବହୁତ ଖୁସି ଯେ ‘ସବଳ’ ଏହି ଚିନ୍ତାଧାରାର ପ୍ରସାର କରୁଛି ।’’
ଏହି ଅବସରରେ ଶ୍ରୀ ସତିଜା କହିଛନ୍ତି ଯେ, “ଆମ ଜନସଂଖ୍ୟାର ୨%ରୁ ଅଧିକ ଲୋକ ବିଭିନ୍ନ ପ୍ରକାରର ଭିନ୍ନକ୍ଷମତା ସହ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରିବା, ପ୍ରମାଣପତ୍ର ପ୍ରଦାନ କରିବା ଏବଂ ସଚେତନ କରିବା ସବଳ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ପୂର୍ବରୁ କରାଯାଇଥିବା ଆକଳନ ଅନୁସାରେ ପ୍ରମାଣପତ୍ର ପ୍ରଦାନ ଏବଂ ସହାୟତା ଉପକରଣ ବଂଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମନ୍ତ୍ରୀ ଶ୍ରୀ ଘଡ଼ାଇ, ସବଳ ଅଭିଯାନ ଅଧିନରେ ଏନାବଲ୍ ଇଣ୍ଡିଆ ସହଯୋଗରେ ଦୃଷ୍ଟିବାଧିତମାନଙ୍କ ଲାଗି ଚାଲିଥିବା ଏକ କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅଭିଯାନ ଅଧୀନରେ ବର୍ତମାନ ୧୨ ଜଣ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ଏହା ଆସନ୍ତା ମାସରେ ଶେଷ ହେବ ।