ଶାତକୋସିଆ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ବାର୍ହା ଶୀକାରୀଙ୍କୁ ଗିରଫ

ମୟୁରଭଞ୍ଜ; ୨୪/୧୦ ( ଲକ୍ଷ୍ମି ନାରାୟଣ ରାଉତରାୟ ଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ନଦା ବିଟର କର୍ମଚାରୀଙ୍କ ଦ୍ଵାରା ଦୁଇଜଣ ବାର୍ହା ଶୀକାରୀଙ୍କୁ ଗିରଫ କରାଯାଇଛି ।ସେମାନେ ହେଲେ ଶାଳଚୁଆ ଗ୍ରାମ ପଞ୍ଚାୟତର କରୋଡାପାଳ ଗ୍ରାମର କୁନା ହୋ ବୟସ ୩୫,ପିତା-ବିର୍ସା ହୋ ଏବଂ ସିତାରାମ ହୋ ବୟସ ୩୧,ପିତା-କୁନା ହୋ ଦୁଇ ଜଣ ଶିକାରୀ କୁ ଗିରଫ କରିଛନ୍ତି ।ସେମାନେ ସୋମବାର ଭୋର ୩:୨୦ ସମୟରେ ସାଙ୍ଗରେ ଧନୁତୀର ନେଇ ନମ୍ବର ୧ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ।ତାଙ୍କର ଖବର ପାଇ ସାତକୋଶିଆ ଜଙ୍ଗଲ ବିଭାଗ ଅଧିକାରୀ ରବିନ୍ଦ୍ରନାଥ ମହାନ୍ତ ନିଜର କର୍ମୀଙ୍କ ସହଯୋଗରେ ଶୀକାରୀମାନଙ୍କୁ ଧରିଥିଲେ ।ଦୋଷୀମାନଙ୍କୁ କେସ ନଂ ୮୪/୨୨ ରୁଜୁକରି କୋର୍ଟ ଚାଲାଣ କରିଛନ୍ତି ।ସେମାନେ ମାତ୍ର ୮୫୦ ଗ୍ରାମର ମାଂସ ଧରିଥିଲେ ,ଏଠି ପ୍ରଶ୍ନ ଉଠୁଛି ଗୋଟିଏ ବାର୍ହାର ଓଜନ କଣ ୮୫୦ ଗ୍ରାମ ।ଏହା ପଛରେ କଣ ସତ୍ୟାସତ୍ୟ ଲୁଚିରହିଛି ତାହା କେବଳ ଜଙ୍ଗଲ ବିଭାଗର ଅଧିକାରୀ ଓ ଧରା ପଡିଥିବା ଶିକାରୀ ମାନେ ଜାଣନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close