
ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ଯାଜପୁର, ୧୨ା୧୦ : ମଲ୍ଲିକ ଜିଲ୍ଲା ପ୍ରଶାସନ, ଯାଜପୁର ଆନୁକୂଲ୍ୟରେ ଗତ କାଲି ମଙ୍ଗଳବାର ଅପରାହ୍ନରେ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ଯାଜପୁରଠାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଅଚ୍ଥି । ଏହି ଊପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ଶିଶୁ କନ୍ୟାମାନେ ଏକ ଅନାହୁତ ସମସ୍ୟାର କ୍ରମାଗତ ଭାବେ ସମ୍ମୁଖୀନ ହେଊଚ୍ଥନ୍ତି । ସେମାନଙ୍କୁ ସୁରକ୍ଷା, ସାମାଜିକ ନ୍ୟାୟ ଓ ସଚେତନତା ପ୍ରଦାନ ଦିଗରେ ସମଗ୍ର ନାରୀ ସମାଜ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହକୁ ରୋକିବା ଦିଗରେ ସରକାର ଏବଂ ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ ଅନେକ ପଦକ୍ଷେପ ନେଊଚ୍ଥନ୍ତି । ଶିଶୁ କନ୍ୟା ମାନଙ୍କର ଶିକ୍ଷା, ଶାରିରୀକ ଓ ମାନସିକ ବିକାଶ ଦିଗରେ ଅନ୍ୟମାନେ ଯତ୍ନବାନ ହେବା ସହିତ ହିଂସାମୁକ୍ତ ଜୀବନ ବିତାଇବାରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କୁ ସହାୟ ହେବା ପାଇଁ ସେ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କୃତିବାସ ବାରିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଦିଗାଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର ଏହି ଦିବସର ମହନୀୟତା ଊପରେ ଆଲୋକପାତ କରିବା ସହ ଚ୍ଥାତ୍ରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଚେତନ ହୋଇ ଆଗକୁ ବଢିବାକୁ ପରାମର୍ଶମାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ କନ୍ୟା ସୁରକ୍ଷା ଓ ସଚେତନ ଦିଗରେ ନିଆଯାଊଥିବା ପଦକ୍ଷେପ ଊପରେ ବିଶେଷ ଆଲୋଚନା କରିଥିଲେ । ଏହି ଊପଲକ୍ଷେ ବିଦ୍ୟାଳୟର ଚ୍ଥାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରପିଂ ଓ ସାର୍ଟିପିଂକେଟ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।