Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ଯାଜପୁର; ୦୯/୧୧ (ନି ପ୍ର ) : କୋରେଇ ବ୍ଳକ ଅନ୍ତର୍ଗତ ତାରାକୋଟ ଗ୍ରାମପଞ୍ଚାୟତର କେଶୁଆ ଗ୍ରାମର ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବର୍ଦ୍ଧନା ସଭା ଗ୍ରାମର ମଙ୍ଗଳା ମଣ୍ଡପ ଠାରେ କାର୍ତ୍ତିକ ପୂର୍ଣ୍ଣିମା ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ବଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜ ସେବୀ ଆଲେକଜାଣ୍ଡାର ଦାସ ,ସମ୍ମାନୀତ ଅତିଥି ଭାବେ ତାରାକୋଟ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଫରିଦା ବେଗମ ,ବରୁଣ୍ଡେଇ ଗ୍ରାମପଞ୍ଚାୟତର ସରପଞ୍ଚ ଲିପ୍ସା ପରିଡା ଓ ବରୁଣ୍ଡେଇ ଗ୍ରାମପଞ୍ଚାୟତର ସମିତି ସଭ୍ୟ ରଶ୍ମୀ ରଂଜନ ପରିଡା ପ୍ରମୁଖ ଯୋଗ ଦେଇ ନିପଟ ଗ୍ରାମାଞ୍ଚଳରେ ଯୁବକମାନେ ପବିତ୍ର କାର୍ତ୍ତିକ ପୁର୍ଣ୍ଣିମାରେ ଏକାଠି ହୋଇ ଦିର୍ଘ ୧୨ ବର୍ଷ ଧରି ନିରବିଛନ୍ନ ଭାବେ ଏକାଠି ମହୋତ୍ସବ ପାଳନ କରିଥିବାରୁ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହି ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ସ୍ଵର୍ଗତ ଅରକ୍ଷିତ ନାୟକଙ୍କର ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଉକ୍ତ ଉତ୍ସବରେ ସହଯୋଗ କରିଥିଲେ ଅନୁଷ୍ଠାନର ମାର୍ଗଦର୍ଶକ କରୁଣାକର ବାରିକ,ମୁଖ୍ୟ ଉପେଦେଷ୍ଟା ଅକ୍ଷୟ ବଳ,ଉପଦେଷ୍ଟା ବିଜୟ ବଳ, ସଂଘ ନିର୍ଦ୍ଦେଶକ ଦିନବଂଧୁ ବଳ, ଆବାହକ ଧ୍ରୁବ ନାୟକ, ସଂଯୋଜକ ସୁଦର୍ଶନ ବଳ, ସହ ସଂଯୋଜକ ସତ୍ୟବ୍ରତ ବଳ, ସହ ପରିଚାଳକ ଅଭୟ ବଳ ପ୍ରମୁଖ ସହାୟତା କରିଥିଲେ ଓ ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ଯାଜ୍ଞସେନୀ ବେହେରା ଓ ଅତିଥି ପରିଚୟ ସ୍ଵାଗତ ଭାଷଣ ଦେଇଥିଲେ ଯୁବ ସଂଗଠକ ଗୋକୁଳ ଚନ୍ଦ୍ର ପରିଡା,ସଭାକାର୍ଯ୍ୟର ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଚାରିଜଣ ବ୍ୟକ୍ତି ବିଶେଷ ଯଥା ମା ମଙ୍ଗଳା ଯୁବକ ସଂଘର ପ୍ରାଣ ପ୍ରତିଷ୍ଠାତା ଅରକ୍ଷିତ ନାୟକଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସମାଜ ସେବୀ ହରେକୃଷ୍ଣ ସାହୁ କୋରେଇଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରବଣ କୁମାର ମହାରଣା,ବରିଷ୍ଠ ସାମ୍ବାଦିକ ଭୁବନ ମୋହନ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସଭା ପ୍ରାରମ୍ଭରେ ଆବାହନୀ ନୃତ୍ୟ ସୁଶ୍ରୀ ଶୁଭଶ୍ରୀ ବଳ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରି ଦେଇଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରତାପ ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close