
ଯାଜପୁର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଯାଜପୁର, ୨ା୧୧ : ଯାଜପୁର ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ, ଯାଜପୁର ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଚ୍ଥି । ଏହି ସପ୍ତାହ ପାଳନ ଅବସରରେ ଊଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା ଯୋଗଦେଇ ଦୁର୍ନୀତିକୁ ଏକ ସାମାଜିକ ବ୍ୟାଧି ବୋଲି କହିବା ସହ ଏହାର ନିରାକରଣ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ଆମ ସମାଜ ପାଇଁ ବାଧକ । ସର୍ବସାଧାରଣ ଚାହିଁଲେ ଦୁର୍ନୀତିକୁ ପ୍ରଶମିତ କରିପାରିବେ । ତେଣୁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ବା କୈାଣସି କାର୍ଯ୍ୟାଳୟରେ ଦୁର୍ନୀତି ନ ହେବା ଊଚିତ । ଆମେ ସମସ୍ତେ ସଂକଳ୍ପବଦ୍ଧ ଓ ଊତ୍ସର୍ଗୀକୃତ ଭାବେ ଏକତ୍ରିତ ହୋଇ ଏକ ଦୁର୍ନୀତିମୁକ୍ତ ଭାରତ ଗଠନରେ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ଜେନା ଆଶାବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଊପ ଆରକ୍ଷୀ ଅଧିକ୍ଷକ ଗଦାଧର ରାଊତ ଯୋଗଦେଇ କହିଲେ ଯେ, ପୁରାଣ ଯୁଗରୁ ଦୁର୍ନୀତି ଚାଲିଆସିଚ୍ଥି । ମାତ୍ର ସେ ସମୟରେ ତାହା ସମାଜର ମଙ୍ଗଳ ପାଇଁ ଊଦ୍ଦିଷ୍ଟ ଥିବାବେଳେ ବର୍ତ୍ତମାନର ଦୁର୍ନୀତି ସମାଜକୁ ଏକ କଳୁଷିତ ପଥରେ ଆଗେଇ ନେଊଚ୍ଥି । ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ଦୁର୍ନୀତିରେ ଲିପ୍ତ ରହି ବିଶ୍ୱରେ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରୁଚ୍ଥନ୍ତି । ତୁଳନାତ୍ମକ ଭାବେ ଚିନ୍ତା କଲେ ଭାରତ ବର୍ଷ ତଥା ଆମ ଓଡିଶା ରାଜ୍ୟ ଆପାତତଃ ଏକ ସୁସ୍ଥ ପରିବେଶରେ ଅଚ୍ଥି । ସରକାରଙ୍କର ସତର୍କତା ମୂଳକ ପଦକ୍ଷେପ ପଂଳରେ ଆଗ ଭଳି ଦୁର୍ନୀତିର ପ୍ରଭାବ ମଧ୍ୟ କିଚ୍ଥି ମାତ୍ରାରେ କମିଚ୍ଥି ବୋଲି ଶ୍ରୀ ରାଊତ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗ ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ କ୍ଷେତ୍ରରେ ଓଡିଶା ସରକାର ବିଭିନ୍ନ ନୀତି ନିୟମ ପ୍ରଣୟନ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଚ୍ଥନ୍ତି । ବର୍ତ୍ତମାନ ସରକାର ମୋ’ ସରକାର, ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଦୁର୍ନୀତିକୁ ରୋକାଯାଇ ପାରିଚ୍ଥି । ଅନ୍ଲାଇନ ଅଭିଯୋଗ ପ୍ରଣାଳୀରେ ମଧ୍ୟ ଯେ କୈାଣସି ଅଭିଯୋଗ ଲୋକଲୋଚନକୁ ଆଣି ଦୁର୍ନୀତିକୁ ରୋକାଯାଇପାରୁଚ୍ଥି ବୋଲି ଶ୍ରୀ ନାୟକ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତେ ଆଗଭର ହୋଇ କାର୍ଯ୍ୟ କଲେ ଆମ ରାଜ୍ୟ ତଥା ଦେଶ ଭବିଷ୍ୟତରେ ଗୋଟିଏ ଭ୍ରଷ୍ଟାଚାରମୁକ୍ତ ଦେଶ ଭାବେ ପରିଗଣିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଊପଲକ୍ଷେ ଦୁର୍ନୀତି ନିବାରଣ ବିଭାଗ ତରପଂରୁ ଏକ ସଚେତନାତ୍ମକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ସଭାପତିଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗର ଊପ-ଆରକ୍ଷୀ ଅଧିକ୍ଷକ ସୁଶିଲ କୁମାର ଏକ୍କା ସଭାରେ ଊପସ୍ଥିତ ସମସ୍ତ ପଦାଧିକାରୀ, ଚ୍ଥାତ୍ର ଚ୍ଥାତ୍ରୀ, ବୁଦ୍ଧିଜିବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଚେତନତାର ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଜିର ଦିବସର ଆଭିମୁଖ୍ୟ ଊପରେ ଆଲୋକପାତ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂର୍ବରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଊଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ, ଇଂରାଜୀ ବକ୍ତୃତା ଓ ବ୍ୟଙ୍ଗ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଚ୍ଥାତ୍ର ଚ୍ଥାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।