
ଯାଜପୁର ବ୍ଲକ ଭୂଇଁପୁରର ପୂର୍ବତନ ସରପଂଚ ପ୍ରମୋଦ ଦାସଙ୍କ ବିୟୋଗ; ବିଭିନ୍ନ ମହଲରେ ଶୋକ
ସାହାପୁରହାଟ, ୦୬/୧୧: ଯାଜପୁର ବ୍ଲକର ଭୂଇଁପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ କୁମାର ଦାସ (ଟୁନା)ଙ୍କ ବିୟୋଗ ଘଟିଛି । ସେ ଜଣେ ଭଲ ସଂଗଠକ ମଧ୍ୟ ଥିଲେ । ପଂଚାୟତରେ ତାଙ୍କର ବେଶ ପରିଚିତି ଥିଲା ଓ ସେ ଲୋକଙ୍କ ସମସ୍ୟା ସହିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକପ୍ରକାଶ କରିବା ସହ ଟୁନା ଭାଇଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଶକ୍ତି ଯୋଗାଇ ଦେବାକୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
Live Share Market