ବିଦ୍ୟୁତ ଆଘାତରେ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ,ବନ ବିଭାଗର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଢେଙ୍କାନାଳ; ୧୪/୧୦(ସୌଭାଗ୍ୟ ମୁଦୁଲି ଙ୍କ ଠାରୁ) : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗାଁ କଇଁଥଗୋଡା ନିକଟରେ ଥିବା ଚାଷ ଜମିରୁ ଏକ ଦନ୍ତା ହାତୀର ମୃତ ଦେହ ପଡି ଥିବାର ଦେଖିବାକୁ ମିଳିଛି । ବିଦ୍ୟୁତ ଜନିତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ହାତୀଟିର ଅନୁମାନିକ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବ । ହାତୀଟିର ଶୁଣ୍ଢଟି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଗଭୀର ଆଘାତ ଏବଂ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଏ ଣୁ ଚାଷ ଜମିରେ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକଙ୍କ ସ୍ପଷ୍ଟୋକ୍ତି ।ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ହାତୀ ମୃତ୍ୟୁ ସମସ୍ତଙ୍କ ବ୍ୟଥିତ କରିଛି । ତେବେ ଗତ କାଲି ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ର ସୂଚନା ଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି ।ଘଟଣା ସ୍ଥଳରେ ଭୁବନ ଓ କାମାକ୍ଷା ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close