ରାଜ୍ୟ ସରକାରଙ୍କ ଶ୍ରମିକଙ୍କୁ ଦିୀପାବଳୀ ଭେଟି, ଦୈନିକ ୭ଟଙ୍କା ବଢ଼ିଲା ମହଙ୍ଗା ଭତା

 ଭୁବନେଶ୍ୱର, ୨୦/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଗତ କାଲି ଓଡ଼ିଶା ରାଜ୍ୟ ସରକାର ଶ୍ରମିକମାନଙ୍କୁ ଦୀପାବଳୀ ଭେଟି ଦେଇଛନ୍ତି । ଶ୍ରମିକମାନଙ୍କ ମହଙ୍ଗା ଭତା ମଜୁରୀ ପିଛା ୭ଟଙ୍କା ବୃଦ୍ଧି କରିଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଗତକାଲି ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ସଂଖ୍ୟା ହେଲା-୬୦୭୮/ଏଲ.ସି, ତା.୧୯. ୧୦. ୨୦୨୨ । ଏହା ପିଛିଲା ଭାବେ ତା ୦୧.୧୦.୨୦୨୨ରୁ ଲାଗୁ ହେବ । ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡ଼ର ସୁପାରିଶ କ୍ରମେ ଶ୍ରମ ବିଭାଗ ପକ୍ଷରୁ ଏହାକୁ ରାଜ୍ୟ ଶ୍ରମ କମିଶନର ଜାରୀ କରିଛନ୍ତି । ଫଳରେ ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଶ୍ରମିକ, କର୍ମଚାରୀ ଆଦି ଉପକୃତ ହେବେ । ଏହି ନୂତନ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ପହିଲାରୁ ଅଣକୁଶଳୀ(ଅନସ୍କିଲଡ଼) ଶ୍ରମିକ ୩୨୬ ଟଙ୍କା ପରିବର୍ତେ ଦୈନିକ ୩୩୩ ଟଙ୍କା ମଜୁରୀ ପାଇବେ । ସେହିପରି ସମକୁଶଳୀ(ସେମିସ୍କିଲଡ଼) ୩୬୬ ପରିବର୍ତେ ୩୭୩, କୁଶଳୀ (ସ୍କିଲଡ଼) ୪୧୬ ପରିବର୍ତେ ୪୨୩ ଏବଂ ଅତିକୁଶଳୀ(ହାଇସ୍କିଲଡ଼) ୪୭୬ଟଙ୍କା ପରିବର୍ତେ ୪୮୩ଟଙ୍କା ଦୈନିକ ମଜୁରୀ ପାଇବେ । ଫଳରେ ମାସିକ ୨୦୦ଟଙ୍କାରୁ ଉର୍ଦ୍ଧ ଦରମା ସେମାନଙ୍କୁ ମିଳିବ । ଦରଦାମ ବୃଦ୍ଧିରେ ଏହା କିଚିଂତ୍ ସହାୟକ ହେବ । ଶ୍ରମ କମିଶନର ଏନ. ଥିରୁମାଲା ନାଏକ ଏହାକୁ ଗତକାଲି ଅନୁମୋଦନ କରିଛନ୍ତି । ମଜୁରୀ ବଢ଼ିବା ପରେ କିଛି ପରିମାଣରେ ଶ୍ରମିକମାନଙ୍କ ମହଲରେ ଖୁସି ଦେଖାଦେଇଛି । ବହୁ ଶ୍ରମ ସଂଗଠନ ଏଥିନେଇ ଖୁସି ପ୍ରକଟ କରିଛନ୍ତି । ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଏଥିନେଇ ଶ୍ରମ କମିଶନର ଶ୍ରୀ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close