
ଯାଜପୁର ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟ୍ବଲ ଟୁର୍ଣ୍ଣାମେଂଟ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ
ବ୍ୟାସନଗର, (ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ), ୧୧/୧୦: ଯାଜପୁର ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘ରାଜୀବ ଗାନ୍ଧୀ’ ଷ୍ଠାଡ଼ିୟମରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ (ଏ.ଡ଼ି.ଏମ) ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ଯାଜପୁର ରଂଜନ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବ୍ୟାସନଗର ପୈରାଧ୍ୟକ୍ଷା ସଂଗିତା ପିଙ୍ଗୁଆ, ସ୍ଥାନୀୟ ୦୪ନଂ. ୱାର୍ଡର କାଉନସିଲର ରଶ୍ମିତା ଖୁଂଟିଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ସ୍ଥାନୀୟ ଫେରୋକ୍ରୋମ ପ୍ଲାଂଟ ସ୍ଥିତ କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ସଂଜୟ କୁମାର ଦେଓ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶମ୍ବୁନାଥ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ଓ ଶଶୀଧର ସିଂହ, କୋରାଇ ବି.ଇ.ଓ ସୁଦର୍ଶନ ମଲ୍ଲିକ, ଜିଲ୍ଲା ଆଥ୍ଲେଟିକ ଆସୋସିଏସନ୍ର ସଂପାଦକ ସମ୍ବିତ୍ କୁମାର ମହାନ୍ତି, ଯୁବ ସମାଜସେବୀ ପ୍ରଶାନ୍ତ କୁମାର ଖୁଟିଂଆ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କ୍ରୀଡ଼ାର ପ୍ରସାର ପାଇଁ ଏହି ଟୁର୍ଣ୍ଣାମେଂଟଟି ସହାୟକ ହେବ ବୋଲି କହିଥିଲେ । ଉପସ୍ଥିତ ଖେଳାଳୀମାନଙ୍କୁ ଶୁଭେଚ୍ଚା ଜଣାଇବା ସଂଗେ ସଂଗେ ସେମାନେ ଏଠାରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିବାକୁ ଆଶାବ୍ୟକ୍ତ କରିଥିଲେ ।