ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର, ୨୧/୧୦(ଉ. ନ୍ୟୁଜ୍ ବ୍ୟରୋ): ଗତ କାଲି ପୂର୍ବାହ୍ନରେ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ ବୋର୍ଡ଼ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଶ୍ରୀମୟୀ ମିଶ୍ର ବିଧିବଦ୍ଧ ଭାବେ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି । ସ୍ଥାନୀୟ ଶ୍ରୀୟା ଛକ ନିକଟବର୍ତୀ ବୋର୍ଡ଼ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା ବୋର୍ଡ଼ ସଦସ୍ୟ ସଚିବ ଡ଼ଃ. ଏନ. ଥିରୁମାଳା ନାଏକ ଓ ଅନ୍ୟାନ ପଦାଧିକାରୀଙ୍କ ଉପସ୍ଥିତିରେ ସେ ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ତୃଣମୂଳ ସ୍ତରରେ ଶ୍ରମିକ ଭାଇଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏବେ ରାଜ୍ୟରେ ୩୬ ଳକ୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ପଞ୍ଜିକୃତ ଥିବା ବେଳେ ଆହୁରି ଅଧିକ ଶ୍ରମିକଙ୍କୁ ପଞ୍ଜିକୃତ କରିବାକୁ ସେ ଅଗ୍ରାଧିକାର ଦେବେ ବୋଲି ଜଣାଯାଇଛି । ଏହାଛଡ଼ା ରାଜ୍ୟରେ ବୋର୍ଡ଼କୁ ଅଧିକ କ୍ରିୟାଶୀଳ କରିବା ସହ ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ସୁଫଳ ପ୍ରଦାନ ପାଇଁ ସେ ଚେଷ୍ଠା କରିବେ ବୋଲି ସୂଚାଇଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close