ସାମ୍ବାଦିକ ସଂଜୟ ମିଶ୍ର ଗିରଫ ଘଟଣା: ଜାତୀୟ ମାନବାଧିକାର କମିଶନଙ୍କ ମାମଲାରେ ଅଡୁଆରେ ଧର୍ମଶାଳା ପୋଲିସ

ଯାଜପୁର; ୩୧/୧୦(ନି ପ୍ର ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସ ଲୋକାଭିମୁଖୀ ହେବାପାଇଁ ସର୍ବଦା ଗୁରୁତ୍ୱାରୋପ କରିଛନ୍ତି । ହେଲେ ଅନେକ କ୍ଷେତ୍ରରେ ପୋଲିସ ନିଜର ଉଦ୍ଦେଶ୍ୟ ମୂଳକ କାର୍ଯ୍ୟ ପାଇଁ ପୋଲିସ କ୍ଷମତାର ଅପପ୍ରୟୋଗ କରି ସମୁଦାୟ ବ୍ୟବସ୍ଥା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପୋଲିସ ସେବା ନେଇ ଲକ୍ଷର ମଧ୍ୟ ଦୁରୁପଯୋଗ ହେଉଛି । ଯାଜପୁର ଜିଲ୍ଲା ଧର୍ମଶାଳାର ସାମ୍ବାଦିକ ସଂଜୟ ମିଶ୍ରଙ୍କୁ ମିଛ କେସରେ ଗିରଫ କରାଯିବା ଅଭିଯୋଗ ଏହାର ଏକ ଦୃଷ୍ଟାନ୍ତ ହୋଇଛି । ଏଥିନେଇ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଯାଜପୁର ଜିଲ୍ଲା ପୋଲିସ ଘଟଣା ନେଇ ମନଗଢା ରିପୋର୍ଟ ଦାଖଲ କରିଥିବା ପ୍ରତିବାଦରେ ମାନବାଧିକାର ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ପୁନଶ୍ଚ ତଥ୍ୟ ସଂଗ୍ରହ ରିପୋର୍ଟ ପ୍ରଦାନ କରିଛନ୍ତି । ଏହାପରେ ଧର୍ମଶାଳା ପୋଲିସ ପାଇଁ ଅଡୁଆ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ରିପୋର୍ଟରେ ଭଜମନ ଦର୍ଶାଇଛନ୍ତି ଯେ, ସାମ୍ବାଦିକ ସଂଜୟ ମିଶ୍ର ଧର୍ମଶାଳା ଅଂଚଳର ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ନିର୍ଭୀକ ସାମ୍ବାଦିକ ଭାବେ ସାଧାରଣରେ ବିଶ୍ୱାସଭାଜନ ହୋଇଛନ୍ତି । ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଏବଂ ଏସ.ପି ରାହୁଲ ପିଆର ଦେଇଥିବା ରିପୋର୍ଟ ସଂପୂର୍ଣ୍ଣ ମନଗଢା ଏବଂ ମିଥ୍ୟା । ପରଦା ଅନ୍ତରାଳରେ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ପୋଲିସ କ୍ଷମତାର ଦୁରୁପଯୋଗ କରି ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ଗଙ୍ଗାଧରପୁର ଏବଂ କୁମାରୀ ପଂଚାୟତର ପି.ଇ.