କାନପୁରରେ ପଞ୍ଚମ ର୍ବାର୍ଷିକ ଦୁର୍ଗାପୂଜାରେ ମାଙ୍କର ଅଷ୍ଟମୀ ପୂଜା ଅନୁଷ୍ଠିତ

କାନପୁର;୦୩/୧୦(ନି ପ୍ର): କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ନିକଟରେ ସାର୍ବଜାନୀନ ପଞ୍ଚମ ର୍ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କର ଅଷ୍ଟମୀ ପୂଜା ଯଥାବିଧି ଅନୁସାରେ ସମାପନ ହୋଇଥିବାବେଳେ ସନ୍ଧ୍ୟାରେ ମାଙ୍କ ଉଦ୍ଧେଶ୍ୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଭକ୍ତ ମେଳରେ ଘଣ୍ଟ କର ତାଳିରେ କମ୍ପିଉଠିଥିଲା ଅଞ୍ଚଳ। ମାଙ୍କ ଆଶିର୍ବାଦ ପାଇଁ ଦୂର ଦୁରାନ୍ତର ଗ୍ରାମରୁ ଛୁଟି ଆସିଥିଲେ ଭକ୍ତ। ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଉଠିବାପାରେ ଅତି ଆନନ୍ଦ ଉତ୍ସାହ ସହ ଜନ ଗହଳିରେ ପୁରି ଉଠିଥିଲା ମାଙ୍କ ପୂଜା ମଣ୍ଡପ। ସମସ୍ତଙ୍କ ମୁଖରେ ଖୁସିର ବାତାବରଣ ଖେଳିଯାଇଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବେ ଶ୍ରୀ ବିଜୟ କୁମର ଧଳ ମୁଖ୍ଯ କଳସ ଆଣିଥିଲେ। ପୂଜାକାନ୍ତିରେ କମିଟିର ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତ,ସମ୍ପାଦକ ଶ୍ରୀ ବିଜୟ କୁମାର ଜେନା,ସଭ୍ଯ ଦେବାଶିଷ ରାଉତ(ମାନୁଆ) ଗୌରାଙ୍ଗ ଚରଣ ରାଉତ,ଶତୃଘନ ରାଉତ,ଗୌରାଙ୍ଗ ଚରଣ ବାରିକ,ରତିକାନ୍ତ ରାଉତ,ବସନ୍ତ ଧଳ ,ଶତୃଘନ ମହାରଣା,ବସନ୍ତ ମହାରଣା,ନିରଞ୍ଜନ ଜେନା,ଗଣେଷ ଚନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଜେନା,ଅମର କୁମାର ଜେନା,ନିଳମଣୀ ଧଳ,ଚୈତନ୍ଯ ମହାପାତ୍ର,ଉତ୍ତମ ବେହେରା,ଉପେନ୍ଦ୍ର ବେହେରା,ବିଜୟ କୁମାର ଧଳ,ଧର୍ମପଦ ବେହେରା,ପୁର୍ଣଚନ୍ଦ୍ର ଜେନା,ଅଭିରାମ ରାଉତ,ସାମ୍ବାଦିକ ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୂଖ ମାଙ୍କ ଦର୍ଶନଲାଭ ନିମନ୍ତେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା ଦାୟିତ୍ୱ ନିଭାଇଥିଲେ। ପୂଜକ ଶ୍ରୀ ଭକ୍ତ ଚରଣ ଶତପଥୀ ,ମନ୍ଦିର ପୂଜକ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ଯ ସୁଚାରୁରୂପେ ତୁଲାଇଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close