ତୁଳତୀ ପଞ୍ଚାୟତ ନିଗୋଧା ଗ୍ରାମନିବାସୀ ବରିଷ୍ଠ ଶିକ୍ଷାବିତ ମାୟାଧର ସାମଲଙ୍କ ପରଲୋକ

ଯାଜପୁର; ୨୭/୧୦ (ନି ପ୍ର ) :ଯାଜପୁର ଜିଲ୍ଲା ଅନ୍ତର୍ଗତ ତୁଳତୀ ପଞ୍ଚାୟତ ନିଗୋଧା ଗ୍ରାମର ନିବାସୀ ବରିଷ୍ଠ ଶିକ୍ଷାବିତ ମାୟାଧର ସାମଲ ଦିର୍ଘଦିନ ଧରି ଶାରୀରିକ ଅସୁସ୍ଥତା ମଧ୍ୟରେ ରହି ଆଜି ଅପରାହ୍ମ ୧ଘଣ୍ଟା ୩୦ ମିରେ ୭୫ ବର୍ଷରେ ପରଲୋକ ଗମନ କରିଛନ୍ତି। ପ୍ରଥମେ ୧୯୬୮ ମସିହାରେ ହଳଦିଗଡିଆ ଗ୍ରାମର ମଦନ ମୋହନ ନୋଡାଲ ବିଦ୍ୟାପୀଠ ଠାରେ ୩୦ ବର୍ଷ ପ୍ରଧାନ ଶିକ୍ଷକ ଭାବେ କର୍ମମୟ ଜୀବନ ଅତିବାହିତ କରି ୧୯୯୮ ମସିହାରେ ତୁଳତୀ ମଧ୍ୟଇଂଗ୍ରାଜୀ ବିଦ୍ୟାଳୟ ଠାରେ ୨୦୦୬ ପର୍ଯ୍ୟନ୍ତ ରହି ପ୍ରଧାନ ଶିକ୍ଷକ ପଦରୁ ଅବସର ଗ୍ରହଣ କରିଥିଲେ। ସେ ଏକାଧାରାରେ ଜଣେ ଛାତ୍ରବତ୍ସଳ ପରୋପକାରୀ ଶିକ୍ଷକ ଥିଲେ।ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜତରଫରୁ ଆର୍ଥୀକ ସହଯୋଗ କରୁଥିଲେ ।ଆଜି ତାଙ୍କର ବିୟୋଗରେ ତାଙ୍କ ବାସଭବନ ପରିସରରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଅବସରପ୍ରାପ୍ତ ଶିକ୍ଷକ। ରାଜନେତା ମାନେ ପହଁଚି ଶବାଧାରରେ ପୁଷ୍କମାଲ୍ୟ ଅର୍ପଣ କରିଥିଲେ ।ଏଥିରେ ଅବସରପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ମହାନ୍ତି ।ପୁର୍ବତନ ସରପଞ୍ଚ ଦିପ୍ତିମୟୀ କୁଅଁର ,ବରିଷ୍ଠ ବିଜେଡି ନେତା ଭିକାରୀ ଚରଣ ବରାଳ ,ଯଯାତି କେଶରୀ ମହାପାତ୍ର , ସୁଧାଂଶୁ ଶେଖର ସାହୁ ଅର୍ଜୁନ ଚରଣ ସାହୁ ସବ୍ୟସାଚି ଯେନା ,ହିମାଂଶୁ ଶେଖର ସାହୁ ଚନ୍ଦ୍ରଶେଖର ସାହୁ ,ମାନସ ରଂଜନ ସାହୁ ,ବିରଂଚି ନାରାୟଣ ମହାନ୍ତି ,ଅଜୟ କୁମାର ମହାନ୍ତି ,ଦେବବ୍ରତ ମହାନ୍ତି ଅଖିଳ ମୋହନ ମହାନ୍ତି , ସାମ୍ବାଦିକ ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗ ଦେଇ ଶବାଧାରରେ ପୁଷ୍ପ ପ୍ରଦାନ କରିଥିଲେ । ଶବାଧାର ନିକଟରେ ତାହାର ପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟା ପୁଷ୍ପାଞ୍ଜଳି ମହାପାତ୍ର , ପୁତ୍ର ପ୍ରଶାନ୍ତ କୁମାର ସାମଲ ,କନ୍ୟା ରାଜଲକ୍ଷ୍ମୀ ସାମଲ , ଅନୁପମା ସାମଲ ନିରୁପମା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close