ଓ ନିର୍ମଳ ପଣ୍ଡାଙ୍କ ବିବାଦୀୟ କାର୍ଯ୍ୟଧାରା ଏବେ ସାଧାରଣରେ ମଧ୍ୟ ପ୍ରମାଣିତ ହୋଇଛି । ତାଙ୍କର ଦୁର୍ନିତି ପାଇଁ ମଧ୍ୟ ସରକାର ପ୍ରଶ୍ନବାଚୀର ସମ୍ମୁଖୀନ ହୋଇଛନ୍ତି । ସଂଜୟ ମିଶ୍ର ଏହି ଅଧିକାରୀଙ୍କ ଦୁର୍ନିତି ନେଇ ରାଜ୍ୟ ସରକାରଙ୍କ ଫାଇବ ଟି ବ୍ୟବସ୍ଥା ଉପରେ ବିଶ୍ୱାସ କରି ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାପରେ ସଂଜୟଙ୍କ ଅଭିଯୋଗ ଆଧାରରେ ଦୁର୍ନିତି ନେଇ ତଦନ୍ତ ହୋଇଛି ଏବଂ ରାତି ଅଧିଆ ମଧ୍ୟ ସୂଚନା ଫଳକକୁ ବଦଳା ଯାଇଛି । ସାମାଜିକ ଗଣମାଧ୍ୟମରେ ଏହାର ପ୍ରମାଣ ଦର୍ଶାଯାଇଛି । ତତ୍କାଳୀନ ଧର୍ମଶାଳା ବି.ଡି.ଓ ଅରବିନ୍ଦ ବେହେରା ଏହିସବୁ ଦୁର୍ନିତିକୁ ସୁରକ୍ଷା ଦେଇ ଘଟଣାରେ ବିବାଦୀୟ ଓ ପକ୍ଷଭୁକ୍ତ ହୋଇଥିଲେ । ଏପରିକି ଏହି ଦୁର୍ନିତିଗ୍ରସ୍ତ ପି.ଇ.ଓଙ୍କ ଅଶ୍ଳୀଳ କଥାବାର୍ତ୍ତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ନେଇ ତଦନ୍ତରେ ଏହି ପି.ଇ.ଓ ଦୁର୍ନିତିରେ ଅଭିଯୁକ୍ତ ଥିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇଛି । ଏପରିକି ସରକାରୀ ତହବିଲରୁ ମିଥ୍ୟା ବିଲ କରାଯିବା ନେଇ ସରକାରୀ ଅର୍ଥ ପୁନଶ୍ଚ ସରକାରଙ୍କୁ ପଇଠ କରିବାକୁ ଏହି ପି.ଇ.ଓଙ୍କୁ ନିର୍ଦ୍ଦେଶ ହୋଇଛି । ଏଥିପାଇଁ ଏହି ପି.ଇ.ଓଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି ।ଏହି ଅଧିକାରୀଙ୍କ ବିରୋଧରେ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ ସହ ପଂଚାୟତରାଜ ସଚିବଙ୍କ ନିକଟରେ ସଂଜୟ ଅଭିଯୋଗ କରି ଆସୁଥିଲେ । ଏହାର ଆକ୍ରୋଶରେ ଦୁର୍ନିତିଗ୍ରସ୍ତ ପି.ଇ.ଓ ସଂଜୟଙ୍କ ବିରୋଧରେ ମିଥ୍ୟା ଏତଲା ଦେଇଥିଲେ । ଏପରିକି ସଂଜୟ ମିଶ୍ର ବନ୍ଧୁକ ଦେଖାଇ ଧମକାଉ ଥିବାର ମିଥ୍ୟା ଏତଲା ନେଇ ଧର୍ମଶାଳା ପୋଲିସ କୌଣସି ପ୍ରକାର ଆଇନଗତ ଅନୁସନ୍ଧାନ କରିନାହିଁ । ଏହି ଉଦ୍ଦେଶ୍ୟ ମୂଳକ ଏତଲା ନେଇ ଧର୍ମଶାଳା ପୋଲିସ କୌଣସି ପ୍ରକାର ଅନୁଧ୍ୟାନ ନକରି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଗିରଫ କରାଯିବା କେବଳ ମାନବାଧିକାରର ଉଲଂଗନ ନୁହେଁ ବରଂ ଗଣମାଧ୍ୟମର କଣ୍ଠରୋଧ ପାଇଁ ପୋଲିସ ବ୍ୟବହାର ହେବାର ନମୁନା । ଏଥିପାଇଁ ଧର୍ମଶାଳା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସଂଜୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ନିବେଦନ କରାଯାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close