‘ଉଦୟବଟ’ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅଭିଯାନ

ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ): ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଓ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ପବିତ୍ର ମାହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବସ୍ତି ସଫେଇ ସହିତ, କେତେକ ଗଛର ରକ୍ଷଣାବେକ୍ଷଣ କରାଯାଇଥିଲା । ଏଥିସହିତ ‘ଉଦୟବଟ’ ପରିବାରର ପାଖାପାଖି ୧୫ଜଣ କର୍ମକର୍ତା ସ୍ଥାନୀୟ ୦୨ନଂ. ଓ ୦୩ ନଂ. ୱାର୍ଡର କେତେକ ସ୍ଥାନରେ ରାସ୍ତାର ଖାଲଖମାର ମରାମତି କରିଥିଲେ । ଗାନ୍ଧୀଜୀଙ୍କ ଆଦର୍ଶକୁ ପାଥେୟ କରି ପୂର୍ବନିର୍ଦ୍ଧାରିତ ସମୟ ପୂର୍ବରୁ ନିଜେ ନିଜେ କଠିନ ପରିଶ୍ରମ କରି ଏସମସ୍ତ କାର୍ଯ୍ୟ କରିଥିଲେ । କିଛି ଛୋଟ ଛୋଟ ପିଲାମାନଙ୍କ ସହ ମିଶିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଫିତା କାଟି ଶୁଭାରମ୍ଭ କରିଥିଲେ । ଏଥିରେ ଅରୁଣ ଦାସ, ପ୍ରଫୁଲ୍ଲ ବାରିକ, ହରଦୟାଲ ସିଂହ, ବସନ୍ତ କୁମାର ପାତ୍ର, ଚକ୍ରଧର ମଲ୍ଲିକ, ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଦୀପକ ରଂଜନ ପାଣିଗ୍ରାହୀ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ଆଡଭୋକେଟ୍ ମୋଇନୁଦ୍ଦିନ ଆନସାରୀ, ମନୋରଂଜନ ଦାସ, ବିଦ୍ୟୁତ୍‌ପ୍ରଭା ରାୟ, ସମୀର କୁମାର ମିଶ୍ର, ଗୈାରୀଶଙ୍କର ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିସହିତ ଓଡ଼ିଆ ଭାଷାର ବହୁଳ ପ୍ରୟୋଗ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ସଂକଳ୍ପ ନିଆଯାଇଥିଲା । ଏସଂକ୍ରାନ୍ତରେ ଗତ ତା. ୦୧.୧୦.୨୦୨୨ରେ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଓ ଅରୁଣ ଦାସ ଦେଇଥିବା ଦାବୀପତ୍ର ପାଇଁ ସେମାନଙ୍କୁ ସାଧୂବାଦ ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close