![](https://udayabataenews.com/r3e/uploads/2022/10/Manoranjan-Swain-IIC-Bari-Ph-648x405.jpg)
ବରୀ ଅଂଚଳରେ ଚୋରା ମଦ କାରବାର ଉପରେ ପୋଲିସର ତତ୍ପରତା, ଧରା ହେଲେ ଚୋରା ବେପାରୀ
ବରୀ, ୨୮/୧୦(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଯାଜପୁର ଜିଲ୍ଲାର ବରୀ ଏକ ସଚେତନଶୀଳ, ସମ୍ବେଦନଶୀଳ ତଥା ରାଜନୈତିକ ପ୍ରବଣ ଅଂଚଳ ଭାବେ ସାରା ରାଜ୍ୟରେ ବେଶ ପରିଚିତ । ବରୀ-ରାମଚନ୍ଦ୍ରପୁର ଏହି ଥାନା ଅଂଚଳରେ ୨୯ଟି ପଂଚାୟତ ଥିବା ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡିବା ମଧ୍ୟ ଏକ କାଠିକର ବ୍ୟାପାର । ହେଲେ ଏହି ଥାନାକୁ ଆଇ.ଆଇ.ସି ଭାବେ ମନୋରଂଜନ ସ୍ୱାଇଁ କୁଆଖିଆରୁ ବଦଳି ହୋଇ ଆସିବା ପରେ ଏହି ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ହେବା ସହ ଭାଇଚାରା ବୃଦ୍ଧି ପାଇବାରେ ଲାଗିଛି । ଚେରା ମଦ ବେପାରୀ, ମାଫିଆ, ଚୋର ଟସ୍କରଙ୍କ ପାଦ୍ରୂଭାବ କମିବାରେ ଲାଗିଛି ।
ସୂଚନାଯୋଗ୍ୟ, ବରୀ ଥାନାର ବଡ଼ବାବୁ ଶ୍ରୀଯୁକ୍ତ ସ୍ୱାଇଁଙ୍କ ନିର୍ଦ୍ଦେଶ ମତେ ସବଇନସ୍ପେକ୍ଟର ମନୋରଂଜନ ସେଠୀ ଗତ ୨୩.୧୦.୨୦୨୨ରେ ଅଚାନକ ରେଡ଼ କରି ବରୀ ମଲିଆଘାଇର ଅଜିତ୍ କୁମାର ରାଉତ (୩୮ ବର୍ଷ)ଙ୍କ ଠାରୁ ୨୧ ବୋତଲ ମୂଲ୍ୟବାନ ବିଦେଶୀ ମ୍ୟାକ୍ଡ୍ୱୋଲ ନଂ.୧ ରମ୍ ମଦ ଜବତ କରିବା ସହ ବେଆଇନ ଭାବେ ଏତେ ପରିମାଣର ମଦ ରଖିବା କାରଣରୁ ଓଡ଼ିଶା ଅବକାରୀ ନିୟମ ଅବମାନନା ଅଭିଯୋଗରେ ଦଫା ୫୨(କ)ରେ ଗିରଫ କରାଯାଇଛି । ଏ ସଂର୍ପକରେ ବରୀ ଥାନାରେ ୩୨୧ ନଂ.ରେ ଏକ କେସ ଦାୟର ହୋଇ ତଦନ୍ତ ଚାଲିଛି ।