ଜନ୍ମ ଜୟନ୍ତୀରେ ଉତ୍କଳମଣିଙ୍କୁ ଶ୍ରଦ୍ଧାସୁମନ

ଯାଜପୁୁର, ୦୯.୧୦ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମ ତିଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଛି । ଜିଲ୍ଲା ସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍କୁଲ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମିଳିତ ଉଦ୍ୟମରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ଗୋପବନ୍ଧୁଙ୍କ ସେବା, ପରୋପକାର ଓ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରା ଯାଇଥିଲା । ଉତ୍କଳମଣି ଗୋପବନ୍ଧୁ ତାଙ୍କର ନିଃସ୍ୱାର୍ଥପର ସେବା, ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରୁଥିବା ତାଙ୍କ ଅନନ୍ୟ ସାରସ୍ୱତ ସୃଷ୍ଟି ଓ ସମାଜ ଗଠନର ମୂଲ୍ୟବୋଧ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଯାଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ମତବ୍ୟକ୍ତ କରିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ସେବା ମନୋଭାବ ଏବଂ ଜୀବନ ଦର୍ଶନରେ ସମସ୍ତେ ବ୍ରତୀ ହେବାକୁ ବରିଷ୍ଠ ସାମ୍ବାଦିକ ତଥା ଯାଜପୁର ସମାଜ ପ୍ରତିନିଧି ଆଦିତ୍ୟ ମେକାପ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସ୍କୁଲର ଶିକ୍ଷକ ଏବଂ ସ୍ଥାନୀୟ ପ୍ରେସ କ୍ଲବର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close