ଧର୍ମଶାଳାର ପଟୁଣିଆରେ ବେଶ ଧୂମଧାମ୍‌ରେ ଏଥର ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

ଧର୍ମଶାଳା,୧୪/୧୦: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆରେ ଚଳିତ ବର୍ଷ ବେଶ ଧୂମଧାମରେ ଅନୁଷ୍ଠିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ‘କରୋନା’ ମହାମାରୀ ଯୋଗୁ ଦୀର୍ଘ ୦୨ ବର୍ଷ ହେଲା ପ୍ରଭାବିତ ହୋଇଥିବା ମା’ଙ୍କ ପୂଜା କିନ୍ତୁ ଏଥର ବଡ଼ ଯାକଜମକରେ ଏଠାରେ ଅନୁଷ୍ଠିତ ହେଉଛି । ୩୭ତମ ବାର୍ଷିକ ଏହି ପୂଜାକୁ ମହାସମାରୋହରେ ଓ ଶାନ୍ତି ଶୃଙ୍ଖଳାର ସହ ସଂପାଦନ କରିବାକୁ ପଟୁଣିଆ ଗ୍ରାମବାସୀଙ୍କ ଅକୁଣ୍ଠ ଉଦ୍ୟମ ଜାରୀ ରହିଛି । ଦୀର୍ଘ ୦୮ ଦିନ ବ୍ୟାପି ଏହି ପୂଜାର ପ୍ରତ୍ୟେକ ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଆସନ୍ତା ରବିବାର ୧୬ ତାରିଖରେ ପୂର୍ଣ୍ଣାହୁତି ହେବ ଓ ୧୭ ତାରିଖରେ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ବର୍ଷା ପୂଜା ମାହୋଲକୁ ଅବଶ୍ୟ କିଛି ପରିମାଣରେ ଫିକା କରିଦେଇଛି । ହେଲେ ପୂଜା କମିଟି ତରଫରୁ ଉପଯୁକ୍ତ ଟେଂଟର ବ୍ୟବସ୍ଥା କରାଯାଇ ମା’ଙ୍କ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ମା’ଙ୍କ ପ୍ରତିମା ସ୍ଥାୟୀ ଛାତ ତଳେ ପୂଜା ପାଉଥିବାରୁ ପୂଜା କର୍ମ ପାଇଁ ବର୍ଷା ଭୟ ନାହିଁ । ମାତ୍ର ବର୍ଷା ଯୋଗୁ ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପକୁ ଆସିବାରେ ଅସୁବିଧା ଦେଖାଯାଉଛି । ଦୋକାନ ବଜାର ସାଙ୍ଗକୁ ରଂଗୀନ ଆଲୋକ ସଜ୍ଜା, ତୋରଣ, ପ୍ରତି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଦର୍ଶକଙ୍କୁ ଏଠାକୁ ଟାଣି ଆଣୁଚି । ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାର ଦେଖାଦେଉଛି । ବିଶେଷକରି ଯଥା ରୀତି ନୀତି ମଧ୍ୟରେ ଅନୁଷ୍ଠିତ ପୂଜା ଓ ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁମାନେ ଆଗଭରର ସହ ସାମିଲ ହେଉଛନ୍ତି । ଭଜନ କୀର୍ତନରେ ସମଗ୍ର ଅଂଚଳ ଫାଟି ପଡ଼ୁଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲିଚନ୍ଦ୍ରପୁର ପୋଲିସ ଉପଯୁକ୍ତ ବ୍ୟବସ୍ଥା କରିଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜା ଦେଖିବାକୁ ପଟୁଣିଆ ଆସି ପୂଜା କମିଟି ସହ ଆଲୋଚନା କରି ଆୟୋଜନ ନେଇ କମିଟିକୁ ସାଧୂବାଦ ଜଣାଉଛନ୍ତି । ବାହାରେ ଥିବା ବହୁ ବ୍ୟକ୍ତି ଗାଁ’କୁ ଆସି ପୂଜାରେ ସାମିଲ ମଧ୍ୟ ହେଉଛନ୍ତି । ଅଂଚଳର ଭାଇଚାରା ଓ ଏକତା ବଢ଼ାଇବାରେ ମା’ଙ୍କ ପୂଜା ବେଶ ସହାୟକ ହେଉଥିବାର କୁହାଯାଉଛି ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close