ପୂର୍ବତନ ମହିଳା ସରପଞ୍ଚ ରେଣୁବାଳା ଜେନାଙ୍କ ଏକାଦଶାହ ଶୋକ ସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ‌

 ଦାନଗଦି, ୨୮/୧୦ (ଦୀପକ ସେନଗୁପ୍ତାଙ୍କ ଠାରୁ): ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଓଲଳ ଗ୍ରାମପଞ୍ଚାୟତର ଓଲଳ ଠାରେ ପୂର୍ବତନ ମହିଳା ସରପଞ୍ଚ, ନାରୀନେତ୍ରୀ ଓ ସମାଜସେବୀ ସ୍ୱାଭିମାନୀ ଶ୍ରୀମତୀ ରେଣୁବାଳା ଜେନାଙ୍କର ଏକାଦଶ।ହରେ ଶୋକ ସଭା ଓ ଅଶୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ୰ ରେଣୁବାଳା ଜେନା ଜନ୍ମ ଲାଭ କରିଥିଲେ ୧୯୭୫ ମସିହା ଡିସେମ୍ବର ୩ ତାରିଖରେ ଓ ତାଙ୍କର ତିରୋଧାନ ଘଟିଥିଲା ଗତ ତା ୧୭.୧୦.୨୦୨୨ରେ । ତାଙ୍କର ସ୍ୱାମୀ ନୃସିଂହ ଚରଣ ଜେନା ଓ ଏକମାତ୍ର ପୁତ୍ର ଜଗଦୀଶ ଜେନାଙ୍କ ସହ ପରିବାରବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଇହଲୀଳା ସମ୍ବରଣ କରିଥିଲେ । ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ମୂଖ୍ୟ ଅତିଥୂ ଭାବେ ଯୋଗ ଦେଇ ଥିଲେ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକ ଶରତ କୁମାର ରାଉତ । ଏଥିରେ ପୁଷ୍ପଲତା ପାତ୍ର, ଦୟାନିଧି ପଲେଇ, ରାଈଚରଣ ମହାନ୍ତି, ବଗୁରୁ ଜେନାମଣୀ ପ୍ରମୁଖ ରେଣୁବାଳା ଜେନାଙ୍କ ପରିବାରବର୍ଗଙ୍କ ପାଖରେ ପହଂଚି ଅଶୁଳ ଶ୍ରଦ୍ଧାଞ୍ଜଳି ଗ୍ୟାପନ କରିଥିଲେ ।  ସେମାନେ  ତାଙ୍କର ସ୍ମୃତିଚାରଣ କରି କହିଥିଲେ ରେଣୁବାଳା ୧୯୯୫ ମସିହାରେ କଂଗ୍ରେସ ରାଜନୀତିରେ ପ୍ରବେଶ କରି ପ୍ରଥମ ଦାନଗଦି ବ୍ଲକର ଅଧକ୍ଷ ଥିଲେ ଏବଂ ଜିଲା କଂଗ୍ରେସର ମହିଳା ଉପସଭାପତି ବୋଲି ଶ୍ରୀ ରାଉତ ଓ ସୈନାସୀ ମଲ୍ଲିକ କହିଥିଲେ । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close