ଭୂଷୁଡ଼ିଲା ବ୍ୟାସନଗର ରାଇସ ମିଲ ଦୁର୍ଗା ପୂଜା ତୋରଣ, ଚାପି ହୋଇଗଲା ଅଟୋ

ବ୍ୟାସନଗର, (ଦୀପକ ରଂଜନ ପାଣିଗ୍ରାହୀ/ ବସନ୍ତ କୁମାର ପାତ୍ରଙ୍କ ଠାରୁ), ୦୪/୧୦: ଯାଜପୁର ଜିଲ୍ଲାର କ୍ରୋମନଗରୀ ବ୍ୟାସନଗର ପୈାର ପରିଷଦ ଅଂଚଳରେ ଦୁର୍ଗା ପୂଜାର ମାହୋଲ ଏତେଟା ନ ଥିବା ବେଳେ ‘କରୋନା’ ମହାମାରୀ ଯୋଗୁ ଦୀର୍ଘ ୦୨ ବର୍ଷ ହେଲା ‘କୋଭିଡ଼’ କଟକଣା ମଧ୍ୟରେ ପାଳିତ ହୋଇଥିବା ମା’ଙ୍କ ପୂଜା କିନ୍ତୁ ଏଥର ଜାକଜମକରେ ହୋଇଥିଲା । ଗତ କାଲି ଓ ଆଜିର ଲଗାଣ ବର୍ଷା ପୂଜା ମାହୋଲକୁ ଫିକା କରିଦେଇଛି । ଆଜି ଦିନ ତମାମ ମୂଷୁଳ ଧାରାରେ ବର୍ଷା ବର୍ଷିବାରୁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହା ମଧ୍ୟ ପୂଜା ମଣ୍ଡପରେ କ୍ଷତି ପହଚାଂଇଛି । ସହରର ସବୁଠୁ ବଡ଼ ଦୁର୍ଗା ମଣ୍ଡପ ଭାବେ ପରିଚିତ ରାଇସ୍ ମିଲରେ ଅନୁଷ୍ଠିତ ଦୁର୍ଗା ମଣ୍ଡପର ମେନ ରୋଡକୁ ଲାଗି କରି ହୋଇଥିବା ସୁଉଚ୍ଚ ତୋରଣଟି ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ବେଳେ ମୂଳ ମାଟି ଦୁର୍ବଳ ହୋଇଯିବା କାରଣରୁ ଅଚାନକ ଭୂଷୁଡି ଯାଇଥିଲା । ଫଳତଃ ଏହି ରାସ୍ତାରେ ଯାଉଥିବା ୦୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ଯାତ୍ରୀବାହୀ ଅଟୋଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖାଲି ଥିବା ଅନ୍ୟ ଅଟୋଟି ଚାପି ହୋଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହାର ଚାଳକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେ ବର୍ତମାନ ଚିକିତ୍ସାଧିନ ଥିବାର ଜଣାଯାଇଛି । ଏହା ସହରରେ ଆଲୋଚନା ବିଷୟ ପାଲଟିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close