ସିନେ ଷ୍ଟାର ଆକାଶ ଦାସନାୟକଙ୍କ ଦ୍ୱାରା କୁଆଖିଆର ଗୋପାଳପୁର ଠାରେ ‘ଶ୍ରୀ ଜଗନ୍ନାଥ ଫ୍ୟାମିଲି ରେଷ୍ଟୁରାଂଟ୍‌’ ଉଦ୍‌ଘାଟିତ

କୁଆଖିଆ,୦୯/୧୦: ଜାତୀୟ ୧୬ ନମ୍ବର ରାଜପଥରେ ଯାତାୟତ କରୁଥିବା ଟୁରିଷ୍ଟ୍‌, ତଥା ତୀର୍ଥଯାତ୍ରୀ ଏବଂ ସାଧାରଣ ଯାତ୍ରୀଙ୍କ ସକାଶେ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ କୁଆଖିଆ ବଜାର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁରଠାରେ ଆଜି ରବିବାର ସନ୍ଧ୍ୟାରେ ମୋ’ କଲେଜ୍ ଅଧ୍ୟକ୍ଷ, ଓଡିଶା ଓ ପୂର୍ବତନ କୋରାଇ ବିଧାୟକ ଆକାଶ ଦାସନାୟକଙ୍କ ଦ୍ୱାରା ଏକ ବ୍ୟବସାୟ ପ୍ରତିଷ୍ଠାନ “ଶ୍ରୀ ଜଗନ୍ନାଥ ଫ୍ୟାମିଲି ରେଷ୍ଟୁରାଂଟ୍‌” ଉଦ୍‌ଘାଟିତ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ରେଷ୍ଟୁରାଂଟ୍‌ର ମାଲିକ ମାନସ ମହାନ୍ତି, ୩୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ବରିଷ୍ଠ ସମାଜସେବୀ ପ୍ରହଲ୍ଲାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତ, ୩୦ ନଂ. ଜିଲ୍ଲା ପରିଷଦ ସଭ୍ୟା ସୁନିତା ରାଉତଙ୍କ ସ୍ୱାମୀ ଅମିତ୍ ରାଉତ, ନରସିଂହପୁରର ପୂର୍ବତନ ସରପଂଚ ସୁବାଷ ନାୟକ, ଅଦୈତ ରାଉତ, ସରୋଜ ଦାସ, ‘ଉଦୟବଟ’ର ରସୁଲପୁର ବ୍ଲକ୍ ପ୍ରତିନିଧି ପଦ୍ମଲୋଚନ ନାୟକଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close