ଯାଜପୁରରୋଡ଼ ‘ତାଲୁକ ଆଇନ ସେବା ପ୍ରାଧିକରଣ’ ତରଫରୁ ‘ବରିଷ୍ଠ ନାଗରିକ ଆଇନ ସଚେତନତା’ ଶିବିର

ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ), ୦୪/୧୦: ବରିଷ୍ଠ ନାଗରିକ ଦିବସ ଅବସରରେ ଯାଜପୁରରୋଡ଼ ‘ତାଲୁକ ଆଇନ ସେବା ପ୍ରାଧିକରଣ’ ତରଫରୁ ଗତ ତା.୦୧.୧୦.୨୦୨୨ ରିଖ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ “ବରିଷ୍ଠ ନାଗରିକ ଆଇନ ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସବ୍‌ଜଜ୍ ମାନ୍ୟବର ସୁବ୍ରତ କୁମାର ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରି ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏଗୁଡିକର ସମାଧାନର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆଇନସେବା ପ୍ରାଧିକରଣ ସଂସ୍ଥା ବିଧି ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ସହାୟତା କରିବା ପାଇଁ ତତ୍ପର ବୋଲି ସେ କହିଥିଲେ । ସ୍ଥାନୀୟ ଜେ.ଏମ.ଏଫ.ସି ମାନନୀୟା ସୁଶ୍ରୀ ସ୍ମିତାଶ୍ରୀ ବାଣୀକଲ୍ୟାଣୀ ମିଶ୍ର ଏଥିରେ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନର ବିଭିନ୍ନ ଧାରା ଉପରେ ଆଲୋଚନା କରିଥିଲେ । ଏଥିରେ ଆଇନଜୀବୀ ରାମଚନ୍ଦ୍ର ପହି, ନିହାର ରଂଜନ ଗୋସ୍ୱାମୀ, ବରିଷ୍ଠ ନାରିକ ମଂଚର ସଭାପତି ଶିକ୍ଷାବିତ୍ ଉପେନ୍ଦ୍ରନାଥ ବେଉରିଆ, ଉପ-ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା, ଅବସରପ୍ରାପ୍ତ ବନ ଅଧିକାରୀ ଅଚ୍ୟୁତାନନ୍ଦ ମହାନ୍ତି, ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଭାରତର ମହାନ ପରମ୍ପରା, ପରିବାରବାଦ, ସୃଜନଶୀଳତା, ସାମାଜିକ ଚିନ୍ତାଧାରାର ଅବତାରଣା କରି ଅଧିକାର ହାସଲ ସହ ନିଜ ନିଜର କର୍ତ୍ୟବ୍ୟ ସଂପାଦନ ଉପରେ ସମସ୍ତେ ଗୁରୁତ୍ୱ ଦେଲେ ସମାଜରୁ ଅଧିକାଂଶ ସମସ୍ୟା ଦୂର ହେବ ବୋଲି କହିଥିଲେ । ସର୍ବୋପରି ନିଜ ନିଜର ହୀନ ମାନସିକତାରେ ସୁଧାର ନ ଆଣିଲେ ପରିବାରବାଦ କଳୁଷିତ ହେବା ସହ ଜୀବନ ଦୁର୍ବିସହ ହୋଇଚାଲିଥିବ ବୋଲି ସେମାନେ ଆଶଙ୍କା କରିଥିଲେ । କାର୍ଯ୍ୟକ୍ରମରେ ଆଡଭୋକେଟ ରାଜେନ୍ଦ୍ର କୁମାର ବେହୁରା, ନାଗରିକ ମଂଚର ବରିଷ୍ଠ ସଭ୍ୟା ଅରୁଣା ଖଣ୍ଡାଇ, ପଦ୍ମନାଭ ବାରିକ, ହରଦୟାଲ ସିଂହ, ନବଘନ ଦାସ, ରାଧାଶ୍ୟାମ ମହାନ୍ତି, ପ୍ରହଲ୍ଲାଦ ରାଉତ, କୈଳାସ ରାଉତ, ଅରୁଣ ଦାସଙ୍କ ସହ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଆଦି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବିଚାର ବିଭାଗ କର୍ମଚାରୀ ରାଜେଶ ରାଉତ, ଶିଶିର କୁମାର ରଥ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ନାଗରିକ ମଂଚର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close