ଧର୍ମଶାଳାକୁ ଭାଇଭାଗ କରାଯାଇ ମାଆ ମାଟିକୁ ଅପମାନିତ କରାଯାଇଛି-ସତୀଶ ବିଶ୍ୱାଳ

ଯାଜପୁର,୧୨/୧୦: ଧର୍ମଶାଳାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଗୌରବପୂର୍ଣ୍ଣ । ହେଲେ ଧର୍ମଶାଳାର କ୍ଷମତାକେନ୍ଦ୍ର ଧର୍ମଶାଳାର ଗଣତନ୍ତ୍ରକୁ ରାଜତନ୍ତ୍ରରେ ପରିଣତ କରିଛନ୍ତି । ଏଠାରେ ବିଜୁବାବୁ ଏବଂ ନବୀନବାବୁଙ୍କ ଜନପ୍ରୀୟତାର ଆଧାରରେ ବାପା ପରେ ପୁଅ ବିଧାୟକ ହୋଇଛନ୍ତି । ସେତିକିରେ ଶୋଷ ନମେଂଟିବାରୁ ପୁଣି ଧର୍ମଶାଳାର କ୍ଷମତା ରାଜନୀତିକୁ ଭାଇଭାଗ କରି ବଂଟାଯାଇ ଭାଇଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ କରାଯାଇଛି । ଧର୍ମଶାଳା ବାହାରର ଲୋକ ହୋଇ ଧର୍ମଶାଳାର ସମସ୍ତ କ୍ଷମତାକୁ ମାଡି ବସିବା କେବଳ ଧର୍ମଶାଳାର ସ୍ୱାଭିମାନକୁ ଆଘାତ ନୁହେଁ ବରଂ ଆମ ମାଆ ଓ ମାଟି ପ୍ରତି ଚରମ ଅପମାନ ବୋଲି ବିଷଦଗାର କରିଛନ୍ତି ଧର୍ମଶାଳାର ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ
         ଧର୍ମଶାଳାର ଅଭୟପୁର ପଂଚାୟତର ଅଛୁତପୁରରେ ପଥପ୍ରାନ୍ତ ସଭାରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁବାବୁ କେବେ ବି ବଂଶବାଦରେ ବିଶ୍ୱାସ କରୁ ନଥିଲେ । ହେଲେ ବିଜୁବାବୁଙ୍କ ପରଲୋକ ପରେ ଓଡିଶା ଲୋକେ ନବୀନବାବୁଙ୍କୁ ରାଜନୀତିକୁ ଆଣିଲେ । ନବୀନବାବୁ ନିଜର ଦକ୍ଷତା, ନିଷ୍ଠାପରତା ପାଇଁ ଦିନକୁ ଦିନ ଓଡିଶାରେ ଅଧିକ ଜନପ୍ରୀୟ ହୋଇ ପାରିଛନ୍ତି । ହେଲେ ଧର୍ମଶାଳାରେ ଦୀର୍ଘବର୍ଷ ଧରି ବିଜୁବାବୁ ଓ ନବୀନବାବୁଙ୍କ ଜନପ୍ରୀୟତା ବଳରେ କ୍ଷମତାରେ ଥିବା ନିର୍ଦ୍ଧିଷ୍ଟ ପରିବାର ଧର୍ମଶାଳାରେ ବଂଶବାଦର ଭ୍ରଷ୍ଟାଚାର ଚଲାଇଛନ୍ତି । ବିଜୁବାବୁ ଏବଂ ନବୀନବାବୁଙ୍କ କୌଣସି ନୀତି ଆଦର୍ଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ । ଧର୍ମଶାଳାରେ ବହୁ ଦଃୁଖ କଷ୍ଟ ସହି ବିଜୁବାବୁ କ୍ଷମତାରେ ନଥିବା ସମୟରେ ଦଳକୁ ବଂଚାଇ ରଖିଥିବା ବିଜୁ ସମର୍ଥକମାନେ ଆଜି ପ୍ରତ୍ୟେକ ପଂଚାୟତରେ ଅବହେଳିତ । ସେମାନେ ସାମାନ୍ୟତମ ସ୍ୱାଭିମାନ ଟିକେ ମଧ୍ୟ ପାଉ ନାହାନ୍ତି । ଅପରନ୍ତୁ ସେ ସମୟରେ ଯେଉଁମାନେ ବିଜୁବାବୁଙ୍କ ସମର୍ଥକଙ୍କ ଘରେ ପଶି ମାଡ ମାରୁଥିଲେ, ସେମାନଙ୍କୁ ଥାନାରେ ପୁରାଇ ଅତ୍ୟାଚାର କରୁଥିଲେ , ସେମାନେ ଏବେ ଧର୍ମଶାଳା ବି.ଜେ.ଡି ରେ ମୁଖିଆ ସାଜି ସମସ୍ତ ପ୍ରକାର ଲାଭ ଉଠାଉଛନ୍ତି । ଏପରିକି ଓଡିଶା ରାଜନୀତିକୁ ନବୀନବାବୁ ଆସିବା ପରେ ରାଜ୍ୟରେ କଂଗ୍ରେସ ଶାସନ ସମୟରେ ଅତ୍ୟାଚାରର ଶୀକାର ହୋଇଥିବା ବି.ଜେ.ଡି କର୍ମୀମାନେ ଅବହେଳିତ । ବିଜୁ ଜନତା ଦଳ ଏବଂ ତତ୍କାଳୀନ ଜନତା ଦଳ ପାଇଁ ବହୁ ତ୍ୟାଗ ସହିଥିବା ବରିଷ୍ଠ ବି.ଜେ.ଡି ସଂଗଠକ ମାନଙ୍କ ମଧ୍ୟରୁ ଜଣକୁ ବି ପଂଚାୟତ ସମିତି ଅଧ୍ୟକ୍ଷ କରାଗଲା ନାହିଁ । ଏହି ବରିଷ୍ଠ ସଂଗଠକ ମାନଙ୍କ ଦୟନୀୟ ସ୍ଥିତି ଅତ୍ୟନ୍ତ ଦଃୁଖଦାୟକ । ଧର୍ମଶାଳା ମାଆର ଦୁଧ ପିଇ ଜଣେ କେହି ଜନ୍ମ ହୋଇ ନାହାନ୍ତି ଯେ, ଧର୍ମଶାଳାରୁ ବିଧାୟକ କିମ୍ବା ଚେୟାରମ୍ୟାନ ହୋଇପାରିବା ଭଳି ପ୍ରଶ୍ନ ଏବେ ସମଗ୍ର ଧର୍ମଶାଳାର ଜନମନକୁ ଆନ୍ଦୋଳିତ କରିଛି । ଉଭୟ ବିଜୁବାବୁ ଏବଂ ନବୀନବାବୁ ମାଆ ମାଟିର ସ୍ୱାର୍ଥରକ୍ଷା ପାଇଁ ଲଡେଇ କରିବାକୁ ଅହ୍ୱାନ ଦେଇଥିବାରୁ ଏବେ ଧର୍ମଶାଳା ମାଆ ମାଟିର ସ୍ୱାଭିମାନ ରକ୍ଷା ପାଇଁ ଲଢେଇକୁ ନାହିଁ ନଥିବା ସମର୍ଥନ ମିଳୁଛି ବୋଲି ସତୀଶ ପ୍ରକାଶ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close