
ଯାଜପୁର ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ
ଯାଜପୁର, ୩୦ା୧୦ : ସଚେତନତା ହିଁ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତିର ମୁଖ୍ୟ ମାଧ୍ୟମ । ଆମେ ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୁପେ ଏଡାଇ ପାରିବା ନାହିଁ । ଏଣୁ ସମ୍ଭାବ୍ୟ ବିପଦ ଏବଂ ସେଗୁଡିକର ସମାଧାନ ପାଇଁ ସଚେତନତା ସୃଷ୍ଟି କରି ଜନସାଧାରଣଙ୍କୁ ଅବଗତ କରାଇବା ଏହି ଦିବସର ଆଭିମୁଖ୍ୟ ହେବା ଉଚିତ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମତବ୍ୟକ୍ତି କରିଚ୍ଥନ୍ତି । ଗତ କାଲି ପୂର୍ବାହ୍ନରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଯାଜପୁର ଆନୁକୂଲ୍ୟରେ ସିମିଳିଆ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ-୨୦୨୨ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଯୋଗଦେଇ କହିଲେ ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ମାନ ନେଇଚ୍ଥନ୍ତି । ଆଗୁଆ ସତର୍କ ସୂଚନା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନାରେ ଆମେ ଦୃଢତାର ସହ କାର୍ଯ୍ୟ କରି ସାମ୍ଭାବ୍ୟ କ୍ଷୟକ୍ଷତିକୁ ବହୁ ଗୁଣରେ କମାଇବା ସହ ଧନ ଜୀବନ ହାନୀକୁ ଶୂନ ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖିଚ୍ଥୁ । ଏଥିପାଇଁ ସେ ସମସ୍ତ ଗୋଷ୍ଠୀ ସମୁହ, ସ୍ୱେଚ୍ଚ୍ଥାସେବୀ ଓ ଜନସାଧାରଣଙ୍କୁ ବିପତ୍ତି ସମୟରେ ସହଯୋଗ ପାଇଁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘଟୁଥିବା ଦୁର୍ଘଟଣା ଏବଂ ଏହାର ପ୍ରାଥମିକ ଉପଚାର କିପରି ସଠିକ ଉପାୟରେ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେବା ସହ ସାପ କାମୁଡା ବା ପାଣିରେ ବୁଡିଯିବା ଭଳି ଦୁର୍ଘଟଣା ଗୁଡିକର କିପରି ତ୍ୱରିତ ଚିକିତ୍ସା କରାଯାଇ ଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟରେ ପର୍ଯ୍ୟାପ୍ତ ଉଦାହରଣ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଅଗ୍ନିଶମ ଅଧିକାରୀ ଅଜିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା, ଓସ୍ଡମାର ମାଷ୍ଟର ଟ୍ରେନର ନୃସିଂହ ଚରଣ ମହାପାତ୍ର, ସିମିଳିଆ ସରପଂଚ ଗୋଲାପ ମଲ୍ଲିକ ପ୍ରମୁଖ ସେମାନଙ୍କର ଅଭିଭାଷଣରେ ଏହି ଦିବସର ତାତ୍ପର୍ଯ୍ୟ ଏବଂ ବିପର୍ଯ୍ୟୟ ସମୟରେ ଧନ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଦିବସ ଉପଲକ୍ଷେ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀମାନଙ୍କ ମଧ୍ୟରେ “ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସମୁହର ଭୂମିକା” ଶୀର୍ଷକ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିପିଂକେଟ ଓ ଟ୍ରପିଂ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସେହିପରି ବିପର୍ଯ୍ୟୟ ପ୍ରଶମନ, ସମାଜ ସେବା, ବୃକ୍ଷରୋପଣ ଓ ରକ୍ତଦାନ ପରି ମହତ କାର୍ଯ୍ୟରେ ନିରନ୍ତର ଲିପ୍ତ ଥିବା ବରୀର ସତ୍ୟ ରଂଜନ କରଙ୍କୁ ତାଙ୍କର ଊଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଚ୍ଚ୍ଥ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ପରେ ପରେ ଓସ୍ଡମାର ମାଷ୍ଟର ଟ୍ରେନର ଓ ଅଗ୍ନିଶମ ବିଭାଗ ଦ୍ୱାରା ବିଭିନ୍ନ ବିପର୍ଯ୍ୟୟରୁ ରକ୍ଷା କୈାଶଳ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଦିବସର ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଓସ୍ଡମାରଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।