ବିଦ୍ୟୁତ ଉପଭୋକ୍ତା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ୟାସନଗର ; ୨୭/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ଯାଜପୁର ରୋଡ଼ ବ୍ୟାସନଗର ଅଞ୍ଚଳରେ ଥିବା ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ସକାଳ ୧୧ଘଟିକା ସମୟରେ ବିଦ୍ୟୁତ ଉପୋଭୋକ୍ତା ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ ବିଭାଗ ଉପଭୋକତା ମାନଙ୍କ ଉପରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ମନମାନୀ, ବିଦ୍ୟୁତ ଉପଭୋକ୍ତା ଙ୍କ ଠାରୁ କିପରି ଟଙ୍କା ରୋଜଗାର କରିବା, ଯଥା -ବିଲକୁ ବଢାଇବା,ପଛରେ ବକେୟା ଟଙ୍କା ର ସୁଦ୍ଧ ଭିଡ଼ି ଆଦାୟ କରିବା,ମା ଭଉଣୀ ମାନଙ୍କୁ ଅସଦାଚରଣ କରିବା, ବେଆଇନ ଘରେପଶି ଘର ଛାନଭିନ କରିବା,ବିନାନୋଟିସ ରେ ବିଦ୍ୟୁତ କାଟିବା ରାତିରେ ଘରେ ଯାଇ ବିଲ ମାଗିବା,ପରି ଘଟଣା ଘଟୁ ଥିବାରୁ ଉପୋଭୋକ୍ତା ନିଜର ହକ ପାଇଁ ଆଜି ବ୍ୟାସ ସରୋବର ଠାରେ ଆବାହକ ଶ୍ରମିକ ନେତା ଭ୍ରମର ବର ରାଉତଙ୍କ ସଭାପତିତ୍ୱରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଡାକ୍ତର ଦୁଷ୍ମନ୍ତ କୁମାର ନାୟକ, ସମାଜ ସେବି ପ୍ରସନ୍ନ କୁମାର ସାମଲ (ବାବୁଲି ଭାଇ ),ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ,ସଦାଶିବ ଦାସ, ଆଲୋକ ଦାସ,ଧରଣୀଧର ଘଡେଇ,ତାରିଣୀ ପଟନାୟକ, ତପନ ସାମଲ, ବିଶ୍ୱଜିତ ମହାନ୍ତି, ସୁବ୍ରତ ସେନ,ସୁବାସ ବୋଷ,ନିରଞ୍ଜନ ଘଡେଇ, ବିଜୟ ମହାନ୍ତି,ନିଜନିଜର ମତାମତ ରଖିଥିଲେ। ଏହିପରି ଲୋକ ଆଗକୁ କିଭଳି ଶୋଷଣ ର ଶିକାର ନହୁଅନ୍ତୁ ସେଥି ପାଇଁ ଆଗାମୀ ଦିନରେ ବିଦ୍ୟୁତ ବିଭାଗ ପ୍ରତିବାଦରେ ରାଜରାସ୍ତାକୁ ବିଦ୍ୟୁତ ଗ୍ରାହକ ମାନେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ଉକ୍ତ ବୈଠକ ରେ ୩ ଶହରୁ ଉର୍ଦ୍ଧ ଗ୍ରାହକ ଯୋଗ ଦେଇଥିଲ।ଶେଷରେ ପଦ୍ମଲୋଚନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close