ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୨” ଅନୁଷ୍ଠିତ

ଯାଜପୁର;୦୯/୧୧(ନି ପ୍ର ) : ବୁଧବାର ଅପରାହ୍ନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୨” ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଚ୍ଥି ।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଶିଶୁମାନେ ଏକ ନିର୍ଦ୍ଧିଷ୍ଟ ଓ ନିର୍ଦ୍ଧାରିତ ଜୀବନ ଶୈଳୀ ମାଧ୍ୟମରେ ଅନୁୁଷ୍ଠାନରେ ପ୍ରତିପାଳିତ ହୁଅନ୍ତି । ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଏହି ମହକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସେ କହିବା ସହ ଶିଶୁ ମାନଙ୍କର ପ୍ରଷ୍ଫୁଟିତ ପ୍ରତିଭାକୁ ନେଇ ସେ ଗର୍ବିତ ବୋଲି କହିଥିଲେ । ଏଥିସହ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକୁ ପରିଦର୍ଶନ ସହ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଦିଗରେ ପ୍ରଶାସନିକ ସ୍ତରରେ ସେ କାର୍ଯ୍ୟ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ । ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତାରାଣୀ ବେହେରା, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ କୃତିବାସ ବାରିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ସି.ସି.ଆଇ. ଅନ୍ତର୍ଭୁକ୍ତ ଶିଶୁ ମାନଙ୍କର ସାମୁହିକ ବିକାଶ ଏବଂ ଅନ୍ତର୍ନିହିତ ଅନ୍ୱେଷଣ ଦିଗରେ “ମହକ-୨୦୨୨” କାର୍ଯ୍ୟକ୍ରମ ଆଗାମୀ ଦିନରେ ସେମାନଙ୍କୁ ପ୍ରତିଭାବାନ ଭାବେ ଗଢି ତୋଳିବା ସଂଗେ ସଂଗେ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ । ପରେ ପରେ ଅନୁଷ୍ଠାନର ଶିଶୁ ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରପିଂ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ଊତ୍ସବରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀ, ଅନୁଷ୍ଠାନର ପରିଚାଳକ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ବୃନ୍ଦ, ସାମ୍ୱାଦିକ, ବୁଦ୍ଧିଜିବୀ ପ୍ରମୁଖ ଯୋଗ ଦେଇଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close