ଜନ୍ମ ଜୟନ୍ତୀରେ କବି ମଞ୍ଜୁଳଙ୍କୁ ଶ୍ରଦ୍ଧା ସୁମନ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୨୨ା୧୦ : କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କ ପବିତ୍ର ଜନ୍ମ ଦିବସରେ ଜିଲ୍ଳ୍ା ସଂସ୍କୃତି ପରିଷଦ ଓ ଅନନ୍ୟା ସହିତ୍ୟ ସଂସଦ ପକ୍ଷରୁ ଗତକାଲି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ତଥା ଜିଲ୍ଳ୍ା ସଂସ୍କୃତି ପରିଷଦର ଊପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଳିକଙ୍କ ସମେତ ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍ିକ ଏବଂ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ପ୍ରମୁଖ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା କୃଷ୍ଣ ପ୍ରସାଦ ବସୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଅନନ୍ୟା ସହିତ୍ୟ ସଂସଦର କର୍ମକର୍ତ୍ତା ସର୍ବଶ୍ରୀ ଡଃ କାହ୍ନୁ ଚରଣ ମିଶ୍ର, ଦଶରଥ ସାମଲ, ବିଭୂତି ଭୂଷଣ ମହାପାତ୍ର, ହୃଷିକେଶ ପତି, ଅଧିକାରୀ ନବ କିଶୋର ଦାସ, ସୁଦାମ ଚନ୍ଦ୍ର ମହାପାତ୍ର, ଅଭିମନ୍ୟୁ ମିଶ୍ର, ବୃନ୍ଦାବନ ସ୍ୱାଇଁ ଏବଂ ବୃନ୍ଦାବନ ମିଶ୍ର ପ୍ରମୁଖ କବି ମଞ୍ଜୁଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କବି କୃଷ୍ଣ ପ୍ରସାଦ ବସୁ ତାଙ୍କର କାଳଜୟୀ କୃତି ପାଇଁ ଜନ ମାନସରେ ସବୁଦିନ ରହିଥିବେ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମଲ୍ଳ୍ିକ ମତ ବ୍ୟକ୍ତ କରିଥିଲେ । ତାଙ୍କର କୃତି ସମୁହ, ଆଖଡା ଘରେ ବୈଠକ, ବିଲ୍ୱମଙ୍ଗଳ, ହରିଶ୍ଚନ୍ଦ୍ର ଓ ତ୍ରିବିକ୍ରମ ଆଦି କାଳଜୟୀ ଲେଖା ଓଡିଶାର ପାଲା ସଂସ୍କୃତିକୁ ଊଜ୍ଜିବିତ କରି ରଖିଚ୍ଥି ବୋଲି ଊପସ୍ଥିତ ସାହିତ୍ୟ ପ୍ରେମିମାନେ ମତବ୍ୟକ୍ତ କରିଥିଲେ ।